ETV Bharat / sports

ତୃତୀୟ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 207/2, ଭାରତ 238 ରନରେ ଆଗୁଆ - India lead by 238 runs

India vs England 3rd Test Day 2 Stupms: ଭାରତ ଓ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଖେଳାଯାଉଥିବା 3ୟ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନରେ ପ୍ରଥମେ ଭାରତ ଏହାର ପ୍ରଥମ ଇନିଂସ୍‌ 445 ରନରେ ଶେଷ କରିଥିଲା । ଏହାପରେ ପ୍ରଥମ ପାଳି ଆରମ୍ଭ କରି ଇଂଲଣ୍ଡ 2 ୱକେଟ୍‌ ହରାଇ 207 ରନ କରିଛି । ଅଧିକ ପଢ଼ନ୍ତୁ

ତୃତୀୟ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ଶେଷ
ତୃତୀୟ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ଶେଷ
author img

By ETV Bharat Odisha Team

Published : Feb 16, 2024, 11:02 PM IST

ରାଜକୋଟ: ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳୁଛି ଭାରତ । ଶୁକ୍ରବାର ଏହି ମ୍ୟାଚ୍‌ର ଦ୍ବିତୀୟ ଦନର ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନରେ ପ୍ରଥମେ ଭାରତ ଏହାର ପ୍ରଥମ ଇନିଂସ୍‌ 445 ରନରେ ଶେଷ କରିଥିଲା । ଏହାପରେ ପ୍ରଥମ ପାଳି ଆରମ୍ଭ କରିଛି ଇଂଲଣ୍ଡ । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 2 ୱକେଟ୍‌ ହରାଇ 207 ରନ କରିଛି । ଏହା ସହିତ ଭାରତ ବର୍ତ୍ତମାନ ସୁଦ୍ଧା 238 ରନ ଆଗରେ ରହିଛି ।

ଭାରତ ପ୍ରଥମ ପାଳି: ମ୍ୟାଚର ପ୍ରଥମ ଦିନରେ ଟସ୍‌ ଜିତିବା ପରେ ଭାରତର ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଯଶସ୍ବୀ ଜୈଶୱାଲ । ମାତ୍ର ୧୦ ରନ୍‌ ରେ ଯଶସ୍ବୀ ଆଉଟ୍‌ ହୋଇଥିଲେ । ଏହାପରେ ଷ୍ଟାର ପ୍ଲେୟାର ଶୁଭମନ ଗିଲ୍‌ ବ୍ୟାଟିଂ କରିବାକୁ ଆସି ଖାତା ଖୋଲି ପାରିନଥିଲେ । ସେ ଆଉଟ୍‌ ହେବାପରେ ପାଳି ସମ୍ଭାଳିଥିଲେ ରୋହିତ । ଗୋଟିଏ ପରେ ଗୋଟିଏ ଛକା ଚଉକା ମାରି ଶତକ ହାସଲ କରିଥିଲେ । ହିଟ୍ ମ୍ୟାନ ରୋହିତ ୧୯୬ ବଲ୍‌ ଖେଳି ୧୪ଟି ଚୌକା ଓ ୩ଟି ଛକା ସହ ୧୩୧ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ବିସ୍ଫୋରକ ବ୍ୟାଟିଂ ଶତକ ହାସଲ କରିଥିଲେ । ଡେବ୍ୟୁ ମ୍ୟାଚ୍‌ରେ ଶର୍ଫରାଜ ଖାନ ମଧ୍ୟ ଚମତ୍କାର ଅର୍ଦ୍ଧଶତକୀଲ ପାଳି ଖେଳିଥିଲେ । ତେବେ ଦ୍ବିତୀୟ ଦିନରେ 445 ରନରେ ଅଲ୍‌ଆଉଟ ହୋଇ ପ୍ରଥମ ଇଂନିସ ଶେଷ କରିଥିଲା ଘରୋଇ ଦଳ ।

ଇଂଲଣ୍ଡ ପ୍ରଥମ ପାଳି: ଇଂଲଣ୍ଡ ପାଇଁ ଦୁଇ ଓପନର ବେନ୍‌ ଡକେଟ୍‌ ଓ ଜ୍ୟାକ୍ କ୍ରାଓଲି ନିଜ ଦଳକୁ ବେଶ ଭଲ ଆରମ୍ଭ ଦେଇଥିଲେ । ହେଲେ ଭାରତକୁ ବ୍ରେକ୍‌ ଥ୍ରୋ ଦୋଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ସେ କ୍ରାଓଲିଙ୍କୁ ପ୍ରଥମ ଶିକାର ଭାବେ ପାଭିଲିୟନ ଫେରାଇଥିଲେ । କେବଳ 15 ରନ କରି ଆଉଟ୍‌ ହୋଇଥିଲେ କ୍ରାଓଲି । ଅନ୍ୟତମ ଓପନର ବେନ୍‌ ଡକେଟ୍‌ ଆଜି ଶତକ ପୂରଣ କରିଥିଲେ । ସେ 133 ରନ କରି ପିଚ୍‌ରେ ମହଜୁଦ ଅଛନ୍ତି । ଅନ୍ୟପଟେ ଓଲି ପୋପ୍‌ଙ୍କୁ ମହମ୍ମଦ ସିରାଜ ଆଉଟ୍‌ କରି ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଡକେଟ୍‌ 133 ଓ ଜୋ ରୁଟ୍‌ 9 ରନ କରି କାଲି ଖେଳ ଆରମ୍ଭ ପାଇଁ ମହଜୁଦ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜକୋଟ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ, ପ୍ରଥମ ଇନିଂସରେ 445 ରନ୍

500 ୱିକେଟ୍‌ କ୍ଲବରେ ଅଶ୍ବିନ: ଭାରତୀୟ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଜି ମ୍ୟାଚ୍‌ରେ ଏକ ସ୍ବର୍ଣ୍ଣିମ ରେକର୍ଡ କରିଛନ୍ତି । ସେ ନିଜ ଟେଷ୍ଟ କ୍ରିକେଟ କ୍ୟାରିୟରର 500ତମ ୱିକେଟ୍‌ ହାସଲ କରିଛନ୍ତି । ଇଂଲଣ୍ଡର ଜ୍ୟାକ୍‌ କ୍ରାଓଲିଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । 500 ଟେଷ୍ଟ ୱିକେଟ୍‌ ହାସଲ କରିବାରେ ଅଶ୍ବିନ 2ୟ ଭାରତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଏହି କ୍ଲବରେ ଏକମାତ୍ର ଭାରତୀୟ ଭାବେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.