ETV Bharat / sports

T20 ବିଶ୍ବକପ: ଜନସମୁଦ୍ର ପାଲଟିଲା ମାୟାନଗରୀ,ବିଶ୍ବ ବିଜେତାଙ୍କ ଭବ୍ୟ ଶୋଭାଯାତ୍ରା, 'ଇଣ୍ଡିଆ ଇଣ୍ଡିଆ' ନାରାରେ କମ୍ପିଲା ମୁମ୍ବାଇ - T20 World Cup Glory Celebrations

author img

By ETV Bharat Odisha Team

Published : Jul 4, 2024, 9:31 PM IST

T20 WORLD CUP GLORY CELEBRATIONS: ଜନସମୁଦ୍ର ପାଲଟିଲା ମୁମ୍ବାଇ ମେରାଇନ ଡ୍ରାଇଭ ରୋଡ୍‌ । ଟିମ ଇଣ୍ଡିଆର ବିଜୟୀ ପରେଡରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ । ଫ୍ୟାନ୍ସଙ୍କୁ ବିଶ୍ବକପ୍‌ ଉଠାଇ ଦେଖାଇଲେ ରୋହିରାଟ୍‌ । ସୂର୍ଯ୍ୟାସ୍ତ ପରେ ବି ଫ୍ୟାନ୍ସଙ୍କ ମୋବାଇଲ ଫ୍ଲାସ ଲାଇଟରେ ଆଲୋକିତ ହେଲା ଚତୁର୍ଦ୍ଦିଗ । ଅଧିକ ପଢନ୍ତୁ

T20 WORLD CUP GLORY CELEBRATIONS
T20 WORLD CUP GLORY CELEBRATIONS (ETV Bharat)

ମୁମ୍ବାଇ: 'ଇଣ୍ଡିଆ ଇଣ୍ଡିଆ' ନାରାରେ କମ୍ପିଲା ମାୟାନଗରୀ । ଜନସମୁଦ୍ର ପାଲଟିଲା ମୁମ୍ବାଇ ରୋଡ୍‌ । ବିଶ୍ବ ବିଜୟୀ ଟିମ ଇଣ୍ଡିଆକୁ ଭବ୍ୟ ସ୍ବାଗତ କଲେ ଦେଶବାସୀ । ସୂର୍ଯ୍ୟାସ୍ତ ହୋଇ ରାତି ହେଲା । କିନ୍ତୁ କମିଲାନି କ୍ରେଜ୍‌ । ପ୍ରଶଂସକଙ୍କ ମୋବାଇଲ ଫ୍ଲାସ୍‌ ଲାଇଟରେ ଆଲୋକିତ ହେଲା ମୁମ୍ବାଇ ରୋଡ୍‌ । ଖୋଲା ବସ୍‌ ଉପରେ ବିଶ୍ବକପ୍‌ ଧରି ଟିମ ଇଣ୍ଡିଆ ଠିଆ ହୋଇଥିବା ବେଳେ ତାଙ୍କୁ ଘେରି ରହିଥିଲେ ପ୍ରଶଂସକ । ରୋହିତ୍‌, ବିରାଟ୍‌, ଇଣ୍ଡିଆ ଇଣ୍ଡିଆରେ କମ୍ପୁଥିଲା ପରିବେଶ । କିଛି ଏପରି ଥିଲା ଆଜି ଟିମ ଇଣ୍ଡିଆର ବିଜୟୀ ପରେଡର ଦୃଶ୍ୟ ।

ମୁମ୍ବାଇରେ ଭବ୍ୟ ସ୍ବାଗତ:-

ସନ୍ଧ୍ୟା 5ଟାରେ ଆରମ୍ଭ ହେବାର ଥିଲା ବିଜୟୀ ଶୋଭାଯାତ୍ରା । ମାତ୍ର ଟ୍ରାଫିକ ସମସ୍ୟା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଛି ପରେଡ୍‌ । ମୁମ୍ବାଇର ନରିମନ ପଏଣ୍ଟରେ ଥିବା ଏନଏସପିଏରୁ ୱାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ଖୋଲା ବସରେ ଖେଳାଳିଙ୍କ ବିଜୟ ପରେଡ ଚାଲିଛି । ଯେଉଁ ରାସ୍ତା ପରେଡ ନରିମାନ ପଏଣ୍ଟ ଦେଇ ଯାଇଥାଏ ସେହି ରାସ୍ତାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି । ପ୍ରଂଶସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ ଉତ୍ସାହିତ ହୋଇପଡ଼ିଥିଲେ । ଭାରତୀୟ କ୍ରିକେଟ୍ ଟିମ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-20 ବିଶ୍ବକପ 2024 ଟ୍ରଫି ହାତେଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଦଳ ପୁଣି ଥରେ ବିଶ୍ବ ଚମ୍ପିଆନ ହୋଇଛି । ଭାରତ 17 ବର୍ଷ ପରେ ଟି20 ବିଶ୍ବକପ ଟାଇଟଲ ଜିତିଛି ଏବଂ 11 ବର୍ଷ ପରେ ଆଇସିସି ଟ୍ରଫି ଘରକୁ ଫେରିଛି ।

ଫ୍ୟାନ୍ସଙ୍କୁ ଟ୍ରଫି ଉଠାଇ ଦେଖାଇଲେ ରୋହିରାଟ୍‌:

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଲାଗି ଏହି ଟୁର୍ଣ୍ଣାମେଣ୍ଟ ବେଶ ସ୍ମରଣୀୟ ହୋଇ ରହିବ । ବିଜୟ ପରେ ଉଭୟ ଅନ୍ତର୍ଜାତୀୟ ଟି20 ମ୍ୟାଚରୁ ଅବସର ନେଇ ଘୋଷଣା କରିଛନ୍ତି । ଏଣୁ ଏହି 2 ଷ୍ଟାର କ୍ରିକେଟରଙ୍କୁ ଆଉ ଟି 20 ଫର୍ମାଟରେ ଦେଖିବାକୁ ମିଳିବ ନାହିଁ । ତେବେ ଆଜି ବିଜୟୀ ଶୋଭାଯାତ୍ରା ସମୟରେ ଏହି 2ଜଣଙ୍କ ଝଲକ ଦେଖିବା ଲାଗି ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଜୟୀ ଶୋଭାଯାତ୍ରା ସମୟରେ ରୋହିରାଟ୍‌ ବିଶ୍ବକପକୁ ଉଠାଇ ଫ୍ୟାନ୍ସଙ୍କୁ ଦେଖାଇଥିଲେ । ବସରେ ଉପସ୍ଥିତ ଥିବା ଅନ୍ୟ କ୍ରିକେଟରମାନେ ହାତ ହଲାଇ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଶୁଭ ଶନିବାର, ଏହି ଦିନ 3ଟି ବିଶ୍ୱକପ୍ ଜିତିଛି ଟିମ୍‌ ଇଣ୍ଡିଆ

ମୁମ୍ବାଇ ଏୟାରପୋର୍ଟରେ ଟିମ ଇଣ୍ଡିଆକୁ 'ୱାଟର ସାଲ୍ୟୁଟ୍'

ବିଶ୍ବକପ୍‌ ବିଜୟକୁ ନେଇ ସାରା ଦେଶରେ ଖୁସିର ମାହୋଲ । ଦୀର୍ଘ ବର୍ଷ ପରେ ଏହାକୁ ସମ୍ଭବ କରିଥିବା ରୋହିତ ବାହିନୀକୁ ସମ୍ବର୍ଦ୍ଧନା ଜଣାଇବା ଲାଗି ଦେଶବାସୀ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । ଏହାରି ମଧ୍ୟରେ ମୁମ୍ବାଇ ଅଗ୍ନିଶମ ବାହିନୀ ନିଆରା ଢଙ୍ଗରେ ଟିମ ଇଣ୍ଡିଆକୁ ସ୍ବାଗତ କରିଛି । ମୁମ୍ବାଇ ଏୟାରପୋର୍ଟରେ ଫାୟାର ବ୍ରିଗେଡ ପକ୍ଷରୁ ୱାଟର ସାଲ୍ୟୁଟ ବା ଜଳ ସଲାମି ଦିଆଯାଇଛି ।

ୱାଙ୍ଖଡେରେ ଟିମ ଇଣ୍ଡିଆକୁ ସମ୍ବର୍ଦ୍ଧନା:-

ଇଣ୍ଡିଆନ କ୍ରିକେଟ ଟି‌ମ୍‌ ବିଶ୍ବ ବିଜୟୀ ହୋଇଥିବା ବେଳେ ବିସିସିଆଇ ପକ୍ଷରୁ ବିଜୟୀ ପରେଡର ଆୟୋଜନ କରିଥିବା ବେଳେ ଶୋଭାଯାତ୍ରାରେ ବାହାରିଛି ଦଳ । ୱାଙ୍ଖଡେ ଷ୍ଟାଡିୟମରେ ଟିମ ଇଣ୍ଡିଆ ଲାଗି ସମ୍ମାନ ସମାରୋହର ମଧ୍ୟ ଆୟୋଜନ କରାଯାଇଛି । ଏକ ଖୋଲାବସରେ ଟିମ ଇଣ୍ଡିଆ ବିଶ୍ବକପ ସହିତ ୱାଙ୍ଖଡେ ଷ୍ଟାଡିୟମ ଅଭିମୁଖେ ବାହାରିଛି । ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ପୁଣି ଥରେ ସ୍ବାଗତ କରାଯିବ ।

ଏହା ମଧ୍ୟ ପଢନ୍ତୁ: T20 ବିଶ୍ୱକପ ଚମ୍ପିଆନ୍ସ ରୋହିତ ବାହିନୀଙ୍କୁ ଭେଟିଲେ ମୋଦି, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହେଲା ଭେଟଘାଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.