ETV Bharat / sports

ସ୍ପିନ୍‌ ଯାଦୁରେ ଚିତପଟାଙ୍ଗ ଇଣ୍ଡିଆ ବ୍ୟାଟର, 32ରନରେ ହାରିଲା ଭାରତ; ଶ୍ରୀଲଙ୍କା 1-0ରେ ଆଗୁଆ, 27ବର୍ଷ ପରେ ହାତରୁ ଖସିଲା ସିରିଜ - IND VS SRI 2nd ODI

author img

By ETV Bharat Sports Team

Published : Aug 5, 2024, 7:38 AM IST

Updated : Aug 5, 2024, 9:03 AM IST

India vs Sri Lanka 2nd ODI: ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କା ଦଳ 1-0ରେ ଆଗୁଆ । ଦ୍ବିତୀୟ ଦ୍ବିନିକିଆରେ ଭାରତକୁ 32 ରନରେ ପରାସ୍ତ କଲା ଘରୋଇ ଦଳ । ଅଧିକ ପଢନ୍ତୁ

IND VS SRI 2nd ODI
IND VS SRI 2nd ODI ((IANS PHOTOS))

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ବଡ ବିପର୍ଯ୍ୟୟ । ଶ୍ରୀଲଙ୍କା ଦଳର ସ୍ପିନ ଯାଦୁରେ ଫସିଲେ ଭାରତୀୟ ବ୍ୟାଟର । ବିଜୟ ରନ ଲକ୍ଷ୍ୟ ହାସଲ ପୂର୍ବରୁ 7.4 ଓଭର ବାକି ଥାଇ ଅଲଆଉଟ ହେଲା ମେନ ଇନ ବ୍ଲୁ । 32 ରନରେ ରୋହିତ ବାହିନୀକୁ ପରାସ୍ତ କଲା ଘରୋଇ ଦଳ । ପ୍ରଥମ ମ୍ୟାଚ ଟାଇ ରହିବା ପରେ ଦ୍ବିତୀଯ ମ୍ୟାଚରେ ବିଜୟ ସହ 1-0ରେ ଆଗୁଆ ରହିଛି ଶ୍ରୀଲଙ୍କା । 6 ଓ୍ବିକେଟ ନେଇ ଘାତକ ସାବ୍ୟସ୍ତ ହେଲେ ଜେଫରି ଭାଣ୍ଡରସେ । ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି । ପ୍ରଥମେ ବ୍ୟାଟିଂ କରି 50 ଓଭରରେ 9 ଓ୍ବିକେଟ ହରାଇ 240 ରନ କରିଥିଲା ଶ୍ରୀଲଙ୍କା । 42.2 ଓଭରରେ ଭାରତ 208 ରନ କରି ଅଲ ଆଉଟ ହୋଇଥିଲା ।

ଶ୍ରୀଲଙ୍କାର ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ଫଳପ୍ରଦ: ଗତକାଲି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା କ୍ୟାପଟେନ ଚରିଥ ଆଶଲାଙ୍କା । ଯାହା ମ୍ୟାଚ ଶେଷରେ ଫଳପ୍ରଦ ହୋଇଥିଲା । ଟିମ୍‌ ଇଣ୍ଡିଆର ଘାତକ ବୋଲିଂ ସତ୍ବେ ଶ୍ରୀଲଙ୍କା ବ୍ୟାଟର ଲଢୁଆ ବ୍ୟାଟିଂ କରି 50 ଓଭରରେ 9 ଓ୍ବିକେଟ ହରାଇ 240 ରନ କରିଥିଲେ । ପ୍ରଥମ ଓଭରର ପ୍ରଥମ ବଲରେ ମହମ୍ମଦ ସିରାଜ ଓପନର ପାଥୁମଙ୍କୁ ଶୂନର ଆଉଟ କରିଥିଲେ । ଏହାପରେ ଅଭିଷ୍କା ଫେରନା୍ଡେ 40, କୁସଲ ମେଣ୍ଡିସ 30, ଚରିଥ 25, ଦୁନିଥ 39, କାମିନଣ୍ଡୁ 40 ରନ କରିଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର 30, କୁଳଦୀପ 2 ଓ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ହଟ୍‌ଷ୍ଟାର କି ଜିଓ ସିନେମା ନୁହେଁ, ଏଠାରେ ଦେଖନ୍ତୁ IND vs SL ଲାଇଭ୍‌ ମ୍ୟାଚ୍‌ - IND VS SL 2ND ODI

କଙ୍ଗାରୁ ସ୍ପିନିଂରେ ଫସିଲେ ଭାରତୀୟ ବ୍ୟାଟର: ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କାର ସ୍ପିନ ବୋଲିଂ ଭାରତୀୟ ଦଳ ଉପରେ ଭାରି ପଡିଥିଲା । ଯାହା ଫଳରେ ବ୍ୟାଟିଂ କରିବାକୁ ଆସି ସହଳ ଆଉଡ ହୋଇଥିଲେ ଭାରତୀୟ ବ୍ୟାଟର । ରୋହିତ ଶର୍ମା, ଗିଲ ଓ ଅକ୍ସର ପଟେଲଙ୍କୁ ଛାଡି ଦେଲେ ଆଉ କୌଣସି ବ୍ୟାଟର 30 ରନ ଅତିକ୍ରମ କରିପାରିନଥିଲେ । ଶ୍ରୀଲଙ୍କାର ସ୍ପିନ ବୋଲିଂର ସାମ୍ନା କରିନପାରି 42.2 ଓଭରରେ ଭାରତ 208 ରନ କରି ଅଲ ଆଉଟ ହୋଇଥିଲା । ରୋହିତ ସର୍ବାଧିକ 64 ରନ କରିଥିବା ବେଳେ ଅକ୍ସର 44, ଶୁବମନ ଗିଲ 35, କୋହଲି 14, ଆୟର 7, ଓ୍ବାସିଂଟନ ସୁନ୍ଦର 15 ରନ କରିଥିଲେ । ଶିବମ ଦୁବେ ଓ କେଏଲ ରାହୁଲ ଶୂନରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଜେଫରି ସର୍ବାଧିକ 6 ଓ୍ବିକେଟ ନେଇଥିବା ବେଳେ ଚରିଥ 3ଟି ଓ୍ବିକେଟ ନେଇଥିଲେ । ତେବେ 1997 ପରଠୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ଲଗାତାର 11ଟି ଦିନିକିଆ ସିରଜ ଜିତି ଆସିଥିଲା ।

Last Updated : Aug 5, 2024, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.