ETV Bharat / sports

IND VS SA ପ୍ରଥମ T20 ମ୍ୟାଚ, କିଙ୍ଗ୍ସମେଡରେ କମାଲ ଦେଖାଇବ ସୂର୍ଯ୍ୟ କୁମାର ସେନା - INDIA VS SOUTH AFRICA T20

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ କିଙ୍ଗ୍ସମେଡ ଗ୍ରାଉଣ୍ଡରେ ଖେଳାଯିବ । ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଘରୋଇ ଦଳ ।

india vs south africa t20i
india vs south africa t20i (AFP)
author img

By ETV Bharat Odisha Team

Published : Nov 8, 2024, 12:02 PM IST

ହାଇଦ୍ରାବାଦ: ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ 4 ମ୍ୟାଚ ବିଶିଷ୍ଟ ଟି 20 ସିରିଜ । ଆଜି ରାତି ସାଢେ 8 ଟା ସମୟରେ ଦକ୍ଷିଣ ଆଫ୍ରିକାର କିଙ୍ଗ୍ସମେଡ ଗ୍ରାଉଣ୍ଡରେ ଆରମ୍ଭ ହେବ ପ୍ରଥମ ଟି ଟ୍ବେଣ୍ଟି ମୁକାବିଲା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ମ୍ୟାଚ ପାଇଁ ଦୁଇ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ଘରୋଇ ମାଟିରେ ମ୍ୟାଚ ହେଉଥିବାରୁ ବିଜୟ ହେବା ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଦୁଇ ଦଳ ପ୍ରସ୍ତୁତ ।

IND ବନାମ SA ହେଡ୍ ଟୁ ହେଡ୍:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ରେକର୍ଡ ଉପରେ ନିଜର ପକାଇବା । ଦୁଇ ଦେଶ ଟି-20 ମ୍ୟାଚ୍‌ରେ 27 ଥର ମୁହାଁମୁହିଁ ହୋଇଛନ୍ତି, ଭାରତ 15 ଟି ମ୍ୟାଚ୍ ଜିତି ଥିବାବେଳେ ଦକ୍ଷିଣ ଆଫ୍ରିକା 11 ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚର ଫଳାଫଳ ଆସିନାହିଁ । ତେଣୁ ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିବା ନେଇ ଅନୁମାନ କରାଯାଉଛି ।

  • ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ମ୍ୟାଚ-27
  • ଭାରତର ବିଜୟ-15
  • ଦକ୍ଷିଣ ଆଫ୍ରିକାର ବିଜୟ-11
  • ଡ୍ର-1

ଏହା ମଧ୍ୟ ପଢନ୍ତୁ-ଭାରତ-ଦକ୍ଷିଣ ଆଫ୍ରିକା T20: ଜାଣନ୍ତୁ କେମିତି ଦେଖିବେ ଫ୍ରି' ଲାଇଭ ମ୍ୟାଚ

ଏହା ମଧ୍ୟ ପଢନ୍ତୁ-ତୃତୀୟ ଟି20ରେ ରେକର୍ଡ ବର୍ଷା; ହାଇଦ୍ରାବାଦରେ ଅନେକ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ଟି 20 ବିଶ୍ବକପ ଫାଇନାଲର ପ୍ରତିଶୋଧ ନେବ ଘରୋଇ ଦଳ:

ଟି 20 ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହୋଇଥିଲା । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ଟି 20 ମ୍ୟାଚ ଖେଳାଯାଇ ନାହିଁ । ବିଶ୍ବକପରେ ଭାରତୀୟ ଦଳ ବିପକ୍ଷ ଦଳଠାରୁ କପ ଛଡାଇ ଆଣିଥିଲେ । ତେଣୁ ସେହି ମ୍ୟାଚର ପ୍ରତିଶୋଧ ନେବାକୁ ଆଡେମ ମାରକ୍ରମଙ୍କ ବାହିନୀ ପ୍ରାଣେ ପଣେ ଉଦ୍ୟମ କରିବ । ସେତେବେଳେ ଘରୋଇ ଦଳ ବିପକ୍ଷରେ ଭାରତୀୟ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ରହିଥିଲେ । ଆଜିର ମୁକାବିଲାରେ କିନ୍ତୁ ଯୁବ ଖେଳାଳିଙ୍କୁ ସାମ୍ନା କରିବେ ।

ଏହି ଚ୍ୟାନେଲରେ ମାଗଣା ଦେଖନ୍ତୁ ମ୍ୟାଚ:

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଟି 20 ମ୍ୟାଚ ଷ୍ଟାର ସ୍ପୋର୍ଟ୍ସରେ ପ୍ରସାରଣ ହେବ ନାହିଁ । ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଡିସ୍ନି ପ୍ଲସ୍ ହଟଷ୍ଟାରରେ ହେବ ନାହିଁ । ଆପଣ ଏହି ସିରିଜର ସମସ୍ତ ମ୍ୟାଚ୍ ଟେଲିକାଷ୍ଟକୁ ସ୍ପୋର୍ଟ୍ସ 18 ନେଟୱାର୍କରେ ଲାଇଭ୍ ଦେଖି ପାରିବେ । ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପରେ ଦେଖି ପାରିବେ । ବିନା କୌଣସି ଦେୟରେ ମାଗଣାରେ ମ୍ୟାଚ ଦେଖିପାରିବେ ଖେଳ ପ୍ରେମୀ।

ଏହି ଖେଳାଳିଙ୍କ ଉପରେ ରହିବ ନଜର :

ଟି 20ରେ ବେଶ ଧୁରନ୍ଦର ସୂର୍ଯ୍ୟକୁମାର ଯାଦବ । ଗ୍ରାଉଣ୍ଡରେ ତାଙ୍କର ବ୍ୟାଟକୁ ରୋକିବା ବିପକ୍ଷ ଦଳ ପାଇଁ କାଠିକର ପାଠ ହୋଇଥାଏ । ଟ୍ବି 20ରେ ତାଙ୍କର ଷ୍ଟ୍ରାଇକ ରେଟ 169.48 ରହିଛି । ସେହିପରି ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ ଓ ତିଳ ବର୍ମାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶାବାଦୀ ଦଳ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ହେନେରିକ କ୍ଲାସେନ ଚମତ୍କାର ଫର୍ମରେ ଥିବା ବେଳେ ଭାରତ ବିପକ୍ଷରେ ଭଲ ରନ କରିବା ନେଇ ଆଶାବାଦୀ ।

ବାକି ମ୍ୟାଚ କେବେ:

ଆଜି ପ୍ରଥମ ଟି-ଟ୍ବେଣ୍ଟ ମ୍ୟାଚ ହେବାକୁ ଥିବା ବେଳେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଟି -20 ମ୍ୟାଚ୍ ନଭେମ୍ବର 10, 13 ଏବଂ 15 ରେ ଖେଳାଯିବ । ଦ୍ବିତୀୟ ମ୍ୟାଚ ସେଣ୍ଟ ଜର୍ଜ ଓଭାଲ, ତୃତୀୟ ମ୍ୟାଚ ସୁପର ସ୍ପୋର୍ଟ୍ସ ପାର୍କ ଏବଂ ଅନ୍ତିମ ମ୍ୟାଚ ୱାଣ୍ଡେରାଲ ଷ୍ଟାଡିୟମରେ ଖେଳାଯିବ ।

ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ସିରିଜ: କେବେ ଓ କେଉଁଠି ?

  • ପ୍ରଥମ ମ୍ୟାଚ: ନଭେମ୍ବର ୮, କିଙ୍ଗ୍ସମେଡ
  • ଦ୍ବିତୀୟ ମ୍ୟାଚ: ନଭେମ୍ବର ୧୦, ସେଣ୍ଟ ଜର୍ଜ ଓଭାଲ
  • ତୃତୀୟ ମ୍ୟାଚ: ନଭେମ୍ବର ୧୩, ସୁପର ସ୍ପୋର୍ଟ୍ସ ପାର୍କ
  • ଚତୁର୍ଥ ମ୍ୟାଚ: ନଭେମ୍ବର ୧୫, ୱାଣ୍ଡେରାଲ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.