ETV Bharat / sports

ଜୟସ୍ବାଲଙ୍କ ବିସ୍ଫୋରଣ; ଆଗୁଆ ସିରିଜ କବ୍‌ଜା କଲା ଭାରତ - IND vs ZIM 4th T20I

author img

By ETV Bharat Odisha Team

Published : Jul 13, 2024, 7:49 PM IST

Updated : Jul 13, 2024, 8:15 PM IST

IND VS ZIM 4TH T20I: ଜିମ୍ବାୱେ ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ । 153 ରନର ଲକ୍ଷ୍ୟକୁ କେବଳ 15.2 ଓଭରରେ କୌଣସି ୱିକେଟ୍‌ ନହରାଇ ହାସଲ କରିବା ସହ 5 ମ୍ୟାଚ୍‌ ବିଶିଷ୍ଟ ସିରିଜକୁ 3-1 ଲିଡ୍‌ ନେଇ ଆଗୁଆ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

IND VS ZIM 4TH T20I
IND VS ZIM 4TH T20I (BCCI and ETV Bharat Odisha)

ହରାରେ (ଜିମ୍ବାୱେ): 4ର୍ଥ ଟି20ରେ ଜୟସ୍ବାଲଙ୍କ କମାଲ । ଜିମ୍ବାୱେ ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ । କ୍ୟାପ୍ଟେନ ଗିଲ୍‌ ବି ଯୋଡ଼ିଲେ ଅର୍ଦ୍ଧଶତକ । 5 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ୍‌ ଆଗୁଆ କବ୍‌ଜା କଲା ଭାରତ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି 152 ରନ କରିଥିଲା ଘରୋଇ ଦଳ ଜିମ୍ବାୱେ । ତେବେ 153 ରନର ଲକ୍ଷ୍ୟକୁ କେବଳ 15.2 ଓଭରରେ ହାସଲ କରିଛି ଟିମ୍‌ ଇଣ୍ଡିଆ । କେବଳ ସେତିକି ନୁହେଁ, କୌଣସି ୱିକେଟ୍‌ ନହରାଇ ଏହି ଟାର୍ଗେଟ ହାସଲ କରି ସିରିଜ୍‌ କବ୍‌ଜା କରିଛି ଭାରତୀୟ ଦଳ । 5 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ୍‌କୁ 3-1 ଲିଡ୍‌ ନେଇ ଆଗୁଆ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ । କେବଳ 53 ବଲରୁ 13 ଚୌକା ଓ 2 ଛକା ବଳରେ ବିସ୍ଫୋରକ 93 ରନରପାଳି ଖେଳିଥିବା ଯୁବ ଓପନର ଯଶସ୍ବୀ ଜୟସ୍ବାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଅଧିନାୟକ ଶୁଭମନ ଗିଲ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ 58 ରନର ପାଳି ଖେଳି ଜୟସ୍ବାଲଙ୍କ ଭରପୁର ସାଥ ଦେଇଥିଲେ ।

ସିକନ୍ଦର ରାଜାଙ୍କ ଲଢ଼ୁଆ ପାଳି:-

ଆଜିର ମ୍ୟାଚ୍‌ ଜିମ୍ବାୱେ ପାଇଁ କର ବା ମର ପରିସ୍ଥିତିରେ ଥିଲା । କାରଣ ପୂର୍ବ 3ଟି ମ୍ୟାଚ୍‌ରୁ 2ଟି ଜିତି 2-1 ଲିଡ୍‌ ନେଇଯାଇଥିଲା ଭାରତୀୟ ଦଳ । ହେଲେ ଆଜି ଟସ୍‌ ମଧ୍ୟ ଜିତିଥିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ । ସେ ପ୍ରଥମେ ବ୍ୟାଟିଂ ପାଇଁ ଘରୋଇ ଦଳକୁ ଆମନ୍ତ୍ରଣ କରିଥିଲେ । ଜବାବରେ ଜିମ୍ବାୱେକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ ଦଳର ଦୁଇ ଓପନର । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ଯୋଡ଼ିଥିଲେ 63 ରନ । ମାଧେବେର 25 ଓ ମାରୁମାନି 32 ରନ କରି ପାଭିଲିୟନ ଫେରିଥିଲେ । ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜାଙ୍କ 46 ରନର ବିସ୍ଫୋରକ ପାଳି ଗୋଟିଏ ମୁହୂର୍ତ୍ତରେ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲା । ହେଲେ ଆଜି ଭାରତ ପାଇଁ ପଦାର୍ପଣ କରିଥିବା ତୁଷାର ଦେଶପାଣ୍ଡେ ରାଜାଙ୍କୁ ପାଭିଲିୟନ ଫେରାଇଥିଲେ । ଡାୟନ ମାୟର୍ସଙ୍କ 12 ରନର ପାଳି ବ୍ୟତୀତ ଦଳର କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍‌ ହରାଇ 152 ରନ କରିପାରିଥିଲା ଜିମ୍ବାୱେ ।

ଶୃଙ୍ଖଳିତ ଭାରତୀୟ ବୋଲିଂ:-

ଜିମ୍ବାୱେ ପାଳିରେ ଭାରତ ପକ୍ଷରୁ ମଧ୍ୟ ଗୋଟିଏ ପ୍ରକାର ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦ୍ରୁତ ବୋଲର ଖଲିଲ ଅହମ୍ମଦ 4 ଓଭରରୁ 32 ରନ ବ୍ୟୟରେ ସର୍ବାଧିକ 2ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଆଜି ଟିମ୍‌ ଇଣ୍ଡିଆ ପାଇଁ ଟି20 ଡେବ୍ୟୁ କରିଥିବା ପେସର ତୁଷାର ଦେଶପାଣ୍ଡେ 3 ଓଭରରୁ 30 ରନ ବ୍ୟୟ କରି କିଛିମାତ୍ରାରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ସିକନ୍ଦର ରାଜାଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଅକ୍ତିଆର କରି ଭାରତକୁ ବହୁ ଆବଶ୍ୟକୀୟ ବ୍ରେକ୍‌ ଥ୍ରୁ ଦେଇଥିଲେ । ୱାଶିଂଟନ ସୁନ୍ଦର, ଅଭିଷେକ ଶର୍ମା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଜୟସ୍ବାଲ୍‌-ଗିଲ୍‌ ସୋ', ସିରିଜ ଜିତିଲା ଭାରତ:-

5 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବାକୁ ଭାରତ ଆଗରେ 153 ରନର ଲଢ଼ୁଆ ଟାର୍ଗେଟ ଧାର୍ଯ୍ୟ କରିଥିଲା ଜିମ୍ବାୱେ । ଜବାବରେ ଭାରତ ପକ୍ଷରୁ ପାଳି ଆରମ୍ଭ କରିବାକୁ ଅଧିନାୟକ ଶୁଭମନ ଗିଲ୍‌ଙ୍କ ସହ ଆସିଥିଲେ ଯଶସ୍ବୀ ଜୟସ୍ବାଲ । ପ୍ରଥମ ଓଭରରୁ ହିଁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ ଜୟସ୍ବାଲ । ସେ କେବଳ 29 ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ନିଜ ପାଳିକୁ ଆହୁରି ଗତି ଦେଇଥିଲେ ଜୟସ୍ବାଲ । ସେ 53 ବଲରୁ 93 ରନର ବିସ୍ଫୋରକ ପାଳି ଖେଳିଥିଲେ । ଏଥିରେ 13 ଚୌକା ଓ 2 ଛକା ସାମିଲ ଥିଲା । ଅନ୍ୟପଟେ ଅଧିନାୟକ ଶୁଭମନ ଗିଲ୍‌ ମଧ୍ୟ ଜୟସ୍ବାଲଙ୍କୁ ଭରପୁର ସହଯୋଗ ଦେଇ ନିଜର ଅଧିନାୟକ ପାଳି ଖେଳିଥିଲେ । ଶେଷ ମୁହୂର୍ତ୍ତରେ ସେ ମଧ୍ୟ ନିଜ ପାଳିକୁ ଗତି ଦେଇଥିଲେ । ଗିଲ୍‌ ଆଜିର ମ୍ୟାଚ୍‌ରେ 39 ବଲରୁ 6 ଚୌକା ଓ 2 ଛକା ବଳରେ 58 ରନ ସଂଗ୍ରହ କରିଥିଲେ । ଏହା ସହିତ ଏହି ମ୍ୟାଚ୍‌କୁ 10 ୱିକେଟ୍‌ରେ ଜିତିଥିଲା ଭାରତ । ଏହି ମ୍ୟାଚ୍‌ ସହିତ ସିରିଜ୍‌ରେ 3-1 ଲିଡ୍‌ ନେଇ ଶୃଙ୍ଖଳା ମଧ୍ୟ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ; ଆସିଲା କ୍ରୀଡାସୂଚୀ, ଦେଖନ୍ତୁ କେଉଁଠି କେବେ ହେବ ମ୍ୟାଚ ? - IND vs SL

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2024, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.