ETV Bharat / sports

ଶେଷ ମ୍ୟାଚରେ ସୁପର ଓଭରରେ ଜିତିଲା ଭାରତ, ଶ୍ରୀଲଙ୍କାରେ ‘Gambhir-SKY Era’ ଆରମ୍ଭ, 3-0ରେ ସିରିଜ କବଜା - Super Over win for India

author img

By ETV Bharat Sports Team

Published : Jul 31, 2024, 6:47 AM IST

Updated : Jul 31, 2024, 10:12 AM IST

Super Over win for India in Pallekele: ନିଶ୍ଚିତ ପରାଜୟରୁ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ମୁହଁରୁ ଫେରାଇ ଆଣିଲେ ବିଜୟ । ସୁପର ଓଭରରେ କମାଲ କଲେ ଓ୍ବାସିଂଟନ୍ । 3-0ରେ ସିରିଜ ମୂଳପୋଛ କଲା ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

Super Over win for India
Super Over win for India (@BCCI)

ହାଇଦ୍ରାବାଦ: ଟିମ ଇଣ୍ଡିଆ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ କମାଲ । ନିଶ୍ଚିତ ପରାଜୟରୁ ବିଜୟ ହାସଲ କଲା ଟିମ୍ । ଶ୍ରୀଲଙ୍କା ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ । ସୁପର ଓଭରରେ କମାଲ କଲେ ଓ୍ବାସିଂଟନ୍ । 10 ଓ୍ବିକେଟରେ ମ୍ୟାଚ ଜିତି 3-0ରେ ସିରିଜ କବଜା କଲା ସୂର୍ଯ୍ୟକୁମାରଙ୍କ ବାହିନୀ । ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆକୁ ଚାରିଆଡୁ ଶୁଭେଚ୍ଛା ।

ଗତକାଲି ଶ୍ରୀଲଙ୍କାର ପାଲିକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟି-20 ସିରିଜର ଶେଷ ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତ ପୂର୍ବରୁ 2ଟି ମ୍ୟାଚ ଜିତି 2-0ରେ ଆଗରେ ଥିବା ବେଳେ କାଲିର ମ୍ୟାଚରେ ଭଲ ଆରମ୍ଭ କରିନଥିଲା । ଇନଫର୍ମ ଜୟସ୍ବାଲ ମାତ୍ର 10 ରନ କରି ଆଉଟ ହୋଇଥିଲେ । ପରେ ସାମସନ ମଧ୍ୟ ଖାତା ଖେଲିବାରେ ସକ୍ଷମ ହୋଇନଥିଲେ । ଦଳୀୟ ସ୍କୋର 12 ରନ ଥିବା ବେଳେ ବ୍ୟାଟିଂ ପାଇଁ ଆସିଥିବା ରିଙ୍କୁ ମଧ୍ୟ ଫେଲ ମାରିଥିଲେ । ସେ ମାତ୍ର 1 ରନ କରି ପାଭେଲିୟନ୍ ଫେରିଥିଲେ । ପରେ ଅଧିନାୟକ ସୂର୍ଯ୍ୟକୁମାର ମଧ୍ୟ ଫେଲ ମାରିଥିଲେ । ଦଳୀୟ ସ୍କୋର 30 ରନ ଥିବା ବେଳେ ସୂର୍ଯ୍ୟ 8 ରନ କରି ଆଉଟ ହୋଇଥିଲେ । ପରେ ଦୁବେ ଏବଂ ଗିଲଙ୍କ ମଧ୍ୟରେ 18 ରନର ପାର୍ଟନରସିପ୍ ହୋଇଥିଲା । ଦୁବେ 13 ରନ କରି ଆଉଟ ହୋଇଥିଲେ । ପରେ ରିୟାନ ପରାଗ 26 ରନର ଇନିଂସ ଖେଳିଥିଲ । ଏହା ସହିତ ଗିଲ 39 ରନ ଏବଂ ଓ୍ବାସିଂଟନ ସୁନ୍ଦର 25 ରନ ସ୍କୋର କରିଥିଲେ । ଭାରତ 20 ଓଭର ବ୍ୟାଟିଂ କରି ମାତ୍ର 137 ରନ ସ୍କୋର କରିଥିଲା । 9 ଓ୍ବିକେଟ ବିନିମୟରେ ।

ଏହା ବି ପଢନ୍ତୁ- ଚମକିଲେ ଭାରତୀୟ ବୋଲର, ଦ୍ବିତୀୟ ଟି-20 ହାରିଲା ଶ୍ରୀଲଙ୍କା; ଆଗୁଆ ସିରିଜ୍‌ କବ୍‌ଜା କଲା ଭାରତ - India beat Sri Lanka by 7 wickets

ଜବାବରେ ଶ୍ରୀଲଙ୍କା ଦମଦାର ଆରମ୍ଭ କରିଥିଲା । ଦଳ 8.5 ଓଭରରେ 58 ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । ପରେ 110ରେ ଦ୍ବିତୀୟ ଓ୍ବିକେଟ ହରାଇଥିଲା । ତେବେ ଏହା ପରେ ତାସ୍ ଘର ଭଳି ଭୁଶୁଡି ପଡିଥିଲା ଶ୍ରୀଲଙ୍କା ବ୍ୟାଟିଂ ଲାଇନ୍ । ଦଳ 8 ଓ୍ବିକେଟ ହରାଇ 20 ଓଭରରେ ସମାନ 137 ରନ ସ୍କୋର କରିଥିଲା । ଏହା ପରେ ହୋଇଥିଲା ସୁପରଓଭର ।

ସୁପର ଓଭରରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ମାତ୍ର 2 ରନ ସ୍କୋର କରିଥିଲା । ଜବାବରେ ଭାରତର ଦୁଇ ଓପନର ତଥା ଓପନିଂ କରିବାକୁ ଆସିଥିବା ଅଧିନାୟକ ସୂର୍ଯ୍ୟକୁମାର ପ୍ରଥମ ବଲରେ ଚୌକା ମାରି ଭାରତକୁ ମ୍ୟାଚ ବିଜୟୀ କରିବା ସହିତ ସିରିଜ କବଜା କରିଥିଲା ଟିମ୍ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2024, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.