ETV Bharat / sports

ଏଇଠି ଖେଳାଯିବ WTC ଫାଇନାଲ; ତାରିଖ ଘୋଷଣା କଲା ଆଇସିସି - World Test Championship 2025 final - WORLD TEST CHAMPIONSHIP 2025 FINAL

World Test Championship 2025 final : ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ 2023-25 ଫାଇନାଲ ତାରିଖ ଓ ଭେନ୍ୟୁ ଘୋଷଣା କଲା ଆଇସିସି । ଜାଣନ୍ତୁ କେବେ ଓ କେଉଁଠି ଖେଳାଯିବ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ । ଅଧିକ ପଢ଼ନ୍ତୁ

World Test Championship
World Test Championship (ANI Photo)
author img

By ETV Bharat Sports Team

Published : Sep 3, 2024, 7:27 PM IST

ହାଇଦ୍ରାବାଦ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) 2023-25 ​​ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ତାରିଖ ଘୋଷଣା କରିଛି । ଫାଇନାଲ ମ୍ୟାଚ୍‌ ତାରିଖ ଘୋଷଣା କରି ଆଇସିସି କହିଛି ଯେ ଜୁନ୍ 11ରୁ ତୃତୀୟ ସଂସ୍କରଣର ଫାଇନାଲ ଖେଳାଯିବ । ଯାହା ଇଂଲଣ୍ଡର ଐତିହାସିକ କ୍ରିକେଟ୍ ଗ୍ରାଉଣ୍ଡ ଲର୍ଡସରେ ଖେଳାଯିବ । ଏହି ହାଇପ୍ରୋଫାଇଲ୍ ମ୍ୟାଚ୍‌ 11ରୁ 15 ଜୁନ୍ ପର୍ଯ୍ୟନ୍ତ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍‌ ପାଇଁ 16 ଜୁନ ଏକ ରିଜର୍ଭ ଦିନ ଭାବେ ରଖାଯାଇଛି ।

ଲର୍ଡସରେ ଖେଳାଯିବ WTC ଫାଇନାଲ :-

WTC ଫାଇନାଲ ଆୟୋଜନ କରିବା ଲର୍ଡସ୍‌ ପାଇଁ ପ୍ରଥମ ସୁଯୋଗ । ଏହାପୂର୍ବରୁ ସାଉଥାମ୍ପଟନ ଏବଂ ଓଭାଲ୍‌ରେ 2021 ଏବଂ 2023ରେ WTC ସଂସ୍କରଣର ଫାଇନାଲ୍ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଦୁଇଟି ଯାକ ଫାଇନାଲ୍‌ରେ ଭାରତ ପହଞ୍ଚିଥିଲେ ମଧ୍ୟ ଗୋଟିଏ ନ୍ୟୁଜିଲାଣ୍ଡ ଓ ଅନ୍ୟଟି ଅଷ୍ଟ୍ରେଲିଆ ଜିତିଥିଲା । ଏକମାତ୍ର ଦଳ ଭାବେ ଭାରତ ଉଭୟ ଫାଇନାଲରେ ପହଞ୍ଚିଥିବା ସତ୍ତ୍ବେ ଉଭୟ ମ୍ୟାଚ୍‌ରେ ରନର୍‌ ଅପ୍‌ ରହିଥିଲା ।

ତାରିଖ ଘୋଷଣା କଲା ଆଇସିସି :-

ଆଇସିସି ସିଇଓ ଜ୍ୟୋଫ ଆଲାର୍ଡିସ କହିଛନ୍ତି, "ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ବହୁତ ଶୀଘ୍ର କ୍ରିକେଟ୍‌ କ୍ୟାଲେଣ୍ଡରର ବହୁ ପ୍ରତୀକ୍ଷିତ ଇଭେଣ୍ଟରେ ପରିଣତ ହୋଇପାରିଛି । ଆଜି ଆମେ 2025 ସଂସ୍କରଣର ଫାଇନାଲ ତାରିଖ ଘୋଷଣା କରି ଆନନ୍ଦିତ । ଜୁନ 11ରୁ 15 ପର୍ଯ୍ୟନ୍ତ WTC 2023-25 ଫାଇନାଲ ଖେଳାଯିବ । ଏହା ଟେଷ୍ଟ କ୍ରିକେଟର ଚିରସ୍ଥାୟୀ ଆବେଦନ, ଯାହା ସାରା ବିଶ୍ୱରେ ପ୍ରଶଂସକଙ୍କୁ ଆକର୍ଷିତ କରିଥାଏ । ଟିକେଟ୍ ପାଇଁ ଅଧିକ ଚାହିଦା ରହିବ, ତେଣୁ ମୁଁ ପ୍ରଶଂସକମାନଙ୍କୁ ଉତ୍ସାହିତ କରିବି ଯେ ସେମାନେ ଏବେଠାରୁ ନିଜର ଆଗ୍ରହ ଦେଖାନ୍ତୁ । ଫଳରେ ସେମାନଙ୍କୁ ବିନା ବାଧାରେ ଆସନ୍ତା ବର୍ଷ ଅଲ୍ଟିମେଟ୍ ଟେଷ୍ଟ ଦେଖିବାର ସୁଯୋଗ ମିଳିବ ।

କ୍ରମାଗତ ତୃତୀୟ ଥର ଫାଇନାଲକୁ ଯିବ ଭାରତ ! :-

WTC ଫାଇନାଲ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ଦଳ ମଧ୍ୟରେ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ଥିବାବେଳେ ଭାରତ ଶୀର୍ଷ ସ୍ଥାନରେ ରହିଛି । ତେଣୁ ଏଥର ମଧ୍ୟ ଫାଇନାଲରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ନଜର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଭଳି ଦଳ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ରାସ୍ତାରେ କଣ୍ଟା ସାଜିପାରେ । ଚଳିତ ସେପ୍ଟେମ୍ବର 19 ତାରିଖରୁ ବାଂଲାଦେଶ ବିପକ୍ଷରେ ଘରୋଇ ମାଟିରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ । ଏହାପରେ ଅକ୍ଟୋବର 16ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ 3 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଓ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ବିପକ୍ଷରେ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ । ଏହି 3 ମ୍ୟାଚ୍‌ ଭାରତୀୟ ଦଳ ପାଇଁ ଫାଇନାଲ୍‌ ରାସ୍ତାକୁ ନିଶ୍ଚିତ କରିବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.