ETV Bharat / sports

34ବର୍ଷ ପରେ ଭାରତକୁ ଫେରିବ ଏସିଆ କପ୍‌; ଆଗାମୀ ସଂସ୍କରଣ ଆୟୋଜନ, ଟି-20 ଫର୍ମାଟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ - INDIA TO HOST ASIA CUP 2025

author img

By ETV Bharat Sports Team

Published : Jul 30, 2024, 10:27 AM IST

India to host Asia Cup 2025: ଭାରତରେ ଆୟୋଜନ ହେବ 2025 ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଟି-20 ଫର୍ମାଟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

India to host Asia Cup
India to host Asia Cup (AP photos)

ହାଇଦ୍ରାବାଦ: 34 ବର୍ଷ ପରେ ଭାରତରେ ଖେଳାଯିବ ଏସିଆ କପ । ଆସନ୍ତା 2025 ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭାରତ । ଏନେଇ ଏସିଆ କ୍ରିକେଟ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଟି-20 ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜିନ ହେବାକୁ ଥିବା ବେଳେ ଏସିଆ କପ ଟି-20 ଫର୍ମାଟରେ ଖେଳାଯିବ । 2023ରେ ପାକିସ୍ତାନ (ଦୁବାଇ)ରେ ଏସିଆ କପ ଖେଳାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଟିମ୍ ଇଣ୍ଡିଆ, ଏନେଇ ବଡ଼ ସର୍ତ୍ତ ରଖିଲେ BCCI ଉପସଭାପତି ରାଜୀବ ଶୁକ୍ଳା - Champions Trophy 2025

ଏସିଆ କପରେ ମୋଟ 6ଟି ଦଳ ଭାଗ ନେବେ: ଭାରତ 2025 ଓ ବାଂଲାଦେଶରେ 2027ରେ ଏସିଆ କପ ଆୟୋଜନ କରାଯିବା ନେଇ ଏସିଆ କ୍ରିକେଟ ପରିଷଦ ପକ୍ଷରୁ ଅଧିକାର ପ୍ରଦାନ କରାଯାଇଛି । ଟି 20 ବିଶ୍ବକପକୁ ଦୃଷ୍ଟିରେ ରଖି ଏସିଆ କପ ଟି 20 ଫର୍ମାଟରେ ଖେଳାଯିବ । ସେହିପରି 2027ରେ ଦକ୍ଷିଣ ଆଫ୍ରିକାରେ ଦିନିକିଆ ବିଶ୍ବକପ ହେବାକୁ ଥିବା ବେଳେ ବାଂଲାଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ । ଏସିଆ କପରେ ମୋଟ 6ଟି ଦଳ ଭାଗ ନେବେ । ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ବ୍ୟତିତ ଯୋଗ୍ୟତା ପର୍ଯ୍ୟାୟରେ ଷଷ୍ଠ ଦଳ ଚୟନ କରାଯିବ ବୋଲି ଏସିସି ପକ୍ଷରୁ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ-Paris Olympics 2024; ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ସାତ୍ତ୍ବିକ-ଚିରାଗ - badminton mens doubles group stage

2023 ଏସିଆ କପ ହାତେଇଥିଲା ଭାରତ : ଏସିଆ କପ 2023 ପାକିସ୍ତାନ ଆୟୋଜନ କରିଥିଲା । ସେହି ସମୟରେ ଖେଳିବା ପାଇଁ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯାଇନଥିଲା । ଫଳରେ ଭାରସର ସମସ୍ତ ମ୍ୟାଚ ଶ୍ରୀଲଙ୍କା ଓ ପାକିସ୍ତାନ ଉଭୟ ଦେଶରେ ଖେଳାଯିବାକୁ ଏସିୟ କ୍ରିକେଟ୍‌ ପରିଷଦ ନିଷ୍ପତ୍ତି ନେଇଥିଲା । ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଶ୍ରୀଲଙ୍କା 50 ରନ କରି ଅଲଆଉଟ ହୋଇଥିବା ବେଳେ ଅଷ୍ଟମ ଥର ପାଇଁ ଏସିଆ କପ ଟାଇଟଲ ଜିତି 5 ବର୍ଷ ଟ୍ରଫି ମରୁଡିର ଅନ୍ତ ଘଟାଇଥିଲା ଟିମ ଇଣ୍ଡିଆ । ଭାରତ ଶେଷ ଥର ପାଇଁ 2018ରେ ଏସିଆ କପ ଚମ୍ପିଆନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.