ETV Bharat / sports

ଇଂଲଣ୍ଡ ଟେଷ୍ଟ: ରୋହିତ ଓ ଗିଲଙ୍କ ଦମଦାର ଶତକ, ଡ୍ରାଇଭିଂ ସିଟ୍‌ରେ ଟିମ୍ ଇଣ୍ଡିଆ - India vs England 5th Test

India vs England Dharmasala Test Match: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଗିଲ୍ ଓ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ । ଶତକ ହାସଲ କଲେ ଉଭୟ ବ୍ୟାଟର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 8, 2024, 11:51 AM IST

Updated : Mar 8, 2024, 12:21 PM IST

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଆଜି ଦ୍ବିତୀୟ । ଚମକିଲା ଟିମ ଇଣ୍ଡିଆର ଟପ ଅର୍ଡର । ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ । ଏକା ସଙ୍ଗେ ଶତକ ହାସଲ କଲେ ଦୁଇ ଖେଳାଳି । 159 ବଲରେ ଟେଷ୍ଟ ମ୍ୟାଚରେ 12ତମ ସେଞ୍ଚୁରୀ ମାରିରେ ଅଧିନାୟକ ରୋହିତ । ସେପଟେ 141 ବଲରେ ନିଜ ଟେଷ୍ଟ କ୍ୟାରିୟରର 4ର୍ଥ ଶତକ ହାସଲ କଲେ ଶୁବମନ ଗିଲ । ଦ୍ବିତୀୟ ଦିନ ଲଞ୍ଚବ୍ରେକ୍‌ ସୁଦ୍ଧା ଟିମ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ 264 ରନ କରି 46 ରନରେ ଲିଡରେ ରହିଛି ।

ପ୍ରଥମ ପାଳିରେ ସ୍ପିନରଙ୍କ ଜାଲରେ ଫସିଲା ଇଂଲଣ୍ଡ: ଗୁରୁବାର ଧର୍ମଶାଳା ଏଚପିସିଏଲ ଷ୍ଟାଡିୟମରେ ସକାଳ 9ଟା 30ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । କିନ୍ତୁ ଭାରତୀୟ ସ୍ପିନରଙ୍କ ଜାଲରେ ଫସିଥିଲା ଭ୍ରମଣକାରୀ ଦଳ । ପ୍ରଥମ ଦିନରେ ହିଁ ସମସ୍ତ ଓ୍ବିକେଟ ନେଇଥିଲା ଟିମ ଇଣ୍ଡିଆ । ମାତ୍ର 218 ରନରେ ଦଳ ଅଲଆଉଟ ହୋଇଥିଲା । ଜ୍ୟାକ କ୍ରଓ୍ବେଲ ସର୍ବାଧିକ 79 ରନ କରିଥିବା ବେଳେ ଆଉ କୌଣସି ବି ବ୍ୟାଟର 30 ରନ କରିବାକୁ ସମର୍ଥ ହୋଇ ନଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ 5ଟି ଓ୍ବିକେଟ ନେଇଥିବା ବେଳେ 100 ତମ ଟେଷ୍ଟ ମ୍ୟାଚ ଖେଳୁଥିବା ଅଶ୍ବିନୀ 4ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଧର୍ମଶାଳା ଟେଷ୍ଟ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ, ଭାରତ ପକ୍ଷରୁ ଦେବଦତ୍ତଙ୍କ ଡେବ୍ୟୁ

ପ୍ରଥମ ପାଳିରେ ଚମକିଲା ଟିମ ଇଣ୍ଡିଆ ଟପ୍ ଅର୍ଡର: ଇଂଲଣ୍ଡ ଅଲଆଉଟ ହେବା ପରେ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ପାଳି ଆରମ୍ଭ କରିଥିଲା ଭାରତ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଜୟସ୍ବାଲ । ଜୟସ୍ବାଲ 57 ରନ କରି ଆଉଟ ହୋଇଥିଲା ବେଳେ ରୋହିତ ଶର୍ମା 52 ଓ ଗିଲ 26 ରନ କରିଥିଲେ । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ 135 ରନ କରିଥିଲା । ଆଜି ସକାଳ ପୁଣି ଆରମ୍ଭ ହୋଇଥିଲା ମ୍ୟାଚ । ଗିଲ ଓ ରୋହିତ ଧୌର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ପ୍ରଥମେ ରୋହିତ ଶର୍ମା ଶତକ ହାସଲ କରିବା ପରେ ପରେ ଶୁବମନ ଗିଲ ଶତକ ହାସଲ କରିଥିଲେ । ଲଞ୍ଚବ୍ରେକ୍‌ ସୁଦ୍ଧା ଭାରତ ଗୋଟିଏ ଓ୍ବିକେଟ ହରାଇ 264 ରନ କରି 46 ରନରେ ଲିଡରେ ରହିଥିଲା । ରୋହିତ ଅପରାଜିତ 102 ରନ କରିଥିବା ବେଳେ ଗିଲ 101 ରନ କରିଥିଲେ ।

Last Updated : Mar 8, 2024, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.