ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବଂଶୋଦ୍ଭବ; ଉଡ଼ାଇବେ ବିଦେଶ ପତାକା - Paris Olympics 2024 - PARIS OLYMPICS 2024

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ପଦକ ଆଣିବାକୁ ଚେଷ୍ଟା କରିବେ 117 ଭାରତୀୟ ଆଥଲେଟ୍‌ । ଏମାନଙ୍କ ବ୍ୟତୀତ ଅନେକ ମୂଳ ଭାରତୀୟ ଆଥଲେଟ ସେମାନଙ୍କ ଦେଶ ତରଫରୁ ପ୍ୟାରିସ୍ ଗେମ୍ସରେ ଅଂଶଗ୍ରହଣ କରୁଛନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (ETV Bharat)
author img

By ETV Bharat Odisha Team

Published : Jul 23, 2024, 11:03 PM IST

ହାଇଦ୍ରାବାଦ: ଆସନ୍ତା ଜୁଲାଇ 26 (ଶୁକ୍ରବାର)ଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ପ୍ୟାରିସ ଅଲିମ୍ପିକ୍ସ 2024 । ଏଥର 117 ଭାରତୀୟ ଆଥଲେଟ୍‌ ଭାରତକୁ ପଦକ ଆଣିବା ପାଇଁ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବେ । ତେବେ ଏପରି ମଧ୍ୟ ଆଥଲେଟ୍‌ ଏହି ଅଲିମ୍ପିକ୍ସ ଖେଳିବେ, ଯେଉଁମାନେ ଭାରତୀୟ ବଂଶୋଦ୍ଭବ ହୋଇଥିଲେ ହେଁ, ସେମାନେ ଭାରତୀୟଙ୍କୁ ଚେକ୍‌ ଦେଇ ବିଦେଶକୁ ମେଡାଲ ନେବାକୁ ଚେଷ୍ଟା କରିବେ । ଅନେକ ମୂଳ ଭାରତୀୟ ଆଥଲେଟ ସେମାନଙ୍କ ଦେଶ ତରଫରୁ ପ୍ୟାରିସ୍ ଗେମ୍ସରେ ଅଂଶଗ୍ରହଣ କରୁଛନ୍ତି । ଜାଣନ୍ତୁ କିଏ ଏମାନେ ଓ କଣ ରହିଛି ଏମାନଙ୍କ ରେକର୍ଡ,

ରାଜୀବ ରାମ- କର୍ଣ୍ଣାଟକ (ଟେନିସ, ୟୁଏସ୍‌ଏ):-

ଏହି ତାଲିକାରେ ସବୁଠାରୁ ଜଣାଶୁଣା ଆଥଲେଟ୍‌ ହେଉଛନ୍ତି ରାଜୀବ ରାମ, ଯିଏକି ଆମେରିକାର ଜଣେ ପ୍ରଖ୍ୟାତ ଟେନିସ୍ ଖେଳାଳି । 40 ବର୍ଷୀୟ ରାଜୀବ ରାମଙ୍କ ପିତାମାତା ଭାରତର ବେଙ୍ଗାଲୁରୁରୁ ଆମେରିକା ଚାଲିଯାଇଥିଲେ । ରାଜୀବଙ୍କ ଜନ୍ମ ଆମେରିକାର ଡେନଭରରେ । ରାଜୀବଙ୍କ ମା' ସୁଷମା ଜଣେ ବୈଜ୍ଞାନିକ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବାପା ରାଘବ ଅଗ୍ନାଶୟ କର୍କଟରେ ଏପ୍ରିଲ୍ 2019ରେ ମୃତ୍ୟୁ ବରଣ କରିଥିଲେ । ତେବେ ରାଜୀବ ଟେନିସ୍ ଖେଳରେ ଆମେରିକାରେ ବେଶ ଲୋକପ୍ରିୟ ।

2019 ଅଷ୍ଟ୍ରେଲୀୟ ଓପନରେ ମିଶ୍ରିତ ଯୁଗଳରେ ଭାରତୀୟ-ଆମେରିକୀୟ ରାଜୀବ ରାମ 34 ବର୍ଷ ବୟସରେ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ । ପରବର୍ତ୍ତୀ ସମୟରେ ସେ ଗୋଟିଏ ମିଶ୍ରିତ ଯୁଗଳରେ ଏବଂ 4ଟି ପୁରୁଷ ଯୁଗଳରେ ଏପରି ଆଉ 5ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ରାଜୀବ ରାମ ଏକକ ଏବଂ ଯୁଗଳରେ ମୋଟ 9ଟି ଜାତୀୟ ଜୁନିୟର ଟାଇଟଲ୍ ଜିତିଛନ୍ତି । ସେ କାର୍ମେଲରେ ହାଇସ୍କୁଲ ଟେନିସ୍ ଖେଳି All-State ସମ୍ମାନ ଅର୍ଜନ କରିବା ସହିତ ରାଜ୍ୟ ଏକକ ଚମ୍ପିଆନ୍‌ ହୋଇଥିଲେ ।

ଶାନ୍ତି ପରେରା- କେରଳ (ସିଙ୍ଗାପୁର, ଆଥଲେଟିକ୍ସ):-

ସିଙ୍ଗାପୁରର 'ସ୍ପ୍ରିଣ୍ଟ କ୍ବିନ୍‌' ଭାବେ ଜଣାଶୁଣା ଭେରୋନିକା ଶାନ୍ତି ପରେରା ମୂଳତଃ କେରଳର । ତାଙ୍କ ଜେଜେବାପା ଥିରୁବନନ୍ତପୁରମ ନିକଟସ୍ଥ ଭେଟ୍ଟୁକୁଡ଼ର ଅଟନ୍ତି । ଶାନ୍ତିଙ୍କ ଜେଜେବାପା ସିଙ୍ଗାପୁରରେ ଚାକିରି ପାଇବା ପରେ ପତ୍ନୀଙ୍କୁ ଧରି ଭାରତ ଛାଡିଥିଲେ । ଗତବର୍ଷ ମହିଳା 100 ମିଟର ଟ୍ରାକ ଏବଂ ଫିଲ୍ଡରେ ରୌପ୍ୟ ପଦକ ଜିତି ଥିଲେ ଶାନ୍ତି ପରେରା । ଏହା ସହିତ ସେ କ୍ରୀଡ଼ାରେ ସିଙ୍ଗାପୁରର 49 ବର୍ଷର ପଦକ ଅପେକ୍ଷାରେ ବିରାମ ଲଗାଇଥିଲେ । ସେ ସିଙ୍ଗାପୁର ସ୍ପୋର୍ଟସ ସ୍କୁଲରେ ଯୋଗ ଦେବାପରେ ସେ ନ୍ୟାସନାଲ ସ୍କୁଲ ଗେମ୍ସରେ ରେକର୍ଡ ସୃଷ୍ଟି କରିଥିଲେ । 2009ରେ ସେ ତାଙ୍କ ବିଦ୍ୟାଳୟର ଅଣ୍ଡର-14 ରିଲେ ଦଳକୁ ଥାଇଲ୍ୟାଣ୍ଡ ସ୍ପୋର୍ଟସ ସ୍କୁଲ ଗେମ୍ସରେ 4 x 400 ମିଟର ଦୌଡ଼ରେ ଶୀର୍ଷରେ ପହଞ୍ଚାଇଥିଲେ ।

ଶାନ୍ତି ପରେରା ଅନେକ ରେକର୍ଡ ସ୍ଥାପନ କରିଛନ୍ତି, ଯେଉଁଥିରେ 200 ମିଟର ଅତିକ୍ରମ କରିବାକୁ ସେ SEA ଗେମ୍ସରେ 22.69 ସେକେଣ୍ଡର ରେକର୍ଡ ଏବଂ ଏସୀୟ ଆଥଲେଟିକ୍ସ ଚମ୍ପିଆନସିପରେ 22.70 ସେକେଣ୍ଡର ରେକର୍ଡ ସାମିଲ କରିଛନ୍ତି । ଫେବୃଆରୀ 2014ରୁ ମାର୍ଚ୍ଚ 2024 ମଧ୍ୟରେ ସେ ସମଗ୍ର ବିଶ୍ବରେ ମୋଟ 6ଟି ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । ଏଭଳି ସଫଳତା ପାଇଁ ତାଙ୍କୁ ସିଙ୍ଗାପୁରର 'ସ୍ପ୍ରିଣ୍ଟ୍ କ୍ବିନ୍‌' କୁହାଯାଏ ।

ପୃଥିକା ପାଭେଡେ- ପଣ୍ଡିଚେରୀ (ଫ୍ରାନ୍ସ, ଟେବୁଲ ଟେନିସ୍‌):-

ଟେବୁଲ୍ ଟେନିସ୍‌ ଖେଳାଳି ପୃଥିକାଙ୍କ ପିତା ପଣ୍ଡିଚେରୀରେ ଜନ୍ମଗ୍ରହଣ କରିଥିଲେ । ସେ 2003ରେ ବିବାହ କରିବା ପରେ ପରିବାର ସହିତ ପ୍ୟାରିସକୁ ଚାଲିଗଲେ । ଏହାର 1 ବର୍ଷ ପରେ ଫ୍ରାନ୍ସର ରାଜଧାନୀରେ ଜନ୍ମ ହୋଇଥିଲେ ପୃଥିକା । ବର୍ତ୍ତମାନ ସେ ପରିବେଶ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଅଧ୍ୟୟନ କରୁଛନ୍ତି । ସେ କେବଳ 16 ବର୍ଷ ବୟସରେ ଟୋକିଓରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଗେମ୍ସରେ ଭାଗ ନେଇଥିଲେ । 19 ବର୍ଷୀୟା ପୃଥିକା ମହିଳା ଏକକ, ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ଇଭେଣ୍ଟରେ ବିଶ୍ବରେ 12ତମ ରାଙ୍କ ପାଇଛନ୍ତି । ପୃଥିକା ପାଭେଡେ ନିଜକୁ ଟେବୁଲ୍ ଟେନିସର ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି । ପୃଥିକା ତାଙ୍କର ଦ୍ବିତୀୟ ଅଲିମ୍ପିକ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବା ସହ ପ୍ୟାରିସ୍‌ ଅଲିମ୍ପିକ୍ସ 2024ରେ ଫ୍ରାନ୍ସ ପାଇଁ ପଦକ ହାସଲ କରିବାକୁ ଲଢ଼ିବେ ।

ଅମରବୀର ଧେସି- ପଞ୍ଜାବ (କୁସ୍ତି, କାନାଡ଼ା):-

ବ୍ରିଟିଶ କଲମ୍ବିଆର ପଶ୍ଚିମ ଉପକୂଳରେ ଥିବା ଏକ ଛୋଟ ପ୍ରଦେଶ 'ସରେ'ରେ ଅମରବୀର ଧେସିଙ୍କ ଜନ୍ମ । ଅମରଙ୍କ ପିତା ବଲବୀର ଧେସି ହେଉଛନ୍ତି ପୂର୍ବତନ ଗ୍ରୀକ୍-ରୋମାନ୍ ଜାତୀୟ ଚମ୍ପିଆନ୍, ହେଲେ ମୂଳତଃ ସେ ହେଉଛନ୍ତି ପଞ୍ଜାବ ଜଳନ୍ଧର ଜିଲ୍ଲାର ସାଙ୍ଗୱାଲ ପଞ୍ଜାବୀ ଗାଁରେ । ଏନଆଇଏସ ପଟିଆଲାରେ ତାଲିମ ସମାପ୍ତ କରିବା ପରେ ପଞ୍ଜାବ ପୋଲିସରେ ଚାକିରୀ ପାଇଥିଲେ ଅମରବୀରଙ୍କ ବାପା ବଲବୀର । ହେଲେ ସେ ଅଧିକ ସୁଯୋଗ ଆଶାରେ 1979ରେ କାନାଡା ଯାଇଥିଲେ । ସେଠାକୁ ଯିବା ପରେ ସେ ଏକ କାଠଚିରା କାରଖାନାରେ କାମ କରିବା ଆରମ୍ଭ କରିଥିଲେ । 1985 ମସିହାରେ ଯୁବକମାନଙ୍କ ପାଇଁ ସରେରେ 'ଖାଲସା ରେସଲିଂ କ୍ଲବ' ପ୍ରତିଷ୍ଠା କରିଥିଲେ ।

ତେବେ ଅମରବୀର ଏଥର ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଗେମ୍ସରେ କାନାଡାର ପ୍ରତିନିଧିତ୍ବ କରିବେ । 2020 ଟୋକିଓ ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିବା ପରେ ଅଲିମ୍ପିକ୍‌ ଅଭିଜ୍ଞତା ଥିବା ଏକମାତ୍ର କାନାଡୀୟ ରେସଲର ହେଉଛନ୍ତି ଅମରବୀର । ସେ ସେହି ପ୍ରତିଯୋଗିତାରେ 13ତମ ସ୍ଥାନରେ ରହିଥିଲେ । ବର୍ତ୍ତମାନ 2024 ଅଲିମ୍ପିକ୍ସରେ 125 କିଲୋଗ୍ରାମ ଓଜନ ବର୍ଗ (276 ପାଉଣ୍ଡ)ରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ଅମରବୀର ।

କନକ ଝା- ମହାରାଷ୍ଟ୍ର (ଟେବୁଲ ଟେନିସ, ୟୁଏସ୍‌ଏ):-

ପ୍ୟାରିସ୍ ଗେମ୍ସରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଆଥଲେଟ୍ ହେଉଛନ୍ତି ଆମେରିକାର ଟେବୁଲ୍ ଟେନିସ୍ ଖେଳାଳି କନକ ଝା । କନକଙ୍କ ମାତା କରୁଣା ମୁମ୍ବାଇର ହୋଇଥିବାବେଳେ ତାଙ୍କ ପିତା ଅରୁଣ କୋଲକାତା ଏବଂ ପ୍ରୟାଗରାଜରେ ବଢ଼ିଛନ୍ତି । ଉଭୟ ଆଇଟି ପ୍ରଫେସନାଲ । ଦୁଇଥର ଅଲିମ୍ପିଆନ୍ କନକ ଝା ପ୍ୟାରିସ୍ ଅଲିମ୍ପିକ୍ସରେ ତାଙ୍କର ପ୍ରଥମ ପଦକ ଜିତିବାକୁ ଚେଷ୍ଟା କରିବେ । 2016ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କନକ ସର୍ବକନିଷ୍ଠ ପୁରୁଷ ଟେନିସ୍ ଖେଳାଳି ଥିଲେ । ସେବେଠାରୁ ସେ ଦୁଇଥର ଅଲିମ୍ପିଆନ୍ ହୋଇପାରିଛନ୍ତି ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ଟେବୁଲ୍ ଟେନିସ୍ ଏକକ ବର୍ଗରେ ଆମେରିକାର ଏକମାତ୍ର ଖେଳାଳି ଭାବେ ପ୍ରତିନିଧିତ୍ବ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ ଖେଳିବେ 117 ଭାରତୀୟ ଆଥଲେଟ୍ସ, ଜାଣନ୍ତୁ କେଉଁ ରାଜ୍ୟରୁ ରହିଛନ୍ତି ସର୍ବାଧିକ ? - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.