ETV Bharat / sports

ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ କ୍ରିକେଟରଙ୍କ କ୍ଷୋଭ; ନ୍ୟାୟ ଦାବି କଲେ ଆୟର-ବୁମ୍‌ରା - Trainee Doctor Rape Murder Case

author img

By ETV Bharat Sports Team

Published : Aug 16, 2024, 1:02 PM IST

Cricketers React on Trainee Doctor Rape Murder Case: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଷ୍ଟାର କ୍ରିକେଟରଙ୍କ କ୍ଷୋଭ । ଦୋଷୀଙ୍କୁ ତୁରନ୍ତ ଧରି କଡ଼ା ଦଣ୍ଡ ଦେବାକୁ କଲେ ଦାବି । ଅଧିକ ପଢ଼ନ୍ତୁ

Shreyas Iyer and Jasprit Bumrah
Shreyas Iyer and Jasprit Bumrah (ETV Bharat and IANS Photos)

ହାଇଦ୍ରାବାଦ: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାମଲା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ସାରା ଦେଶରେ ଏନେଇ ପ୍ରତିବାଦ ଏବଂ ଆନ୍ଦୋଳନ ଜୋର ଧରିଛି । ଏହି ସମୟରେ ବହୁ ସେଲିବ୍ରିଟି ଓ ଷ୍ଟାର କ୍ରିକେଟରମାନେ ମଧ୍ୟ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ଯସପ୍ରୀତ ବୁମରା ଏବଂ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟରଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ଏବେ ବେଶ ଭାଇରାଲ ହେଉଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏମାନେ ଏହି ପ୍ରସଙ୍ଗରେ କେତେ ନିରାଶ ହୋଇଛନ୍ତି ।

ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କଲେ ଆୟର :-

ଏହି ପ୍ରସଙ୍ଗରେ ଭାରତୀୟ ଷ୍ଟାର ବ୍ୟାଟର ତଥା ଆଇପିଏଲରେ କୋଲକାତା ନାଇ ରାଇଡର୍ସର ଅଧିନାୟକ ଶ୍ରେୟସ୍ ଆୟର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, 'ଏତେ ବର୍ଷ ପରେ ବି କିଛି ପରିବର୍ତ୍ତନ ହୋଇନାହିଁ । ଘଟିଥିବା ଏହି ବର୍ବର ଘଟଣା ଦ୍ବାରା ଆମେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇପଡିଛୁ । ଏହି ମାମଲାରେ ଜଡ଼ିତ ପ୍ରତ୍ୟେକ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କଠୋର ଦଣ୍ଡ ଦିଆଯିବା ଜରୁରୀ ଅଟେ । ଆମେ ନ୍ୟାୟ ଚାହୁଁଛୁ ।'

ବୁମ୍‌ରା ବି ଚାହୁଁଛନ୍ତି ନ୍ୟାୟ :-

ଏହି ସମଗ୍ର ପ୍ରସଙ୍ଗରେ ଭାରତୀୟ ଦ୍ରୁତ ବୋଲର ଯସପ୍ରୀତ ବୁମ୍‌ରା ନିଜ ଇନଷ୍ଟାଗ୍ରାମ ଷ୍ଟାରୀରେ ଲେଖିଛନ୍ତି, 'ମହିଳାମାନଙ୍କୁ ସେମାନଙ୍କ ରାସ୍ତା ପରିବର୍ତ୍ତନ କରିବାକୁ କୁହନ୍ତୁ ନାହିଁ, ବରଂ ରାସ୍ତାକୁ ହିଁ ପରିବର୍ତ୍ତନ କରନ୍ତୁ । ପ୍ରତ୍ୟେକ ମହିଳା ଏହାଠାରୁ ଭଲ ସମ୍ମାନର ଯୋଗ୍ୟ ଅଟନ୍ତି ।' ପ୍ରକାଶ ଥାଉ, ଏହି ପୋଷ୍ଟକୁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଯସପ୍ରୀତ ବୁମରା ନିଜ ଷ୍ଟୋରୀରେ ସେୟାର କରିଥିଲେ ।

ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା :-

ପ୍ରକାଶ ଥାଉ, ଅଗଷ୍ଟ ୯ ତାରିଖ ସକାଳ ୩ଟାରୁ ୫ଟା ମଧ୍ୟରେ ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କୁ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହସ୍ପିଟାଲର ସେମିନାର ରୁମରୁ ତାଙ୍କର ମୃତଦେହ ମିଳିଥିଲା । ଏହି ଘଟଣାରେ କୋଲାତାକା ପୋଲିସ ଜଣେ ସ୍ବେଚ୍ଛାସେବୀ ସଞ୍ଜୟ ରାୟ ନାମକ ବ୍ୟକ୍ତିକୁ ଗିରଫ କରିଛି । ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି । ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରି କଡ଼ାରୁ କଡ଼ା ଦଣ୍ଡ ଦେବା ପାଇଁ ବିଭିନ୍ନ କ୍ଷେତ୍ରରୁ ଜୋରଦାର ଦାବି ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-'ଆମେ କେଉଁ ସ୍ୱାଧୀନତା ପାଇଛୁ ?' - Celebs On Kolkata Rape Murder Case

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.