ETV Bharat / sports

ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ହରାଇ ଭାଙ୍ଗିଲା ୪୭ ବର୍ଷର ରେକର୍ଡ - IND VS AUS PERTH TEST ALL RECORDS

ପର୍ଥ ଟେଷ୍ଟରେ ଇତିହାସ ରଚିଛି ଭାରତ । ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ଏକାଧିକ ରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ ।

India Vs Australia
India Vs Australia (AP)
author img

By ETV Bharat Odisha Team

Published : Nov 25, 2024, 5:15 PM IST

ହାଇଦ୍ରାବାଦ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ଭାରତ । ଅଷ୍ଟ୍ରେଲିଆ ପର୍ଥରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳକୁ ୨୯୫ ରନ୍‌ରେ ପରାସ୍ତ କରି ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ଅପ୍ଟସ ଷ୍ଟାଡିୟମରେ ଏହା ଅଷ୍ଟ୍ରେଲିଆର ପ୍ରଥମ ପରାଜୟ । ଏହା ପୂର୍ବରୁ ଏଠାରେ ଖେଳିଥିବା ସମସ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ଯଶପ୍ରିତ ବୁମରାଙ୍କ ଅଧିନାୟକତ୍ବରେ ଖେଳାଯାଇଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ କରିବା ସହ ୧-୦ରେ ସିରିଜ ଆଗୁଆ ରହିଛି ।

ଅଷ୍ଟ୍ରେଲିଆକୁ ୫୩୪ ରନ ଟାର୍ଗେଟ ଦେଇଥିଲା ଇଣ୍ଡିଆ:

ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇଂନିସରେ ମାତ୍ର ୧୫୦ ରନ କରି ଅଲଆଉଟ୍‌ ହୋଇଯାଇଥିଲା ମେନ ଇନ ବ୍ଲୁ । ଏହାପରେ କଙ୍ଗାରୁ ଦଳ ବି ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନରେ ଅଲ ଆଉଟ ହୋଇଯାଇଥିଲା । ପରେ ଦ୍ୱିତୀୟ ଇଂନିସରେ ସତର୍କ ରହିଥିଲା ଭାରତ । ଓପନିଂ ଯୋଡି ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍ଥିତିକୁ ମଜଭୁତ କରିଥିବା ବେଳେ, ବିରାଟ କୋହଲି ଶତକ ହାସଲ କରିଥିଲେ । ପ୍ରଥମ ଇନିଂସରେ ୪୬ ରନରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ୪୮୭ ରନ ବଡ଼ ସ୍କୋର କରିଥିଲା । ଫଳରେ ଅଷ୍ଟ୍ରେଲିଆ ଆଗରେ ୫୩୪ ରନର ବିଶାଳ ଟାର୍ଗେଟ ରହିଥିଲା ।

୧-୦ରେ ସିରିଜ ଆଗୁଆ ଭାରତ :

ଦ୍ୱିତୀୟ ଇନିଂସରେ କଙ୍ଗାରୁ ଦଳରୁ ୫୩୪ ରନ୍‌ର ଆବଶ୍ୟକ ରହିଥିଲା । ହେଲେ ଭାରତୀୟ ବୋଲରଙ୍କ ଧୂଆଁଧାର ବୋଲିଂରେ ଧରାଶାୟୀ ହୋଇଥିଲା ଅଷ୍ଟ୍ରେଲିଆ । ୨୩୮ ରନ୍‌ରେ ଅଷ୍ଟ୍ରେଲିଆକୁ ସିିମିତ ରଖିଥିଲେ ଭାରତୀୟ ବୋଲର । ଫଳରେ ୨୯୫ ରନର୍‌ ଐତିହାସିକ ବିଜୟ ହାସଲ କରି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନାମ ଲେଖିଲେ ରାହୁଲ-ଜୟଶ୍ୱାଲ, ଅଷ୍ଟ୍ରେଲିଆରେ ଓପନିଂ ପାର୍ଟନରସିପ୍ 200 ରନ୍

ଏହା ମଧ୍ୟ ପଢ଼ନ୍ତୁ...IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ପନ୍ତ; ଜାଣନ୍ତୁ କିଏ କାହାକୁ କେତେ ଟଙ୍କାରେ କିଣିଲା ?

ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ:

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ଭାରତ ଅଷ୍ଟ୍ରେଲିଆରେ ସର୍ବବୃହତ ବଜୟ ହାସଲ କରିଛି । ଏହା ପୂର୍ବରୁ ୧୯୭୭ ଡିସେମ୍ବର ୩୦ରେ ଅଷ୍ଟ୍ରେଲିଆରେ ଭାରତର ସବୁଠାରୁ ବଡ଼ ବିଜୟ ହୋଇଥିଲା । ମେଲବୋର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୨୨ ରନରେ ପରାସ୍ତ କରିଥିଲା ଭାରତ । ସେହିପରି ୨୦୧୮ ଡିସେମ୍ବର ୨୬ରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚରେ ଭାରତ ୧୩୭ ରନ୍‌ରେ ଜିତିଥିଲା । ସେହିପରି ୨୦୦୮ ମସିହା ୧୬ ଜାନୁଆରୀରେ W.A.C.A ପର୍ଥରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା ଭାରତୀୟ ଟିମ୍ । ୧୯୮୧ ଫେବୃଆରୀ ୭ରେ ମେଲବୋର୍ଣ୍ଣ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ବିରୋଧରେ ୫୯ ରନରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।

ଅଷ୍ଟ୍ରେଲିଆରେ ଭାରତର ୫ ବଡ଼ ବିଜୟ

  1. ପର୍ଥ ଟେଷ୍ଟ (୨୦୨୪ ମସିହା)- ୨୯୫ ରନରେ ବିଜୟୀ
  2. ମେଲବୋର୍ଣ୍ଣ (୧୯୭୭ ମସିହା)- ୨୨୨ ରନରେ ବିଜୟୀ
  3. ମେଲବୋର୍ଣ୍ଣ (୨୦୧୮ ମସିହା)-୧୩୭ ରନରେ ବିଜୟୀ
  4. W.A.C.A ପର୍ଥ (୨୦୦୮ ମସିହା)- ୭୨ ରନରେ ବିଜୟୀ
  5. ମେଲବୋର୍ଣ୍ଣ (୧୯୮୧ ମସିହା)- ୫୯ ରନରେ ବିଜୟୀ

ବୁମରା ପ୍ଲେୟାର ଅଫ୍ ଦ ମ୍ୟାଚ:

ପର୍ଥ ଟେଷ୍ଟରେ ହିରୋ ବନିଛନ୍ତି ବୁମରା । ସେ ଅଷ୍ଟ୍ରେଲିଆ ବିରୋଧରେ ସାନଦାର ବୋଲିଂ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୦ ରନ୍ ଦେଇ ୫ଟି ୱିକେଟର ହାସଲ କରିଥିବା ବୁମରା, ଦ୍ବିତୀୟ ଇନିଂସରେ ୪୨ ରନ ବିନିମୟରେ ୩ଟି ୱିକେଟ ହାସଲ କରିଥିଲେ । ଦୁଇଟି ଇନିଂସରେ ମୋଟ ୮ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ବୁମରା । ବୋଲିଂରେ କମାଲ କରିଥିବା ବୁମରାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.