ETV Bharat / sports

ଗମ୍ଭୀର ଦଳରେ ଧୋନି-କୋହଲିଙ୍କୁ ବାଛିଲେ, ରୋହିତ-ବୁମ୍‌ରା ପଡ଼ିଲେ ବାଦ - Gautam Gambhir All Time Playing XI

author img

By ETV Bharat Sports Team

Published : Sep 2, 2024, 4:26 PM IST

Gautam Gambhir All Time Playing XI : ନିଜ ପସନ୍ଦର ଅଲ୍‌ ଟାଇମ ଇଣ୍ଡିଆ ଦିନିକିଆ ଓ ଟେଷ୍ଟ ଦଳ ବାଛିଲେ ଗୌତମ ଗମ୍ଭୀର । ଧୋନି-କୋହଲିଙ୍କୁ ଉଭୟ ଦଳରେ ଦେଲେ ସ୍ଥାନ, ହେଲେ ରୋହିତ-ବୁମ୍‌ରାଙ୍କୁ ବାଛିଲେନି । ଅଧିକ ପଢ଼ନ୍ତୁ

Gautam Gambhir All Time Playing XI
Gautam Gambhir All Time Playing XI (ETV Bharat Odisha)

ନୂଆଦିଲ୍ଲୀ : ଏବେ ବିଭିନ୍ନ ସମୟରେ ବିଭିନ୍ନ କ୍ରିକେଟର ତଥା ପୂର୍ବତ କ୍ରିକେଟର ନିଜ ପସନ୍ଦର ପ୍ଲେଇଂ 11 ଚୟନ କରୁଛନ୍ତି । କିଏ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳ ତ କିଏ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍‌ ଦଳ ଚୟନ କରି ଚର୍ଚ୍ଚାକୁ ଆସୁଛନ୍ତି । ଏହାରି ଭିତରେ ନିଜ ପସନ୍ଦର ଅଲ ଟାଇମ ଇଣ୍ଡିଆ ପ୍ଲେଇଂ 11 ଚୟନ କରି ଖୁବ ଚର୍ଚ୍ଚାକୁ ଆସିଛନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଉଭୟ ଦିନିକିଆ ଓ ଟେଷ୍ଟରେ ନିଜ ପସନ୍ଦର ଦଳ ବାଛିଛନ୍ତି ଗମ୍ଭୀର । ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନି ଓ ବିରାଟ କୋହଲିଙ୍କୁ ସେ ଉଭୟ ଟେଷ୍ଟ ଓ ଦିନିକିଆ ଦଳରେ ସ୍ଥାନ ଦେଇଥିବାବେଳେ ମଡର୍ନ କ୍ରିକେଟର ଷ୍ଟାର ଓପନର ତଥା ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଓ ସ୍ପିଡଷ୍ଟାର ଜସପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳିଙ୍କୁ ସେ ନିଜ ଦଳରୁ ବାଦ ଦେଇଛନ୍ତି ।

ଗମ୍ଭୀରଙ୍କ ଦିନିକିଆ ଦଳରେ ରୋହିତ ନାହାନ୍ତି, କୋହଲିଙ୍କୁ ମିଳିଛି ସ୍ଥାନ :-

ଗମ୍ଭୀର ଚୟନ କରିଥିବା ତାଙ୍କ ପସନ୍ଦର ସର୍ବକାଳୀନ ଭାରତୀୟ ଦଳରେ ଓପନର ଭୂମିକାରେ ସେ ନିଜକୁ ଚୟନ କରିଛନ୍ତି । ଏହି ଦଳରେ ତାଙ୍କ ସହ ଓପନିଂ କରିବା ପାଇଁ ସେ ବୀରେନ୍ଦ୍ର ସେହୱାଗଙ୍କୁ ବାଛିଛନ୍ତି । ହେଲେ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ତଥା ଓପନର ଭାବେ ଅନେକ ବିଶ୍ବ ରେକର୍ଡ ସୃଷ୍ଟି କରିଥିବା ରୋହିତ ଶର୍ମାଙ୍କୁ ସେ ନିଜ ଦଳରେ ସ୍ଥାନ ଦେଇ ନାହାନ୍ତି । ଏହା ବ୍ୟତୀତ ତାଙ୍କ ଦଳରେ ମିଡିଲ ଅର୍ଡରରେ ସେ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରଖିଛନ୍ତି । ଏହାପରେ 6ଷ୍ଠରେ ସେ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ଚୟନ କରିଛନ୍ତି ।

ଧୋନିଙ୍କୁ ବାଛିଲେ, ବୁମ୍‌ରା ବାଦ :-

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କେବଳ ଗୋଟିଏ ଛକା ଭାରତକୁ 2011 ଦିନିକିଆ ବିଶ୍ବକପ ବିଜୟୀ କରିନଥିଲା, ବରଂ ଏଥିରେ ଦଳଗତ ସମସ୍ତଙ୍କ ଅବଦାନ ରହିଛି ବୋଲି ବାରମ୍ବାର କହି ଚର୍ଚ୍ଚାକୁ ଆସିଛନ୍ତି ଗୌତମ ଗମ୍ଭୀର । ଏଥିପାଇଁ କିଛି ପ୍ରଶଂସକ ଗମ୍ଭୀରଙ୍କୁ ଧୋନିଙ୍କର ଜଣେ ତୀବ୍ର ସମାଲୋଚକ ଭାବେ ବିଚାର କରନ୍ତି । ହେଲେ ଗମ୍ଭୀର ନିଜ ଦଳରେ 7ମ ସ୍ଥାନରେ ଧୋନିଙ୍କୁ ଚୟନ କରିଛନ୍ତି । ଏହାପରେ 8ମରେ ରହିଛନ୍ତି ଭାରତ ପାଇଁ ସର୍ବାଧିକ ୱିକେଟ ହାସଲ କରିଥିବା କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଏବଂ 9ମରେ ରବିଚନ୍ଦ୍ରନ ଅଶ୍ବୀନ । ପେସ୍‌ ବୋଲିଂ ବିଭାଗରେ ସେ 10ମ ଓ ଏକାଦଶ ସ୍ଥାନରେ ଯଥାକ୍ରମେ ଇର୍ଫାନ ପଠାନ ଓ ଜାହିର ଖାନଙ୍କୁ ଚୟନ କରିଛନ୍ତି ।

ଟେଷ୍ଟ ଟିମରେ ରୋହିତ-ବୁମ୍‌ରା ବାଦ, କୁମ୍ବଲେଙ୍କୁ କଲେ ଅଧିନାୟକ :-

'ସ୍ପୋର୍ଟ୍ସ ତକ'କୁ ନିଜ ପସନ୍ଦର ଅଲ୍‌ ଟାଇମ ଇଣ୍ଡିଆ ଟେଷ୍ଟ ପ୍ଲେଇଂ 11 ବିଷୟରେ କହିଛନ୍ତି ଗୌତମ ଗମ୍ଭୀର । ଏଥିରେ ସେ ବୀରେନ୍ଦ୍ର ସେହୱାଗଙ୍କ ସହ ଓପନର ଭାବେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ବାଛିଛନ୍ତି । ତେବେ ନିଜ ପସନ୍ଦର ଟେଷ୍ଟ ଦଳରେ ଗମ୍ଭୀର ଧୋନି ଓ କୋହଲିଙ୍କୁ ସ୍ଥାନ ଦେଇଥିଲେ ମଧ୍ୟ ଅଧିନାୟକ ଭାବେ ସେ ଅନୀଲ କୁମ୍ବଲେଙ୍କୁ ପସନ୍ଦ କରିଛନ୍ତି । କିମ୍ବଦନ୍ତୀ କ୍ରିକେଟର ତଥା ଭାରତୀୟ ଦଳର 1983 ବିଶ୍ବକପ୍‌ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ସେ ଟେଷ୍ଟ ଦଳରେ ସ୍ଥାନ ଦେଇଛନ୍ତି । ହରଭଜନ ସିଂହ ଓ ଜାୱାଗଲ ଶ୍ରୀନାଥଙ୍କୁ ମଧ୍ୟ ସେ ନିଜ ଟେଷ୍ଟ ଦଳରେ ସ୍ଥାନ ଦେଇଛନ୍ତି ।

ଗୌତମ ଗମ୍ଭୀରଙ୍କ ଅଲ୍‌ ଟାଇମ୍‌ ଇଣ୍ଡିଆ ପ୍ଲେଇଂ 11 (ଦିନିକିଆ) :-

ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହୱାଗ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଯୁବରାଜ ସିଂହ, ଏମଏସ ଧୋନି (ୱିକେଟ କିପର), ଅନୀଲ କୁମ୍ବଲେ, ରବିଚନ୍ଦ୍ରନ ଅଶ୍ବୀନ, ଇର୍ଫାନ ପଠାନ ଓ ଜାହିର ଖାନ

ଗୌତମ ଗମ୍ଭୀରଙ୍କ ଅଲ୍‌ ଟାଇମ୍‌ ଇଣ୍ଡିଆ ପ୍ଲେଇଂ 11 (ଟେଷ୍ଟ) :-

ସୁନୀଲ ଗାଭାସ୍କର, ବୀରେନ୍ଦ୍ର ସେହୱାଗ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିରାଟ କୋହଲି, କପିଲ ଦେବ, ଏମଏସ ଧୋନି (ୱିକେଟ କିପର), ହରଭଜନ ସିଂହ, ଅନୀଲ କୁମ୍ବଲେ (ଅଧିନାୟକ), ଜାହିର ଖାନ, ଜାୱାଗଲ ଶ୍ରୀନାଥ

ଏହା ମଧ୍ୟ ପଢ଼ନ୍ତୁ...'ଯୁବରାଜ ସିଂହଙ୍କୁ ଭାରତ ରତ୍ନ ମିଳୁ, ଧୋନି ତାଙ୍କ କ୍ୟାରିୟର ନଷ୍ଟ କରିଦେଲେ' - Yograj Singh on MS Dhoni

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.