ETV Bharat / sports

ଲିଜେଣ୍ଡସ୍‌ ବିଶ୍ୱ ଚମ୍ପିଆନ ହେଲା ଭାରତ, ଫାଇନାଲରେ 5 ଓ୍ୱିକେଟରେ ହାରିଲା ପାକିସ୍ତାନ - World Championship of Legends 2024

author img

By ETV Bharat Odisha Team

Published : Jul 14, 2024, 9:15 AM IST

World Championship of Legends 2024: ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍‌ ଚମ୍ପିଆନ ହେଲା ଟିମ୍‌ ଇଣ୍ଡିଆ । ପାକିସ୍ତାନକୁ ଫାଇନାଲରେ ପରାସ୍ତ କଲା ଭାରତ । ଅଧିକ ପଢନ୍ତୁ

World Championship of Legends
World Championship of Legends (@RichKettle07)

ହାଇଦ୍ରାବାଦ: ପୁଣି ବିଶ୍ୱବିଜୟୀ ହେଲା ଟିମ୍‌ ଇଣ୍ଡିଆ । ଅବସରପ୍ରାପ୍ତ କ୍ରିକେଟରଙ୍କୁ ନେଇ ଚାଲିଥିବା ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍‌ରେ ଚମ୍ପିଆନ ହେଲା ଟିମ୍‌ ଇଣ୍ଡିଆ । ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟ୍ରଫି ହାତେଇଛି ଭାରତ । 5 ଓ୍ବିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି ୟୁବରାଜ ସିଂଙ୍କ ନେତୃତ୍ବାଧିନ ମେନ ଇନ ବ୍ଲୁ । ଅମ୍ବାତି ରାଇଡୁ ଧୂଆଁଧାର ଅର୍ଦ୍ଧଶତକ ନେଇଥିବାବେଳେ ଅନୁରିତ ସିଂହ ଘାତକ ବୋଲିଂ କରି ସର୍ବାଧିକ 3ଟି ଓ୍ବିକେଟ ନେଇଥିଲେ ।

ଶନିବାର ଏଜବାଷ୍ଟନରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୟୁନିସ ଖାନଙ୍କ ଦଳ । ଦଳ 20 ଓଭରରେ 6 ଓ୍ବିକେଟ ହରାଇ ମାତ୍ର 156 ରନ କରିଥିଲା । ସୋଏବ ମଲ୍ଲିକ ସର୍ବାଧିକ 41 ରନ କରିଥିବା ବେଳେ କମରନ ଆକମଲ 24, ମିସବା ଉଲ ହକ 18, ସୋହେଲ ଅପରାଜିତ 19 ଓ ଶାହୀଦ ଆଫ୍ରିଦ ଅପରାଜିତ 4 ରନ କରିଥିଲେ । ଟିମ୍‌ ଇଣ୍ଡର ଅନୁରିତ ସିଂ ଘାତକ ବୋଲିଂ କରି 3ଟି ଓ୍ବିକେଟ ନେଇଥିବା ବେଳେ ବିନୟ କୁମାର, ଇର୍ଫାନ ପଠାନ ଓ ପଓ୍ବନ ନେଗୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଜୟସ୍ବାଲଙ୍କ ବିସ୍ଫୋରଣ; ଆଗୁଆ ସିରିଜ କବ୍‌ଜା କଲା ଭାରତ - IND vs ZIM 4th T20I

157 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । 20 ଓଭର ଶେଷ ହେବା ପୂର୍ବରୁ ଦଳ ବିଜୟ ରନ ଲକ୍ଷ୍ୟ ହାସଲ କରିଥିଲା । 19.1 ଓଭରରେ 5 ଓ୍ବିକେଟ ହରାଇ 159 ରନ କରିଥିଲା ଭାରତ । ଆରମ୍ଭରୁ ଧୂଆଁଧାର ପାଳି ଆରମ୍ଭ କରିଥିଲେ ରବିନ ଉଥପା ଏ ରାଇଡୁ । ମାତ୍ର 10 ରନ କରି ରବିନ ଆଉଟ ହୋଇଥିବା ବେଳେ ରାଇଡୁ ପାକିସ୍ତାନ ବୋଲରଙ୍କୁ ପାଣି ପିଆଇ ଦେଇଥିଲେ । ବଡ ବଡ ସଟ ଖେଳି ସେ 30 ବଲରେ 50 ରନ କରିଥିଲେ । ଏଥିରେ 4ଟି ଚୌକା ଓ 2ଟି ଛକା ସାମିଲ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଗୁରକିରତ ସିଂହ ମାନ୍ନା 34, ୟୁସୁଫ ପଠାନ 30, ଯୁବରାଜ ଅପରାଜିତ 15 ରନ କରିଥିଲେ ।

ଚଳିତ ଥର ପ୍ରଥମ ଥର ପାଇଁ ଅବସରପ୍ରାପ୍ତ କ୍ରିକେଟର୍ସଙ୍କୁ ନେଇ ଇଂଲଣ୍ଡରେ ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍‌ ଆରମ୍ଭ ହୋଇଥିଲା । ଏକ ମାସ ଖେଳ ଚାଲିବା ପରେ ଗତକାଲି ଶେଷ ହୋଇଛି । ପ୍ରଥମ ସିଜିନରେ ହିଁ ଭାରତ ବିଜୟୀ ହୋଇଛି । 6ଟି ଦଳ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.