ETV Bharat / sports

27 ବର୍ଷ ପରେ ଭାରତକୁ ଦିନିକିଆରେ ହରାଇଲା ଶ୍ରୀଲଙ୍କା, ଗମ୍ଭୀରଙ୍କ ପ୍ରଶିକ୍ଷଣରେ ପ୍ରଥମ ସିରିଜ ହାରିଲା ଟିମ୍‌ ଇଣ୍ଡିଆ - SL vs IND - SL VS IND

India vs SL 3rd ODI: 27 ବର୍ଷର ଅନ୍ତ ଘଟାଇ ଭାରତକୁ ଦିନିକିଆ ସିରିଜରେ ହରାଇ ବିଜୟୀ ହେଲା ଶ୍ରୀଲଙ୍କା । ଘରୋଇ ଦଳର ସ୍ପିନଂ ବୋଲିଂ ଆଗରେ ଲକ୍ଷ୍ୟ ହରାଇଲେ ଭାରତୀୟ ବ୍ୟାଟର । ଅଧିକ ପଢନ୍ତୁ

SL vs IND
SL vs IND (AP PHOTOS)
author img

By ETV Bharat Sports Team

Published : Aug 8, 2024, 10:44 AM IST

Updated : Aug 8, 2024, 12:01 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ । 27 ବର୍ଷ ପରେ ଭାରତକୁ ଦିନିକିଆ ସିରିଜରେ ପରାସ୍ତ କଲା ଶ୍ରୀଲଙ୍କା । ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କ ଉପରେ ଭାରି ପଡିଲେ ଘରୋଇ ଦଳ ବୋଲର । ଶ୍ରୀଲଙ୍କା ସ୍ପିନ୍‌ ଯାଦୁରେ ଫସିଲା ରୋହିତ ବାହିନୀ । ଶେଷ ମ୍ୟାଚରେ 110ରନରେ ଭାରତକୁ ପରାସ୍ତ କରି ତିନି ଟିକିଆ ସିରିଜକୁ 2-0ରେ ନିଜ ସପକ୍ଷରେ କରିଛି ଶ୍ରୀଲଙ୍କା । 2ଟି ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିବା ବେଳେ ପ୍ରଥମ ମ୍ୟାଚଟି ଟାଇ ରହିଥିଲା । ଶେଷ ମ୍ୟାଚରେ ଅଭିଷ୍କା ଫର୍ଣ୍ଣାଣ୍ଡୋ 96 ରନ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଫଳପ୍ରଦ ହେଲା ପ୍ରଥମ ବ୍ୟାଟିଂ ନିଷ୍ପତ୍ତି:

ବୁଧବାର ଖେଳାଯାଇଥିବା ତିନିଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ଦଳ ପାଇଁ ଫଳପ୍ରଦ ହୋଇଥିଲା । 50 ଓଭରରେ ଦଳ 7 ଓ୍ବିକେଟ ହରାଇ 248 ରନ କରିଥିଲା । ଦୁଇ ଓପନର ପାଥୁମ ଓ ଅଭିଷ୍କା ଆକ୍ରମଣ ଆରମ୍ଭ କରିଥିଲେ । ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଧୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଅଭିଷ୍କା ଫର୍ଣ୍ଣାଣ୍ଡୋ 102 ବଲରୁ ସର୍ବାଧିକ 96 ରନ କରିଥିବା ବେଳେ କୁଶାଲ ମେଣ୍ଡିସ 59 ଓ ପାଥୁନ ନିଶାଙ୍କ 45 ରନ କରିଥିଲେ । ଭାରତୀୟ ଦଳ ପକ୍ଷରୁ ରିୟାନ ପରାଗ 3, ଓ୍ବାସିଂଟନ ସୁନ୍ଦର ଓ କୁଳଦୀପ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସ୍ପିନ୍‌ ଯାଦୁରେ ଚିତପଟାଙ୍ଗ ଇଣ୍ଡିଆ ବ୍ୟାଟର, 32ରନରେ ହାରିଲା ଭାରତ; ଶ୍ରୀଲଙ୍କା 1-0ରେ ଆଗୁଆ, 27ବର୍ଷ ପରେ ହାତରୁ ଖସିଲା ସିରିଜ - IND VS SRI 2nd ODI

ଶ୍ରୀଲଙ୍କା ସ୍ପିନ୍‌ଂ ଲକ୍ଷ୍ୟ ହରାଇଥିଲେ ଭାରତୀୟ ବ୍ୟାଟର: 249 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରୋହିତ ବାହିନୀ । କିନ୍ତୁ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ମାତ୍ର 26.1 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 138 ରନ କରିବାକୁ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ବୋଲରଙ୍କ ଆଗରେ ବ୍ୟାଟ ଚଲାଇବାକୁ କୌଣସି ବ୍ୟାଟର ସମର୍ଥ ହୋଇନଥିଲେ । ଘାତକ ବୋଲିଂ ଦେଖି ଲକ୍ଷ୍ୟ ହରାଇଥିଲେ ଟିମ୍‌ ଇଣ୍ଡିଆର କୁଶଳୀ ବ୍ୟାଟର । କେବଳ ରୋହିତ ଶର୍ମାଙ୍କୁ ଛାଡି ଦେଲେ ଅନ୍ୟ କେହିବି ପଡିଆରେ ବେଶି ସମଯ ତିଷ୍ଟି ପାରିନଥିଲେ । ଟପ୍ ଅର୍ଡର ମିଡିଲ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ରୋହିତ ଶର୍ମା ସର୍ବାଧିକ 35 ରନ କରିଥିଲେ । ସେହିପରି କୋହଲି 20, ଗିଲ 6, ପନ୍ତ 6, ଆୟର 8 ଓ ରିୟାନ ପରାଗ 15 ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ସର୍ବାଧିକ 5ଟି ଓ୍ବିକେଟ ନେଇଥିଲେ।

ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ପ୍ରଥମ ମ୍ୟାଚ ହାରିଲା ଭାରତ:

ଭାରତୀୟ ଦଳର କୋଚ ଭାବେ ଗମ୍ଭୀର ଦାୟିତ୍ବ ନେବା ପରେ ଶ୍ରୀଲଙ୍କା ବିପକ୍ଷ ଟି 20 ଜିତିଥିଲା ଭାରତ । କିନ୍ତୁ ଦିନିକିଆ ସିରିଜରେ ଦଳ ପରାଜିତ ହୋଇଛି । ସିରିଜର ପ୍ରଥମ ମ୍ୟାଚ ଟାଇ ରହିଥିଲା । ଦ୍ବିତୀୟ ମ୍ୟାଚରେ 32 ରନ ଓ ତୃତୀୟ ମ୍ୟାଚରେ 110 ରନରେ ପରାସ୍ତ ହୋଇଛି ଦଳ ।

27 ବର୍ଷ ପରେ ଭାରତ ବିପକ୍ଷ ସିରିଜ ଜିତିଲା ଶ୍ରୀଲଙ୍କା:

ଶେଷ ଥର ପାଇଁ 1997 ମସିହାରେ ହୋଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ସେବେଠାରୁ ଶ୍ରୀଲଙ୍କା ଦଳ ଦିନିକିଆ ସିରିଜରେ ଭାରତକୁ ପରାସ୍ତ କରିପାରି ନଥିଲା । 27 ବର୍ଷ ପରେ ପୁଣି ଭାରତ ବିପକ୍ଷରେ ବିଜୟୀ ହେବାର ସ୍ବାଦ ଚାଖିଲା ଘରୋଇ ଦଳ ।

Last Updated : Aug 8, 2024, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.