ETV Bharat / sports

ଗୋଟିଏ ବଲରୁ 13 ରନ ! ଜୟସ୍ବାଲଙ୍କ ବିଶ୍ବ ରେକର୍ଡ; 4-1ରେ ସିରିଜ୍‌ ଶେଷ କଲା ଟିମ୍‌ ଇଣ୍ଡିଆ - IND vs ZIM 5th T20I

author img

By ETV Bharat Odisha Team

Published : Jul 14, 2024, 11:03 PM IST

IND vs ZIM 5th T20I: ପ୍ରଥମ ମ୍ୟାଚ୍‌ ହାରିବା ପରେ ଶେଷ 4ଟା ଯାକ ମ୍ୟାଚ୍‌ ଜିତିଲା ଭାରତ । ଜିମ୍ବାୱେ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ 4-1ରେ ଶେଷ କଲା ଟିମ୍‌ ଇଣ୍ଡିଆ । ଗୋଟିଏ ବଲରୁ ଦଳକୁ 13 ରନ ଭେଟି ଦେଇ ଇତିହାସ ରଚିଲେ ଜୟସ୍ବାଲ । ଅଧିକ ପଢ଼ନ୍ତୁ

IND vs ZIM 5th T20I
IND vs ZIM 5th T20I (ETV Bharat Odisha)

ହରାରେ (ଜିମ୍ବାୱେ): ଜିମ୍ବାୱେରେ ଜୟସ୍ବାଲଙ୍କ ବିଶ୍ବ ରେକର୍ଡ । ଇନିଂସର ପ୍ରଥମ ବଲରେ ମାରିଲେ 12 ରନ । ଜିମ୍ବାୱେ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ୍‌ ଶେଷ ହୋଇଛି । ପ୍ରଥମ ମ୍ୟାଚ୍‌ ହାରିବା ପରେ ଜବରଦସ୍ତ କମ୍‌ବ୍ୟାକ୍‌ କରି ଅବଶିଷ୍ଟ 4ଟି ଯାକ ମ୍ୟାଚ୍‌ ଜିତିଛି ଟିମ୍‌ ଇଣ୍ଡିଆ । ତେବେ 5ମ ତଥା ଶେଷ ଟି20 ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି 167 ରନ କରିଥିଲା ଭାରତୀୟ ଦଳ । ଜବାବରେ 125 ରନରେ ସମସ୍ତ ୱିକେଟ୍‌ ହରାଇଛି ଘରୋଇ ଦଳ । ତେବେ ମ୍ୟାଚ୍‌ର ପ୍ରଥମ ପାଳିର ପ୍ରଥମ ବଲରେ ହିଁ ବିଶ୍ବ ରେକର୍ଡ କରିଛନ୍ତି ଭାରତୀୟ ଯୁବ ତାରକା ଓପନର ଯଶସ୍ବୀ ଜୟସ୍ବାଲ । ଏଭଳି ରେକର୍ଡ କରିବାରେ ସେ ବିଶ୍ବରେ ପ୍ରଥମ କ୍ରିକେଟର ହୋଇଛନ୍ତି ।

ପ୍ରଥମ ପାଳି:-

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା । ଜବାବରେ ଦଳକୁ ସେ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ପ୍ରଥମ ଓଭରରେ ହିଁ ଭାରତକୁ ବଡ଼ ଝଟ୍‌କା ଦେଇଥିଲେ ରାଜା । ଯଶସ୍ବୀ ଜୟସ୍ବାଲ କେବଳ 12 ରନ କରି ପାଭିଲିୟନ ଫେରିଥିଲେ । ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଓ ଅଭିଷେକ ଶର୍ମା ଯଥାକ୍ରମେ 13 ଓ 14 ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ୱିକେଟ୍‌ କିପର ସଞ୍ଜୁ ସାମସନ ଦଳର ପରିସ୍ଥିତି ବୁଝି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ଭାରତର ଗୋଟିଏ ପ୍ରକାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ରିୟାନ ପରାଗ 22 ଓ ଶିବମ ଦୁବେ 26 ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ସାମସନ୍‌ ଦଳ ପାଇଁ ସର୍ବାଧିକ 58 ରନର ରକ୍ଷଣାତ୍ମକ ପାଳି ଖେଳି ଦଳ ପାଇଁ ଏକାକୀ ଲଢ଼ିଥିଲେ । ଏହାପରେ ରିଙ୍କୁ ସିଂ (11*)ଙ୍କ ପାଳି ଦଳକୁ 167 ରନରେ ପହଞ୍ଚାଇଥିଲା । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍‌ ହରାଇ ଏହି ସ୍କୋର କରିଥିଲା ଭାରତ ।

ଏହି ପାଳିରେ ଜିମ୍ବାୱେ ପକ୍ଷରୁ ବ୍ଲେସିଂ ମୁଜାରାବାନି ସର୍ବାଧିକ 2ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଅଧିନାୟକ ସିକନ୍ଦର ରାଜାଙ୍କ ସହିତ ରିଚାର୍ଡ ଏନ୍‌ଗରଭା ଓ ବ୍ରେଣ୍ଡନ ମାଭୁତା ଗୋଟିଏ ଲେଖାଏଁ ସଫଳତା ସାଉଁଟିଥିଲେ ।

ଦ୍ବିତୀୟ ପାଳି:-

167 ରନ ଡିଫେଣ୍ଡ କରୁଥିବା ଭାରତକୁ ପ୍ରଥମ ଓଭରରେ ହିଁ ପ୍ରଥମ ସଫଳତା ଦେଇଥିଲେ ମୁକେଶ କୁମାର । ସେ ଜିମ୍ବାୱେ ଓପନର ୱେସଲି ମାଧବେରେଙ୍କୁ କ୍ଲିନ ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ଦ୍ବିତୀୟ ସଫଳତା ମଧ୍ୟ ମୁକେଶଙ୍କ ହାତରୁ ପାଇଥିଲା ଭାରତ । 10 ରନ କରିଥିବା ବ୍ରାଏନ ବେନେଟ୍‌ଙ୍କୁ ଆଉଟ୍‌ କରିଥିଲେ ମୁକେଶ । ଅନ୍ୟତମ ଓପନର ମାରୁମାନି (27) ଓ ଡାୟନ ମାୟର୍ସ (34) ଦଳୀୟ ପାଳିକୁ କିଛିମାତ୍ରାରେ ଗତି ଦେଇଥିଲେ । ହେଲେ ନା ସେମାନଙ୍କୁ ଅନ୍ୟ ବ୍ୟାଟରଙ୍କ ସହଯୋଗ ମିଳିଥିଲା, ଆଉ ନା ସେମାନେ ନିଜେ ବେଶୀ ସମୟ ଭାରତୀୟ ବୋଲିଂ ଆଟାକ୍‌ ଆଗରେ ତିଷ୍ଠି ପାରିଲେ । ଅନ୍ୟମାନଙ୍କ ମଧ୍ୟରେ ଫରାଜ ଆକ୍ରମ 27 ରନର ଦମଦାର ପାଳି ଖେଳିଥିଲେ ହେଁ ଦଳକୁ ବିଜୟୀ କରିବାରେ ତାହା ପର୍ଯ୍ୟାପ୍ତ ନଥିଲା । ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ 18.3 ଓଭର ବେଳକୁ କେବଳ 125 ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଜିମ୍ବାୱେ ।

ଏହି ପାଳିରେ ଭାରତ ପକ୍ଷରୁ ମୁକେଶ କୁମାର 3.3 ଓଭରରେ କେବଳ 22 ରନ ବ୍ୟୟ କରି ସର୍ବାଧିକ 4 ୱିକେଟ୍‌ ସଫଳତା ହାସଲ କରିଥିଲେ । ଶିବମ ଦୁବେ 2ଟି ୱିକେଟ୍‌ ସହିତ 26 ରନର ବିସ୍ଫୋରକ ପାଳି ଖେଳିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ତୁଷାର ଦେଶପାଣ୍ଡେ ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରି ଦଳର ବିଜୟରେ ଭାଗିଦାରୀ ଦେଇଥିଲେ । ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ୍‌ ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଇତିହାସ ରଚିଲେ ଜୟସ୍ବାଲ:-

ଆଜି ମ୍ୟାଚ୍‌ରେ ଭାରତୀୟ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏକ ବିରଳ କୀର୍ତ୍ତିମାନ ରଚିଛନ୍ତି । ପାଳିର ପ୍ରଥମ ବଲରୁ ଦଳକୁ 13 ରନ ଭେଟି ଦେଇଛନ୍ତି । ଏଭଳି କାରନାମା କରିବାରେ ବିଶ୍ବରେ ପ୍ରଥମ ବ୍ୟାଟର ହୋଇପାରିଛନ୍ତି ଜୟସ୍ବାଲ । ଜିମ୍ବାୱେ ପକ୍ଷରୁ ପ୍ରଥମ ଓଭର ନେଇ ଆସିଥିଲେ ନିଜେ ଅଧିନାୟକ ସିକନ୍ଦର ରାଜା । ପ୍ରଥମ ବଲଟି ଜୟସ୍ବାଲଙ୍କୁ ଫୁଲଟସ୍‌ ପକାଇଥିଲେ ରାଜା । ଏହି ବଲ୍‌କୁ ଛକା ମାରିବା ଉଦ୍ଦେଶ୍ୟରେ ବାଉଣ୍ଡରୀ ବାହାରକୁ ପଠାଇଥିଲେ ଜୟସ୍ବାଲ । ଅନ୍ୟପଟେ ଅମ୍ପାୟାର ଏହି ବଲକୁ 'ନୋ ବଲ୍‌' ଘୋଷଣା କରିଥିଲେ । ଫଳରେ ଜୟସ୍ବାଲ ନିଜ ଖାତାରେ ପ୍ରଥମ ବଲରେ ହିଁ ନିଜ ଖାତାରେ 6 ରନ ଯୋଡ଼ିଥିବାବେଳେ ଦଳକୁ 7 ରନ ମିଳିଥିଲା । ପ୍ରଥମ ବଲ 'ନୋ ବଲ୍‌' ଥିବାରୁ ଏହାପର ବଲରେ 'ଫ୍ରି ହିଟ୍‌' ସୁଯୋଗ ପାଇଥିଲେ ଜୟସ୍ବାଲ । ଏହି ସୁଯୋଗକୁ ହାତଛଡ଼ା ନକରି ଜୟସ୍ବାଲ ଏହି ବଲରେ ଲଗାଇଥିଲେ ଦ୍ବିତୀୟ ଛକା । ଫଳରେ ପ୍ରଥମ ବଲରୁ ହିଁ ନିଜ ଖାତାରେ 12 ରନ ଯୋଡ଼ିଥିଲେ ଜୟସ୍ବାଲ । ଏଭଳି ଦମଦାର ଷ୍ଟାଇଲ୍‌ରେ ଇନିଂସ୍‌ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ପାଳି ଖେଳିବାରେ ବିଫଳ ହୋଇଥିଲେ ଜୟସ୍ବାଲ । ସେ ସେହି ପ୍ରଥମ ଓଭରର 4ର୍ଥ ବଲରେ ହିଁ ଆଉଟ୍‌ ହୋଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସରେ ଭାରତ, ଜାଣନ୍ତୁ କେଉଁ ଇଭେଣ୍ଟରେ ଭାଗ ନେବେ କେଉଁ ଖେଳାଳି ? - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.