ହାଇଦ୍ରାବାଦ: ଭାରତୀୟ ଦଳର ପୂ୍ର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ପୂର୍ବତନ ସ୍ପିନର ହରଭଜନ ସିଂହ । ସେ ଧୋନିଙ୍କ ସହ କଥା ହୁଅନ୍ତି ନାହିଁ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି । ଧୋନିଙ୍କ ସହ ତାଙ୍କର କୌଣସି ମନମାଳିନ୍ୟ ନାହିଁ , କିନ୍ତୁ ବର୍ତ୍ତମାନ ସେ ପୂର୍ବତନ ଅଧିନାୟକଙ୍କ ବନ୍ଧୁ ନୁହନ୍ତି ବୋଲି କହିଛନ୍ତି । ହରଭଜନଙ୍କ ଏପରି ବୟାନ କ୍ରିକେଟ ଫ୍ୟାନ୍ସଙ୍କୁ ଚମକାଇ ଦେଇଛି ।
ହରଭଜନ ଏବେ ଧୋନିଙ୍କ ବନ୍ଧୁ ନୁହନ୍ତି !
ନିକଟରେ ଏକ ସାକ୍ଷାତକାରରେ ହରଭଜନ ପ୍ରକାଶ କରିଛନ୍ତି, ''ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ବର୍ତ୍ତମାନ ସେ ଧୋନିଙ୍କ ସହ କଥାବାର୍ତ୍ତା କରୁନାହାନ୍ତି । ଯେତେବେଳେ ସେ CSK ରେ ଖେଳିଲେ ଆମେ ସେତେବେଳେ କଥା ହୋଇଥିଲୁ, କିନ୍ତୁ ଏହା ବ୍ୟତୀତ ଆମେ କଥାବାର୍ତ୍ତା କେବେ ହେଉନାହିଁ । 10 ବର୍ଷରୁ ଅଧିକ ସମୟ ହୋଇଗଲାଣି, ମୋର କୌଣସି କାରଣ ନାହିଁ, ବୋଧହୁଏ ତାଙ୍କର କୌଣସି କାରଣ ଥିବ । ଯେତେବେଳେ ଆମେ ଆଇପିଏଲରେ CSK ରେ ଖେଳୁଥିଲୁ, ଆମେ କଥା ହେଉଥିଲୁ, ଏବଂ ତାହା ସେତିକିରେ ସିମିତ ଥିଲା । ସେ ମୋ ରୁମକୁ ଆସନ୍ତି ନାହିଁ କି ମୁଁ ମଧ୍ୟ ଯାଏ ନାହିଁ । ''
Harbhajan Singh recently revealed that he hasn't spoken to MS Dhoni for over 10 years,their conversations were confined to the cricket ground, with no personal interactions beyond the boundary lines.#HarbhajanSingh #MSDhoni
— Prashanth Ravichandran (@Prashanth_R_18) December 4, 2024
ଏହା ମଧ୍ୟ ପଢନ୍ତୁ-PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ
ଏହା ମଧ୍ୟ ପଢନ୍ତୁ-ମ୍ୟାଚ୍ ଫିକ୍ସଂରେ ବନ୍ଧା ହେଲେ ଏହି ବୋଲର, ସଚିନ-କୋହଲିଙ୍କୁ ଆଉଟ କରିଥିଲେ, କ୍ରିକେଟ ଜଗତ ସ୍ତବ୍ଧ
ଯେଉଁମାନେ ମୋ ଫୋନ ରିସିଭ କରନ୍ତି ମୁଁ ସେମାନଙ୍କ ସହ ସମ୍ପର୍କ ରଖେ: ହରଭଜନ
ପୂର୍ବତନ ଭାରତୀୟ ସ୍ପିନର ହରଭଜନ କହିଛନ୍ତି, "ତାଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ । ଯଦି ତାଙ୍କର କିଛି କହିବାର ଅଛି, ସେ ମୋତେ କହିପାରିବେ। ସେମିତି ଯଦି କିଛି କଥା ଥାଆନ୍ତା ସେ ମୋତେ କହି ସାରନ୍ତେଣି । ମୁଁ ତାଙ୍କୁ କେବେ ଫୋନ କରିବାକୁ ଚେଷ୍ଟା କରିନି । ମୁଁ କେବଳ ସେହିମାନଙ୍କୁ କଲ କରେ ଯେଉଁମାନେ ମୋ ଫୋନ ରିସିଭ କରନ୍ତି । ଏହା ଛଡା ମୋ ପାଖରେ ଆଉ ସମୟ ନାହିଁ । ''
ହରଭଜନ ଏହା ମଧ୍ୟ କହିଛନ୍ତି, '' ସମ୍ପର୍କରେ ଦେବା ଏବଂ ନେବା ବିଷୟରେ ହୋଇଥାଏ । ଯଦି ମୁଁ ତୁମକୁ ସମ୍ମାନ କରେ, ମୁଁ ମଧ୍ୟ ଆଶା କରେ ତୁମେ ମଧ୍ୟ ମୋତେ ସମ୍ମାନ କରିବ । କିନ୍ତୁ ଯଦି ମୁଁ ତୁମକୁ ଥରେ କିମ୍ବା ଦୁଇଥର ଫୋନ୍ କରେ ଏବଂ କୌଣସି ଉତ୍ତର ନମିଳେ, ତେବେ ମୁଁ ଯେତିକି ଆବଶ୍ୟକ ସେତିକି ହିଁ ଜଣଙ୍କ ସହ ମିଶିବି । ''
କେବେ ହରଭଜନ ଏବଂ ଧୋନି ଏକାଠି ଖେଳିଥିଲେ?
2015ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ODI ମ୍ୟାଚରେ ଶେଷ ଥର ପାଇଁ ହରଭଜନ ଏବଂ ଧୋନି ଏକାଠି ଖେଳିଥିଲେ । 2015 ବିଶ୍ୱକପ ପରେ ହରଭଜନ ଏବଂ ଯୁବରାଜ ସିଂ ଭାରତୀୟ ଦଳରୁ ବାହାର କରାଯାଇଥିଲା । 2021 ମସିହାରେ ସମସ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ହରଭଜନ । ସୂଚନାଯୋଗ୍ୟ ଯେ 2018 ରୁ 2020 ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ହରଭଜନ ଖେଳିଥିଲେ ।