ETV Bharat / sports

ଧର୍ମଶାଳାରେ ଇଂଲଣ୍ଡ ଧରାଶାୟୀ: ଗୋଟିଏ ଇନିଂସ ଓ 64 ରନରେ ଜିତିଲା ଟିମ୍ ଇଣ୍ଡିଆ, ୪-୧ରେ ସିରିଜ୍ କବଜା

author img

By ETV Bharat Odisha Team

Published : Mar 9, 2024, 2:21 PM IST

Updated : Mar 9, 2024, 2:46 PM IST

India vs England 5th Test: ଇଂଲଣ୍ଡ ବିପକ୍ଷ 5ମ ଟେଷ୍ଟରେ ଗୋଟିଏ ଇନିଂସ ଏବଂ 64 ରନରେ ଟିମ ଇଣ୍ଡିଆର ବିଜୟ । ବୋଲିଂରେ କମାଲ ଏବଂ ବ୍ୟାଟିଂରେ ଧମାଲ କଲା ମେନ ଇନ ବ୍ଲୁ । ଅଧିକ ପଢନ୍ତୁ,

India vs England 5th Test
India vs England 5th Test

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ 5ମ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ । ଗୋଟିଏ ଇନିଂସ ଏବଂ 64 ରନରେ ଜିତିଲା ଟିମ ଇଣ୍ଡିଆ । 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ 4-1ରେ କବ୍‌ଜା କଲା ମେନ ଇନ ବ୍ଲୁ । ଦ୍ବିତୀୟ ଇଂନିସରେ ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ ହେଲା ଭ୍ରମଣକାରୀ ଦଳ । 195 ରନରେ ଅଲଆଉଟ ହେଲା ଇଂଲଣ୍ଡ । 100 ତମ ଟେଷ୍ଟ ମ୍ୟାଚରେ 9 ୱିକେଟ ନେଲେ ରବିଚନ୍ଦ୍ର ଅଶ୍ବିନୀ । ଭାରତୀୟ ଟିମର ଅଲରାଉଣ୍ଡର ପ୍ରଦର୍ଶନ ବଳରେ ପ୍ରଥମେ 0-1 ସ୍ଥିତିରେ ରହିଥିବା ଭାରତ ଏହି ସିରିଜ୍‌କୁ 4-1ରେ ଶେଷ କରିଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଆଜି ରହିଥିଲା ତୃତୀୟ ଦିନ । 473/8 ରୁ ଭାରତ ପାଇଁ ବ୍ୟାଟିଂ ଆରମ୍ଭ କରି 477 ରନରେ ଅଲଆଉଟ ହୋଇଥିଲା । ପ୍ରଥମ ପାଳିରେ 259 ରନରେ ଆଗୁଆ ରହିଥିଲା । ଏହାପରେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ଇଂଲଣ୍ଡ । କିନ୍ତୁ ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଜାଲରେ ଫସିଥିଲେ ଇଂଲଣ୍ଡ ଖେଳାଳି । ଜୟ ରୁଟ ସର୍ବାଧିକ 86 ରନ କରିଥିବା ବେଳେ ଜନି ବେରଷ୍ଟୋ 39 ରନ କରିଥିଲେ । କୌଣସି ବି ଖେଳାଳି 30 ରନ କରିବାକୁ ସକ୍ଷମ ହୋଇନଥିଲେ । ଶେଷରେ ଦଳ ସମସ୍ତ ଓ୍ବିକେଟ ହରାଇ 195 ରନ କରିଥିଲା । ଅଶ୍ୱିନୀ 5ଟି ଓ୍ବିକେଟ ନେଇଥିବା ବେଳେ କୁଳଦୀପ 2 ଓ ବୁମରା 2 ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଧର୍ମଶାଳା ଟେଷ୍ଟ: 259 ରନ ଲିଡ୍‌ ସହ 477ରେ ଅଲଆଉଟ୍‌ ଭାରତ

ପ୍ରଥମ ଦିନ: ମାର୍ଚ୍ଚ 7 ତାରିଖରେ ଏଚପିସିଏ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ମ୍ୟାଚ । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିଥିଲା ଇଂଲଣ୍ଡ । ଭାରତୀୟ ସ୍ପିନରଙ୍କ ବଲକୁ ସାମ୍ନା କରିନପାରି ମାତ୍ର 218 ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ । ଏହାପରେ ପ୍ରଥମ ଦିନରେ ପ୍ରଥମ ପାଳି ଆରମ୍ଭ କରିଥିଲା ଭାରତ । ପ୍ରଥମରୁ ଜୟସ୍ବାଲ ଆକ୍ରାମକ ଖେଳି 57 ରନ କରି ଆଉଟ ହେବା ପରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ରୋହିତ ଓ ଗିଲ । ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା 52 ରନ କରିଥିବା ବେଳେ ଗିଲ 26 ରନ କରିଥିଲେ । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ ଇଣ୍ଡିଆ 135 ରନ କରିଥିଲା ।

ଦ୍ବିତୀୟ ଦିନ: ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଗିଲ ଓ ରୋହିତ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ରୋହିତ ଅପରାଜିତ 103 ରନ କରିଥିବା ବେଳେ ଗିଲ 110 ରନ କରିଥିଲେ । ଦଳୀୟ ସ୍କୋରକୁ ଆଗକୁ ନେବାରେ ସର୍ଫରାଜ ଖାନଙ୍କ 56 ଓ ଦେବଦତ୍ତ ପାଡିକଲ୍‌ଙ୍କ 65 ରନ ସହାୟକ ହୋଇଥିଲା ପରେ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଧ୍ରୂବ ଜୁରେଲ ଓ ଜାଡେଜା 15 ଲେଖାଁଏ ରନ କରି ଆଉଟ ହୋଇଥିଲେ । କୁଳଦୀପ ଯାଦବ 27 ଓ ବୁମରା 19 କରିଥିବା ବେଳେ ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 8 ଓ୍ବିକେଟ ହରାଇ 473 ରନ କରିଥିଲା । ଆଜି ତୃତୀୟ ଦିନରେ 473ରନ ରୁ ଭାରତ ବ୍ୟାଟିଂ ଆରମ୍ଭ କରି 477 ରନ କରି ଅଲଆଉଟ ହୋଇଛି । ଏହା ସହିତ ପ୍ରଥମ ପାଳିରେ 259 ରନରେ ଆଗୁଆ ରହିଥିଲା । ଇଂଲଣ୍ଡ ଦ୍ବିତୀୟ ଇଂନିସରେ 195 ରନ କରି ଅଲଆଉଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଇଟିଭି

Last Updated : Mar 9, 2024, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.