ETV Bharat / sports

IND vs ZIM T20: ବିଶ୍ବକପ୍ ପରେ ଜିମ୍ବାୱେ ସିରିଜ, ଗିଲ୍‌ଙ୍କ ପାଇଁ ଅଗ୍ନିପରୀକ୍ଷା, ଟିମ୍ ଇଣ୍ଡିଆକୁ ଜିତାଇବେ କି ଯୁବ ଖେଳାଳି ? - INDIA ZIMBABWE FIRST T20 - INDIA ZIMBABWE FIRST T20

IND vs ZIM T20 CRICKET SERIES : ଆଜିଠୁ ଭାରତ-ଜିମ୍ବାଓ୍ବେ 5 ଟିକିଆ ଟି20 ସିରିଜ । ପ୍ରଥମ ଥର ଗିଲ୍‌ଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ । କାହାର ପଲ୍ଲା ରହିବ ଭାରି ? ପଢନ୍ତୁ ପୂରା ଖବର...

IND vs ZIM
IND vs ZIM (ANI)
author img

By ETV Bharat Odisha Team

Published : Jul 6, 2024, 1:08 PM IST

Updated : Jul 6, 2024, 1:14 PM IST

ହରାରେ: ଟିମ୍‌ ଇଣ୍ଡିଆ T20 ବିଶ୍ବ ବିଜୟୀ ହେବା ପରେ ଜିମ୍ବାଓ୍ବେ ବିପକ୍ଷରେ ପ୍ରଥମ ଟି 20 ସିରିଜ ଖେଳିବାକୁ ଯାଉଛି । ଆଜି ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ପ୍ରଥମ ଟି20 ଖେଳାଯିବ । ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଗିଲ୍‌ଙ୍କ ପାଇଁ ଏହି ପାଞ୍ଚ ଟିକିଆ ସିରିଜ ଅଗ୍ନିପରୀକ୍ଷା । କାହିଁକିନା ପ୍ରଥମ ଥର ପାଇଁ ସେ ଦଳର କମାଣ ସମ୍ବାଳିଛନ୍ତି । ସେ କିପରି ଦଳକୁ ପରିଚାଳନା କରୁଛନ୍ତି ତାଉପରେ ସମସ୍ତଙ୍କ ନଜର । ଅପରାହ୍ନ 4ଟା 30 ମନିଟରେ ହରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଜିମ୍ବାଓ୍ବେ ଓ ଭାରତ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ବଦଳିଲା ଭାରତୀୟ ଦଳ: ଜାଣନ୍ତୁ କାହାକୁ ମିଳିଲା ମୌକା, କିଏ ପଡ଼ିଲେ ବାଦ ? - Indian Team tour of Zimbabwe

ଟିମ୍‌ ଇଣ୍ଡିଆରେ 7 ନୂଆ ଚେହେରା :

ଜିମ୍ବାଓ୍ବେ ବିପକ୍ଷ ସିରିଜରେ ଦଳରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । ଆଜି ପ୍ରଥମ ଥର ପାଇଁ ଦଳର 7 ଜଣ ଖେଳାଳି T 20 ରେ ପଦାର୍ପଣ କରିବାକୁ ଯାଉଛନ୍ତି । 15 ଜଣିଆ ଦଳରେ ପ୍ରଥମ ଥର ପାଇଁ ନୀତିଶ ରେଡ୍ଡୀ, ରିୟାନ ପରାଗ, ଅଭିଷେକ ଶର୍ମା ଓ ତୁଷାର ଦେଶପାଣ୍ଡେଙ୍କୁ ସାମିଲ କରାଯାଇଛି । ସେହିପରି ବାମହାତି ବ୍ୟାଟର ସାଇ ସୁଦର୍ଶନ, ୱିକେଟ୍‌ କିପର ଓ ବ୍ୟାଟର ଜିତେଶ ଶର୍ମା ଓ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ଟି20 ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଏହି 3 ଖେଳାଳିଙ୍କୁ ଭାରତୀୟ ବିଶ୍ବକପ୍‌ ଦଳରେ ରହିଥିବା ସଞ୍ଜୁ ସାମ୍‌ସନ୍‌, ଶିବମ ଦୁବେ ଓ ଯଶସ୍ବୀ ଜୟସ୍ବାଲଙ୍କ ସ୍ଥାନରେ ସାମିଲ କରାଯାଇଛି । ଆଜିର ମ୍ୟାଚ ପାଇଁ କିଏ ଏକାଦଶରେ ସ୍ଥାନ ପାଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ଆଇପିଏଲରେ ଏହି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ପୁଅ କିଶୋର; ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, 28ଜଣିଆ ଆଥଲେଟ୍ ଟିମ୍ ଲିଡ କରିବେ ନୀରଜ - paris olympics 2024

ଦଳର ବିଜୟ ଯୁବ ଖେଳାଳିଙ୍କ ଉପରେ ନିର୍ଭରଶୀଳ:

ଜିମ୍ବାଓ୍ବେ ବିପକ୍ଷ ସିରିଜ ଯୁବ ଖେଳାଳିଙ୍କ ଉପରେ ନିର୍ଭରଶୀଳ । ଟିମ୍‌ ଇଣ୍ଡିଆର କ୍ୟାପଟେନ ଭାବରେ ପ୍ରଥର ପାଇଁ ପଡିଆକୁ ଓହ୍ଲାଇବେ ଗିଲ । ଟିମ୍‌ ଇଣ୍ଡିଆର ଏକାଦଶ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନାହିଁ । ଯାହା ଅନୁମାନ କରାଯାଉଛି ଗିଲ୍‌ ଓ ଋତୁରାଜ ଗାଏକଓ୍ବାଡେ ଓପନିଂ କରିପାରନ୍ତି । ସେହିପରି ବ୍ୟାଟିଂରେ ସାଇ ସୁଦର୍ଶନ, ଅଭିଶେଖ ଶର୍ମା, ରିୟାନ ପରାଗ, ରିଙ୍କୁ ସିଂଙ୍କୁ ପ୍ଲେଇଂ ଏଲେଭେନରେ ସ୍ଥାନ ମିଳିପାରେ । ବୋଲିଂରେ ରବି ବିଷ୍ଣୋଇ, ଓ୍ବାଶିଂଟନ ସୁନ୍ଦର, ଆଭେଷ ଖାନ ଓ ତୁଷାରଦେଶ ପାଣ୍ଡେଙ୍କୁ ଦଳ ଭରସା କରିଛି ।

କାହାର ପଲ୍ଲା ରହିବ ଭାରି ?

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ଜିମ୍ବାୱେ ମଧ୍ୟରେ 6 ଟି ଟି20 ମ୍ୟାଚ୍ ଖେଳାଯାଇଛି । ଭାରତ 4ଟି ମ୍ୟାଚ ଜିତିଥିବା ବେଳେ ଜିମ୍ବାଓ୍ବେ ମାତ୍ର 2ଟିରେ ବିଜୟୀ ହୋଇଥିଲା । ପୂର୍ବ ରେକର୍ଡକୁ ଦେଖିଲେ ଆଜି ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ରହିବା ନେଇ ଆକଳନ କରାଯାଉଛି । ଏହି ସିରିଜକୁ ଭାରତ ଯଦି ହାଲୁକା ଭାବରେ ନିଏ ତେବେ ଭାରି ପଡିପାରେ ।

Last Updated : Jul 6, 2024, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.