ETV Bharat / sports

ICC ଘୋଷଣା କଲା ODI ଟିମ୍‌ ଅଫ୍‌ ଦି ଇୟର: ରୋହିତ ଅଧିନାୟକ, ଦଳରେ 6 ଭାରତୀୟ

author img

By ETV Bharat Odisha Team

Published : Jan 23, 2024, 4:13 PM IST

ICC Men's ODI Team of the Year: ଟିମ୍‌ ଅଫ୍‌ ଦି ଇୟର ଘୋଷଣା କଲା ଆଇସିସି । ଅଧିନାୟକ ରୋହିତ ଶର୍ମାଙ୍କ ସମେତ 6 ଭାରତୀୟ ସାମିଲ । ଅଧିକ ପଢ଼ନ୍ତୁ

ICC Men's ODI Team of the Year
ICC Men's ODI Team of the Year

ମୁମ୍ବାଇ: ବର୍ଷ 2023ର ଶ୍ରେଷ୍ଠ ଦିନିକିଆ ପୁରୁଷ କ୍ରିକେଟ୍‌ ଟିମ୍‌ (ICC Team of the Year) ଘୋଷଣା କଲା ଆଇସିସି । ଏହି ଟିମ୍‌ରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଟିମ୍‌ ଅଫ୍‌ ଦି ଇୟର ଅଧିନାୟକ ଭାବେ ଚୟନ କରିଛି ଆଇସିସି । ସେହିଭଳି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ସମେତ 6 ଭାରତୀୟ ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଯୁବ ବ୍ୟାଟର ଶୁଭମନ ଗିଲ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏହି ଦଳରେ ସ୍ଥାନ ପାଇଛନ୍ତି । ଦିନିକିଆ ବିଶ୍ବକପ୍‌ 2023ରେ ସବୁ ଦଳ ପାଇଁ ଆତଙ୍କ ସୃଷ୍ଟି କରିଥିବା ଅଭିଜ୍ଞ ପେସର ମହମ୍ମଦ ଶାମି ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।

ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଟିମ୍‌ ଅଫ୍‌ ଦି ଇୟରର ଅଧିନାୟକ ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଚୟନ କରାଯାଇଛି । ବିଶ୍ବକପ୍‌ରେ ଅଧିକାଂଶ ମ୍ୟାଚ୍‌ରେ ବିସ୍ଫୋରକ ଆରମ୍ଭ କରୁଥିବା ରୋହିତଙ୍କ ସାଥୀ ଓପନର ଭାବେ ଭାରତୀୟ ଯୁବ ବ୍ୟାଟର ଶୁଭମନ ଗିଲ୍‌ଙ୍କୁ ଚୟନ କରାଯାଇଛି । ଏହାପରେ 3 ନମ୍ବରରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଟ୍ରାଭିସ୍‌ ହେଡ୍‌ ରହିଛନ୍ତି । ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି 4ର୍ଥରେ ରହିଥିବାବେଳେ 5ମରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡାରେଲ ମିଚେଲ୍‌ । ୱିକେଟ୍‌ ରକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକୀୟ ୱିକେଟ୍‌କିପର ହେନରିଚ୍‌ କ୍ଲାସେନଙ୍କୁ ଦଳରେ ସ୍ଥାନ ମିଳିଥିବାବେଳେ ଅଲରାଉଣ୍ଡର ମାର୍କୋ ଜାନ୍‌ସେନ୍‌ ମଧ୍ୟ ଦଳରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତକୁ ଝଟ୍‌କା, ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି କୋହଲି

ଏହି ଶ୍ରେଷ୍ଠ ଦିନିକିଆ ଦଳରେ ସ୍ପିନର ଭାବେ ଅଷ୍ଟ୍ରେଲିଆର ଆଡମ ଜାମ୍ପା ଓ ଭାରତୀୟ ଚାଇନା ମ୍ୟାନ୍‌ ବୋଲର କୁଲଦୀପ ଯାଦବ ରହିଛନ୍ତି । ପେସ୍‌ ବୋଲିଂ ଆଟାକ୍‌ ବିଭାଗର ଦାୟିତ୍ବ ଭାରତର ଦୁଇ ସ୍ପିଡ୍‌ଷ୍ଟାରଙ୍କ କାନ୍ଧରେ ରହିଛି । ବିଶ୍ବକପ୍‌ର ଶ୍ରେଷ୍ଠ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କୁ ପେସ୍‌ ଆଟାକ୍‌ ସମ୍ଭାଳିବାକୁ ଚୟନ କରାଯାଇଛି । ଏହି 'ଟିମ୍‌ ଅଫ୍‌ ଦି ଇୟର'ରେ ଭାରତର ସବୁଠାରୁ ଅଧିକ 6 ଜଣ ଖେଳାଳି ରହିଛନ୍ତି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର 2 ଜଣ ଲେଖାଏଁ ଖେଳାଳି ରହିଥିବାବେଳେ ନ୍ୟୁଜିଲାଣ୍ଡର କେବଳ ଜଣେ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଛି ଆଇସିସି ।

ଆଇସିସି ଦିନିକିଆ ଟିମ୍‌ ଅଫ୍‌ ଦି ଇୟର: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ଟ୍ରାଭିସ୍‌ ହେଡ୍‌, ବିରାଟ କୋହଲି, ଡାରେଲ୍‌ ମିଚେଲ୍‌, ହେନରିଚ୍‌ କ୍ଲାସେନ୍‌ (ୱିକେଟ୍‌ କିପର), ମାର୍କୋ ଜାନ୍‌ସେନ୍‌, ଆଡମ ଜାମ୍ପା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.