ETV Bharat / sports

ଆଉ କେହି ପିନ୍ଧିବେନି 16 ନଂ ଜର୍ସି; କିମ୍ବଦନ୍ତୀ ଗୋଲକିପର ପିଆର୍‌ ଶ୍ରୀଜେଶଙ୍କୁ ହକି ଇଣ୍ଡିଆର ବିଶେଷ ସମ୍ମାନ - PR Sreejesh Jersey Retires

author img

By ETV Bharat Sports Team

Published : Aug 14, 2024, 1:43 PM IST

PR Sreejesh Jersey Retires : ଭାରତୀୟ ହକି ଦଳର କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଶେଷ ଭାବରେ ସମ୍ମାନିତ କରିଛି ହକି ଇଣ୍ଡିଆ । ସିନିୟର ଦଳରେ 16 ନମ୍ବର ଜର୍ସିକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି ବୋର୍ଡ । ଅଧିକ ପଢ଼ନ୍ତୁ

PR Sreejesh Jersey Retires
PR Sreejesh Jersey Retires (AP and ETV Bharat Photo)

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ହକି ଦଳର ଏହି ଐତିହାସିକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ଖେଳରୁ ଅବସର ନେଇଛନ୍ତି ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ । ଏହି କିମ୍ବଦନ୍ତୀ ଗୋଲକିପରଙ୍କ ସମ୍ମାନରେ ହକି ଇଣ୍ଡିଆ ବୁଧବାର ସିନିୟର ଦଳରେ 16 ନମ୍ବର ଜର୍ସିକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ ଆଉ ଭାରତୀୟ ପୁରୁଷ ସିନିୟର ହକି ଦଳରେ କୌଣସି ଖେଳାଳି 16 ନମ୍ବର ଜର୍ସି ପିନ୍ଧି ପାରିବେ ନାହିଁ ।

ଜୁନିୟର ଟିମ୍‌ର କୋଚ ହେବେ ଶ୍ରୀଜେଶ :-

ବର୍ତ୍ତମାନ ହକି ଇଣ୍ଡିଆର ସଚିବ ଭୋଳାନାଥ ସିଂହ ଘୋଷଣା କରିଛନ୍ତି, "ଭାରତୀୟ ଷ୍ଟାର ଗୋଲକିପର ପିଆର୍‌ ଶ୍ରୀଜେଶ ଅବସର ପରେ ବର୍ତ୍ତମାନ ଜୁନିୟର ଦଳର କୋଚ ଭାବରେ କାର୍ଯ୍ୟ କରିବେ । ଶ୍ରୀଜେଶ ବର୍ତ୍ତମାନ ଜୁନିୟର ଦଳର କୋଚ୍ ହେବାକୁ ଯାଉଛନ୍ତି ଏବଂ ଆମେ ସିନିୟର ଦଳରୁ 16 ନମ୍ବର ଜର୍ସିକୁ ଅବସର ଦେଉଛୁ । ଜୁନିୟର ଦଳ ପାଇଁ ଆମେ 16 ନମ୍ବର ଜର୍ସିକୁ ଅବସର ଦେଉନାହୁଁ ।" ଭାରତୀୟ ହକି ଦଳକୁ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ମେଡାଲ ଦେବାରେ ପ୍ରମୁଖ ଭୂମିକା ନେଇଥିବା ପିଆର୍‌ ଶ୍ରୀଜେଶଙ୍କ ସମ୍ମାନ ସମାରୋହରେ ହକି ଇଣ୍ଡିଆ ସଚିବ ଭୋଳାନାଥ ସିଂହ କହିଛନ୍ତି, "ଶ୍ରୀଜେଶ ଜୁନିୟର ଦଳରେ ଆଉ ଜଣେ ଶ୍ରୀଜେଶଙ୍କୁ ତିଆରି କରିବେ ।"

ଅଲିମ୍ପିକ୍ସରେ କମାଲ କରି ଅବସର ନେଇଛନ୍ତି ଶ୍ରୀଜେଶ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ହକି ଦଳ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲା । ଦଳର ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶ ଅଲିମ୍ପିକ୍ସର ପ୍ରାୟ ସମସ୍ତ ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ ସମୟରେ ପ୍ରତିପକ୍ଷ ଦଳର ଆଟାକ୍‌କୁ ମୁକାବିଲା କରି ଗୋଲ ରୋକିବାରେ ସଫଳ ହୋଇଥିଲେ ଏବଂ ଦଳକୁ ଜିତିବାରେ ସାହାଯ୍ୟ କରିଥିଲେ । ଗ୍ରେଟ ବ୍ରିଟେନ ବିପକ୍ଷରେ ପେନାଲ୍ଟି ସୁଟଆଉଟରେ ଦୁଇଟି ଗୋଲ ବଞ୍ଚାଇ ଭାରତର ବିଜୟରେ ଶ୍ରୀଜେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଶ୍ରୀଜେଶଙ୍କ କ୍ୟାରିୟର :-

ଶ୍ରୀଜେଶ 2006 ମସିହାରେ ଭାରତୀୟ ସିନିୟର ହକି ଦଳରେ ଡେବ୍ୟୁ କରିଥିଲେ । କିନ୍ତୁ 2011 ପରେ ସେ କେବେ ବି ଦଳରୁ ବାହାରି ନଥିଲେ । ସେ 18 ବର୍ଷ ମଧ୍ୟରେ ଭାରତୀୟ ଦଳ ପାଇଁ 336ଟି ମ୍ୟାଚ୍‌ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ 4ଟି ଅଲିମ୍ପିକ୍ସରେ ଦେଶ ପ୍ରତିନିଧିତ୍ବ କରିଛନ୍ତି ଏବଂ ଦୁଇଥର ପଦକ ମଧ୍ୟ ଜିତିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.