ETV Bharat / sports

ଟିମ ଇଣ୍ଡିଆ କୋଚ ପାଇଁ ଆବେଦନ କରିଛନ୍ତି ମୋଦି-ଶାହ ! - INDIA CRICKET TEAM HEAD COACH

author img

By ETV Bharat Odisha Team

Published : May 28, 2024, 10:34 AM IST

Fake India coach applicants: ମୋଦି-ଶାହଙ୍କ ନାମରେ ଟିମ ଇଣ୍ଡିଆ ମୁଖ୍ୟ କୋଚ ପାଇଁ ହୋଇଛି ଆବେଦନ । 3000 ଦରଖାସ୍ତ ଗ୍ରହଣ କରିଛି ବିସିସିଆଇ । ଅଧିକ ପଢନ୍ତୁ

Fake India coach applicants
Fake India coach applicants (ETV BHARAT ODISHA)

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମୁଖ୍ୟ କୋଚ ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ବିସିସିଆଇ ପକ୍ଷରୁ 3000 ଦରଖାସ୍ତ ଗ୍ରହଣ କରାଯାଇଛି । ସେଥି ମଧ୍ୟରୁ ନକଲି ଆବେଦନକାରୀ ମଧ୍ୟ ରହିଛନ୍ତି । ନରେନ୍ଦ୍ର ମୋଦି, ଅମିତ ଶାହ, ସଚିନ ତେନ୍ଦୁଲକର, ଏମଏସ ଧୋନିଙ୍କ ନାମରେ ଭାରତୀୟ ପୁରୁଷ ଦଳ ମୁଖ୍ୟ କୋଚ ପାଇଁ ଆବେଦନ କରାଯାଇଛି । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ମେ 27 ରହିଥିଲା ।

ବିସିସିଆଇ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ତେନ୍ଦୁଲକର, ଧୋନି, ହରଭଜନ ସିଂ, ବିରେନ୍ଦ୍ର ସେୱାଗଙ୍କ ନାମରେ ଏକାଧିକ ଆବେଦନ ଗ୍ରହଣ କରିଛି। ଆବେଦନକାରୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ରାଜନେତାଙ୍କ ନାମ ମଧ୍ୟ ରହିଛି। ମେ 13 ତାରିଖରେ ବିସିସିଆଇ ଗୁଗୁଲ୍ ଫର୍ମରେ ଚାକିରି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । ପ୍ରତିଦିନ ଏହି ପଦବୀ ପାଇଁ ବହୁ ସଂଖ୍ୟାରେ ନକଲି ଆବେଦନକାରୀ ମଧ୍ୟ ଅବେଦନ କରିଛନ୍ତି । ତେବେ ବିସିସିଆଇ ପକ୍ଷରୁ ଯେଉଁ ମାନଙ୍କୁ ଏହି ପଦବୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ କେହି ଆବେଦନ କରିଛନ୍ତି ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଶାହଙ୍କ ସହ କଥା ହେଲେ ଗମ୍ଭୀର, ଟିମ ଇଣ୍ଡିଆ କୋଚ ନେଇ ବଢିଲା ସସପେନ୍ସ - Gambhir meets Jay Shah

ନକଲି ଆବେଦନ କରିବା ଘଟଣା ପ୍ରଥମ ନୁହଁ । ପୂର୍ବରୁ 2022 ମସିହାରେ ଯେତେବେଳେ ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେତେବେଳେ ସେଲିବ୍ରିଟିଙ୍କ ନାମ ବ୍ୟବହାର କରି 5000 ଆବେଦନ ଗ୍ରହଣ କରାଯାଇଥିଲା। ସେତେବେଳେ ବିସିସିଆଇ ଆଗ୍ରହୀ ପ୍ରାର୍ଥୀଙ୍କୁ ସେମାନଙ୍କ ଆବେଦନ ମେଲ୍ କରିବାକୁ କହିଥିଲା । ଚଳିତ ଥର କିନ୍ତୁ ଗୁଗୁଲ୍ ଫର୍ମ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଛି। ଟି 20 ବିଶ୍ବକପ ସରିବା ପରେ ମୁଖ୍ୟ କୋଚ ଭାବେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥି ପାଇଁ ନୂଆ କୋଚ ସନ୍ଧାନରେ ରହିଛି ବିସିସିଆଇ । ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିବାକୁ ବିସିସିଆଇ ଆଗ୍ରହୀ ଅଛି । ତିନି ବର୍ଷ ପାଞ୍ଚ ମାସ ପାଇଁ ନୂଆ କୋଚଙ୍କୁ ନିଯୁକ୍ତ କରାଯିବ । ତାଙ୍କ କାର୍ଯ୍ୟକାଳ ଜୁଲାଇ 1, 2024 ରୁ ଡିସେମ୍ବର 31, 2027 ପର୍ଯ୍ୟନ୍ତ 3.5 ବର୍ଷ ପାଇଁ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.