ETV Bharat / sports

ବିଜୟରୁ ଭାରତର ଅଭିଯାନ ଆରମ୍ଭ; ସଂଘର୍ଷ କରି ହାରିଲା ଶ୍ରୀଲଙ୍କା - IND vs SL 1st T20I

author img

By ETV Bharat Sports Team

Published : Jul 27, 2024, 10:50 PM IST

Updated : Jul 27, 2024, 10:59 PM IST

IND vs SL 1st T20I : ଶ୍ରୀଲଙ୍କାରେ ସୂର୍ଯ୍ୟ ସେନାର ପ୍ରଥମ ବିଜୟ । ଶ୍ରୀଲଙ୍କାକୁ 43 ରନରେ ମାତ ଦେଲା ଭାରତ । ଅଧିକ ପଢ଼ନ୍ତୁ

IND vs SL 1st T20I
IND vs SL 1st T20I (IANS Photos)

ପାଲ୍ଲେକେଲ (ଶ୍ରୀଲଙ୍କା): ଶ୍ରୀଲଙ୍କାରେ ଟି20 ଅଭିଯାନ ବିଜୟରୁ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ସୂର୍ଯ୍ଯ କୁମାର ଯାଦବ ଭାରତୀୟ ଟି20 ଦଳର ଅଧିନାୟକ ହେବା ଓ ଗୌତମ ଗମ୍ଭୀର ଦଳର ପ୍ରଶିକ୍ଷକ ପଦବୀରେ ନିଯୁକ୍ତ ହେବା ପରେ ପ୍ରଥମ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ଦଳ ଏହି ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଟପ୍‌ 4 ବ୍ୟାଟରଙ୍କ ବିସ୍ଫୋରଣ ବଳରେ ଶ୍ରୀଲଙ୍କା ଆଗରେ 214 ରନର ବିଶାଳ ଟାର୍ଗେଟ ରଖିଥିଲା ଭାରତ । ଜବାବରେ 19.2 ଓଭରରେ କେବଳ 170 ରନରେ ସମସ୍ତ ୱିକେଟ୍‌ ହରାଇଛି ଘରୋଇ ଦଳ । ଫଳରେ 43 ରନରେ ପ୍ରଥମ ମ୍ଯାଚ୍‌ ଜିତି 1-0 ଲିଡ୍‌ ନେଇଛି ସୂର୍ଯ୍ୟ ବାହିନୀ ।

ନଜର ପକାନ୍ତୁ ମ୍ୟାଚ୍‌ର ସମ୍ପୂର୍ଣ୍ଣ ହାଇଲାଇଟ୍ସ ଉପରେ:-

ଭାରତ ବ୍ୟାଟିଂ: ଆଜି ଟସ୍‌ ହାରିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଆହ୍ବାନ ମିଳିଥିଲା । ଜବାବରେ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍‌ ଦଳକୁ ଧୂଆଁଧାର ଆରମ୍ଭ ଦେଇଥିଲେ । ଆକ୍ରମଣାତ୍ମକ ଢଙ୍ଗରେ ପାଳି ଆରମ୍ଭ କରିଥିବା ଗିଲ୍‌ ପ୍ରଥମେ 16 ବଲରୁ 34 ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ 21 ବଲରୁ 40 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ ଜୟସ୍ବାଲ । ଏହାପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଚିରାଚରିତ ଢଙ୍ଗରେ ଆରମ୍ଭ କରିଥିଲେ ବିସ୍ଫୋରଣ । କେବଳ 26 ବଲରୁ 8 ଚୌକା ଓ 2 ଛକା ବଳରେ 58 ରନ କରି ଆଉଟ୍‌ ହୋଇଯାଇଥିଲେ ସୂର୍ଯ୍ୟ । ଏହାପରେ ମିଡିଲ୍‌ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପଟେ ଋଷଭ ପନ୍ତ ପାଳି ସମ୍ଭାଳି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ନିଜ ନିଜର ୱିକେଟ ଫିଙ୍ଗି ଚାଲିଲେ ଭାରତୀୟ ବ୍ୟାଟର । ଶେଷରେ 49 ରନ କରିଥିବାବେଳେ କ୍ଲିନ୍‌ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ ପନ୍ତ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର (10)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିପାରିନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍‌ ହରାଇ 213 ରନ କରିଥିଲା ଭାରତ ।

ଶ୍ରୀଲଙ୍କା ବୋଲିଂ: ଶ୍ରୀଲଙ୍କା ବୋଲିଂ ବାହିନୀ ଯଦିଓ ଭାରତର ଟପ୍‌ ଅର୍ଡର ଆଗରେ ଫେଲ ମାରିଥିଲେ, ହେଲେ ମିଡିଲ୍‌ ଅର୍ଡରକୁ ଅଟକାଇବାରେ ସଫଳ ହୋଇଥିଲେ । ଅକ୍ଷର ପଟେଲ୍‌ (10)ଙ୍କ ବ୍ୟତୀତ କୌଣସି ମିଡିଲ ଅର୍ଡର ବ୍ୟାଟର ଦୁଇଅଙ୍କ ସ୍କୋର କରିପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାନା ସର୍ବାଧିକ 4 ୱିକେଟ୍‌ ସଫଳତା ହାସଲ କରିଥିଲେ । ମଧୁଶଙ୍କା, ଫର୍ଣ୍ଣାଣ୍ଡୋ ଓ ହସରଙ୍ଗାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଶ୍ରୀଲଙ୍କା ବ୍ୟାଟିଂ: 214 ଟାର୍ଗେଟ ନେଇ ଶ୍ରୀଲଙ୍କା ଓପନିଂ ଯୋଡ଼ି ଦଳକୁ ବେଶ ଆକ୍ରାମକ ଓ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ 84 ରନ ଯୋଡ଼ିଥିଲେ । କୁସଲ ମେଣ୍ଡିସ ପ୍ରଥମେ 45 ରନ କରି ଆଉଟ୍‌ ହେବାପରେ କୁସଲ ପେରେରା 20 ରନ ହିଁ କରି ପାରିଥିଲେ । ଗୋଟିଏ ପଟେ ଓପନର ପଥୁମ ନିଶଙ୍କା ଏକାକୀ ଦମଦାର ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଲଙ୍କା ବ୍ୟାଟିଂ ଅର୍ଡର । ନିଶଙ୍କା ଏକାକୀ ଦଳ ପାଇଁ ଶେଷ ଯାଏଁ ଲଢ଼ି ସର୍ବାଧିକ 79 ରନର ଦମଦାର ପାଳି ଖେଳି ଆଉଟ୍‌ ହୋଇଥିଲେ । ହେଲେ ଏହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ଅନ୍ୟମାନଙ୍କ ମଧ୍ୟରେ କାମିନ୍ଦୁ ମେଣ୍ଡିସ (12)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିପାରିନଥିଲେ । ଫଳରେ 214 ଟାର୍ଗେଟ ନେଇ ବ୍ୟାଟିଂ କରୁଥିବା ଦଳ 170ରେ ହିଁ ସମସ୍ତ ୱିକେଟ୍‌ ହରାଇଥିଲା ।

ଭାରତ ବୋଲିଂ: ଭାରତ ପକ୍ଷରୁ ଯୁବ ଅଲରାଉଣ୍ଡର ରିୟାନ ପରାଗ ସର୍ବାଧିକ 3ଟି ୱିକେଟ୍‌ ହାସଲ କରିଥିଲେ । କେବଳ 1.2 ଓଭର ବୋଲିଂ କରିଥିବା ରିୟାନ 5 ରନ୍‌ ବ୍ୟୟ କରି ଏହି ସଫଳତା ସାଉଁଟିଥିଲେ । ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ସଫଳତା ହାସଲ କରିଥିବାବେଳେ ମହମ୍ମଦ ସିରାଜ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଲଙ୍କାରେ ଭାରତର ସୂର୍ଯ୍ୟୋଦୟ; ଚମକିଲା ଟପ୍‌ ଅର୍ଡର, ଶ୍ରୀଲଙ୍କା ଆଗରେ ବିଶାଳ ଲକ୍ଷ୍ୟ - IND vs SL 1st T20I

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2024, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.