ETV Bharat / sports

ଟସ୍‌ ଜିତିଲା ଶ୍ରୀଲଙ୍କା; ପ୍ରଥମେ ବ୍ୟାଟିଂ କରିବ ସୂର୍ଯ୍ୟ ବାହିନୀ; ଏମିତି ରହିଛି ଦଳ - IND vs SL 1st T20I - IND VS SL 1ST T20I

IND vs SL 1st T20I: ଆଜି ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ପ୍ରଥମ ମ୍ୟାଚ୍‌ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

IND vs SL 1st T20I
IND vs SL 1st T20I (IANS PHOTOS)
author img

By ETV Bharat Odisha Team

Published : Jul 27, 2024, 6:58 PM IST

Updated : Jul 27, 2024, 7:06 PM IST

ପାଲ୍ଲେକେଲ (ଶ୍ରୀଲଙ୍କା): ଆଜି ଶ୍ରୀଲଙ୍କା ବିପକ୍ଷରେ ଟି20 ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । 3 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଚରିଥ ଅସଲଙ୍କା । ଅର୍ଥାତ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଭାରତୀୟ ଦଳ ଆଜି ପ୍ରଥମେ ବ୍ୟାଟିଂ କରିବ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ମହମ୍ମଦ ସିରାଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିବାବେଳେ ଗିଲ୍‌, ଜୈସ୍ବାଲ, ରିଙ୍କୁ ସିଂ ଓ ରିୟାନ ପରାଗଙ୍କ ଭଳି ଯୁବ ଖେଳାଳିଙ୍କୁ ମଧ୍ୟ ମିଳିଛି ସ୍ଥାନ ।

ଯୁବ ଖେଳାଳିଙ୍କ କାନ୍ଧରେ ଭାର:-

ବର୍ତ୍ତମାନ ଦଳରେ ପ୍ରାୟ ଯୁବ ଖେଳାଳି ରହିଛନ୍ତି । ଶୁବମନ ଗିଲ ଓ ଜୈସ୍ବାଲ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଛନ୍ତି । ଏହି ଯୁବ ତାରକାଙ୍କ ପ୍ରଦର୍ଶନ ଉପରେ ଦଳୀୟ ସ୍କୋର ନିର୍ଭରଶୀଳ । ସେହିପରି ସୂର୍ଯ୍ୟ ଟି20ରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅଧିନାୟକ ଦାୟିତ୍ବରେ ରହିଥିବାରୁ ସାମାନ୍ୟ ଚାପରେ ରହିପାରନ୍ତି । ସେହିପରି ମିଡିଲ ଅଡରରେ ରିଙ୍କୁ ସିଂ ଓ ପାଣ୍ଡ୍ୟାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ । ପେସ ବୋଲିଂ ବିଭାଗ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ନେତୃତ୍ବରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି । ସେହିଭଳି ଅଭିଜ୍ଞ ଅକ୍ଷର ପଟେଲଙ୍କୁ ସ୍ପିନ୍‌ ବିଭାଗରେ ଯୁବ ଅଲରାଉଣ୍ଡର ରବି ବିଷ୍ଣୋଇଙ୍କର ଭରପୁର ସାଥ ମିଳିବ ବୋଲି ଆଶା ।

ଭାରତ ଚୂଡ଼ାନ୍ତ ଏକାଦଶ: ଶୁବମନ ଗିଲ, ଯଶସ୍ବୀ ଜୈସ୍ବାଲ, ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍‌ କିପର), ରହିୟାନ ପରାଗ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ

ଶ୍ରୀଲଙ୍କା ଚୂଡ଼ାନ୍ତ ଏକାଦଶ: ପଥୁମ ନିଶଙ୍କା, କୁସଲ ମେଣ୍ଡିସ (ୱିକେଟ କିପର), କୁସଲ ପେରେରା, କାମିନ୍ଦୁ ମେଣ୍ଡିସ, ଚରିଥ ଅସଲଙ୍କା (ଅଧିନାୟକ), ଦସୁନ ଶଣଙ୍କା, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷାଣା, ମଥିଶା ପଥିରାନା, ଅସିଥା ଫର୍ଣ୍ଣାଣ୍ଡୋ, ଦିଲଶାନ ମଧୁଶଙ୍କା

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଭାରତ-ଶ୍ରୀଲଙ୍କା T20: ଟିମ୍‌ ଇଣ୍ଡିଆର ଆରମ୍ଭ ହେବ ନୂତନ ଅଧ୍ୟାୟ, ଜାଣନ୍ତୁ କାହାର ପଲ୍ଲା ରହିବ ଭାରି ? - India vs Sri Lanka

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2024, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.