ETV Bharat / sports

Paralympics 2024; ପ୍ୟାରିସରେ ଭାରତୀୟ ପାରା ଅଲିମ୍ପିକ୍ସ ଦଳ, 'ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ ଦେବୁ, 25 ମେଡାଲ ଜିତିବୁ' - INDIAN PARALYMPICS CONTINGENT

author img

By ETV Bharat Sports Team

Published : Aug 29, 2024, 1:26 PM IST

Updated : Aug 29, 2024, 5:09 PM IST

Paris Paralympics 2024: ପ୍ୟାରିସ ପାରା ଅଲିମ୍ପିକ୍ସ 2024 ପାଇଁ ତୟାର ଭାରତୀୟ ପାରା ଅଲିମ୍ପିକ୍ସ କଣ୍ଟିନଜେଣ୍ଟ । 12ଟି କ୍ରୀଡା ବର୍ଗରେ 84 ଜଣ ଭାରତୀୟ ଖେଳାଳି ଭାଗ ନେବେ । ଅଧିକ ପଢନ୍ତୁ

Paris Paralympics 2024
Paris Paralympics 2024 (ETV Bharat)

ପ୍ୟାରିସ (ଫ୍ରାନ୍ସ); ପ୍ୟାରିସ ପାରାଅଲିମ୍ପିକ୍ସ ମୈଦାନରେ ପହଞ୍ଚି ସାରିଛନ୍ତି 84 ଜଣିଆ ଭାରତୀୟ ପାରା ଅଲିମ୍ପିକ୍ସ ଖେଳାଳି । ଏପଟେ ପାରା ଅଲିମ୍ପିକ୍ସ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଝାଝରିଆ କହିଛନ୍ତି ଏଥର 25 ମେଡାଲ ଜିତିବା ଆଶା ରହିଛି । ପ୍ୟାରିସରେ ଆରମ୍ଭ ହୋଇସାରିଛି ପାରା ଅଲିମ୍ପିକ୍ସ 2024 । ଭାରତ ପକ୍ଷରୁ ଏଥର 84 ଜଣ ଖେଳାଳି ଏଥରେ ଭାଗ ନେବେ । ଏହା ଭାରତୀୟ ପାରା ଅଲିମ୍ପିକ୍ସ ଇତିହାସରେ ସବୁଠୁ ଅଧିକ ଆଥଲେଟ ଟିମ୍ ।ତେବେ ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିଲା ପ୍ୟାରିସ ଅଲିମ୍ପିକ୍ସ 2024 । ଏଥରେ ଭାରତୀୟ ଆଥଲେଟ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ତେଣୁ ବର୍ତ୍ତମାନ ପାରା ଅଲିମ୍ପିକ୍ସ ଟିମ୍ ଉପରେ ସମସ୍ତ ଦେଶବାସୀଙ୍କ ନଜର ରହିଛି । ଏପଟେ ପାରା ଅଲିମ୍ପିକ୍ସ କମିଟି କହିଛି ଏଥର ଖେଳାଳି କମାଲ କରି ଇତିହାସ ଲେଖିବେ ଏବଂ ଅଧିକ ପଦକ ଜିତିକି ଦେଶକୁ ଫେରିବେ ।

Paris Paralympics 2024 (ETV Bharat)

ଏହା ବି ପଢନ୍ତୁ- Watch; ପ୍ୟାରିସ ପାରା ଅଲିମ୍ପିକ୍ସ ଓପନିଂ ସେରିମନି; ଟିମ୍ ଇଣ୍ଡିଆର ଗ୍ରାଣ୍ଡ ଏଣ୍ଟ୍ରି, ତ୍ରିରଙ୍ଗା ଉଡାଇଲେ ସୁମିତ-ଭାଗ୍ୟଶ୍ରୀ - Paris Paralympics opening ceremony

ପାରା ଅଲିମ୍ପିକ୍ସ କମିଟି ଅଧ୍ୟକ୍ଷ ଭାବେ ନୂଆ ପଦବୀ ଏବଂ ନୂଆ ଦାୟିତ୍ବ ଭାର ସହ ଭଆରତୀୟ ଆଥଲେଟଙ୍କ ସହିତ ପ୍ୟାରିସ ପହଞ୍ଚିଛନ୍ତି ପଦ୍ମଭୂଷଣ ଦେବେନ୍ଦ୍ର ଝାଝରିଆ । ସେ କହିଛନ୍ତି କି, "ଭାରତୀୟ ଟିମ୍ ଏଥର ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ ଦେବ । 25 ପଦକ ଜିତି ଟପ୍-20 ଦେଶ ମଧ୍ୟରେ ସାମଲ ହେବାର ଲକ୍ଷ୍ୟ ରହିଛି । ସମସ୍ତ ଖେଳାଳି ପାରା ଅଲିମ୍ପିକ୍ସ ପାଇଁ ଉତ୍ସାହିତ ଅଛନ୍ତି । ଆମକୁ ବିଶ୍ବାସ 145 କୋଟି ଦେଶବାସୀଙ୍କ ଆଶା ଆକଂକ୍ଷାକୁ ପୂରଣ କରିବୁ ।"

Paris Paralympics 2024
Paris Paralympics 2024 (ETV Bharat)

ଏହା ବି ପଢନ୍ତୁ- ନୀରଜ ନୁୁହଁନ୍ତି, ଏହି କ୍ରିକେଟରଙ୍କ ସହ ସମୟ ବିତାଇବାକୁ ଚାହାଁନ୍ତି ମନୁ ଭାକର - Manu Bhaker Favorite Cricketer

ରାଜସ୍ଥାନର 9 ଆଥଲେଟ୍-

28 ଅଗଷ୍ଟରୁ ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପାରାଅଳିମ୍ପିକ୍ସ 2024 । ଏଥିରେ ଭାରତ ପକ୍ଷରୁ ଭାଗ ନେଇଛନ୍ତି 74 ଜଣ ଖେଳାଳି । ତେବେ ଭାରତୀୟ କଣ୍ଟିନଜେଣ୍ଟ ମଧ୍ୟରୁ 9 ଜଣ ରାଜସ୍ଥାନୀ । ପାରା ଅଥଲେଟ ସୁନ୍ଦର ସିଂ ଗୁର୍ଜର, ସନ୍ଦୀପ ଚୌଧୁରୀ, ଅବନୀ ଲେଖରା, କୃଷ୍ଣା ନାଗର, ମୋନା ଅଗ୍ରଓ୍ବାଲ, ରୁଦ୍ରାଂଶ ଖଣ୍ଡେଲଓ୍ବାଲା, ନିହାଲ ସଂହ, ଅନିତା ଚୌଧୁରୀ ଏବଂ ତୀରନ୍ଦାଜ ଖେଳାଳି ଶ୍ୟାମ ସୁନ୍ଦର ସାମିଲ । ଏମାନଙ୍କ ମଧ୍ୟରୁ କିଛି ଖେଳାଳି ଟୋକିଓ ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ କରିଥିଲେ । ଏଥିରୁ ସୁନ୍ଦର ଗୁର୍ଜର, ଅବନୀ ଲେଖରା ଏବଂ କୃଷ୍ଣା ନାଗର ପଦକ ଜିତିଥିଲେ ।

Last Updated : Aug 29, 2024, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.