ଗ୍ବାଲିୟର (ମଧ୍ୟପ୍ରଦେଶ) : ବାଂଲାଦେଶ ବିପକ୍ଷ ଟି20 ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଚମତ୍କାର ବିଜୟ ହାସଲ କରିଛି । ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ନ୍ୟୁ ମାଧବରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମରେ ଏକ ଲୋ-ସ୍କୋରିଂ ମ୍ୟାଚ୍ରେ ବାଂଲାଦେଶକୁ ଧୂଳି ଚଟାଇଥିଲା ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଖେଳିବାର ଷ୍ଟାଇଲ ଓ ଶଟ୍ ସିଲେକ୍ସନ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । ଏଭଳି କିଛି ଚମତ୍କାର ଶଟ୍ ଖେଳିବା ପରେ ଶେଷରେ ଛକା ମାରି ମ୍ୟାଚ୍ ଶେଷ କରିଥିଲେ ପାଣ୍ଡ୍ୟା । ତେବେ ଏହି ୱିନିଂ ଶଟ୍ ଖେଳି ପାଣ୍ଡ୍ୟା ଏକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହା ପୂର୍ବରୁ ବିରାଟ କୋହଲିଙ୍କ ନାଁରେ ରହିଥିଲା ।
THE WINNING MOMENT FOR INDIA.
— Mufaddal Vohra (@mufaddal_vohra) October 6, 2024
- Hardik Pandya finishes it off in style with a six. 🇮🇳pic.twitter.com/28F4Sbdjjg
ବିସ୍ଫୋରକ ପାଳି ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ଯା :-
ଗ୍ବାଲିୟରସ୍ଥିତ ନ୍ୟୁ ମାଧବରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଦଳକୁ ଦୁଇ ଓପନର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ । ହେଲେ 7 ବଲରୁ 16 ରନ କରିଥିବା ଅଭିଷେକ ଶୀଘ୍ର ରନ ଆଉଟ୍ ହୋଇଯାଇଥିଲେ । ଏହାପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆସି ବିସ୍ଫୋରକ ଅନ୍ଦାଜରେ ଖେଳିଥିଲେ । ସେ କେବଳ 14 ବଲରେ 29 ରନର ପାଳି ଖେଳି ଆଉଟ୍ ହୋଇଥିଲେ । ସଞ୍ଜୁ ସାମସନ 19 ବଲରୁ 29 ରନର ପାଳି ଖେଳି ଆଉଟ୍ ହେବାପରେ ହାର୍ଦ୍ଦିକ ପାଣ୍ଡ୍ୟା (39) ଓ ନୀତେଶ ରେଡ୍ଡୀ (16) ଦଳକୁ ବିଜୟୀ କରାଇଥିଲେ । ହେଲେ ସବୁଠାରୁ ଚର୍ଚ୍ଚାରେ ରହିଥିଲେ ହାର୍ଦ୍ଦିକ । ଏହି ମ୍ୟାଚ୍ରେ ତାଙ୍କର ଶଟ୍ ସିଲେକ୍ସନ ଓ ଖେଳିବାର ତରିକା ଆଜି ବି ଆଲୋଚନାର ବିଷୟ ହୋଇଛି । ପ୍ରଶଂସକମାନେ ଖୁବ ପ୍ରଶଂସା କରୁଛନ୍ତି । ହାର୍ଦ୍ଦିକ କେବଳ 16 ବଲରୁ 5 ଚୌକା ଓ 2 ଛକା ବଳରେ 39 ରନର ବିସ୍ଫୋରକ ପାଳି ଖେଳି ଭାରତକୁ ଜିତାଇଥିଲେ । ପାଣ୍ଡ୍ୟାଙ୍କ ଏଭଳି ଧୂଆଁଧାର ପାଳି ଯୋଗୁଁ ଇଣ୍ଡିଆ କେବଳ 11.5 ଓଭରରେ ଏହି ମ୍ୟାଚ୍ ଜିତିଥିଲା ।
Indian players to finish a T20I Match with SIX most times:
— Tanuj Singh (@ImTanujSingh) October 6, 2024
Hardik Pandya - 5* times.
Virat Kohli - 4 times. pic.twitter.com/B6bFkbSh8v
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା :-
ପାଣ୍ଡ୍ୟାଙ୍କ ଏହି ବିସ୍ଫୋରକ ଇନିଂସ୍ ଶେଷ ହୋଇଥିଲା, ଯେତେବେଳେ ସେ ଏକ ଛକା ମାରି ଭାରତକୁ ବିଜୟୀ କରାଇଥିଲେ । ତସ୍କିନ ଅହମ୍ମଦଙ୍କ ଓଭରରେ ପାଣ୍ଡ୍ୟା ଏହି ଛକା ସହ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡକୁ ଭାଙ୍ଗିଥିଲେ । ଭାରତକୁ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଛକା ମାରି ଜିତାଇବା କାରନାମା ସର୍ବାଧିକ ଥର ବିରାଟ କୋହଲି କରିଥିଲେ । ସେ 4 ଥର ଏଭଳି ଛକା ମାରି ଭାରତକୁ ଟି20 ମ୍ୟାଚ୍ ଜିତାଇଥିଲେ । କୋହଲିଙ୍କୁ ପଛରେ ପକାଇ ଏବେ ପାଣ୍ଡ୍ୟା 5 ଥର ଛକା ମାରି ଭାରତକୁ ମ୍ୟାଚ୍ ଜିତାଇବା ରେକର୍ଡ ନିଜ ନାମରେ କରିଛନ୍ତି । ଏହି ତାଲିକାରେ କୋହଲିଙ୍କ ପରେ ତୃତୀୟରେ ରହିଛନ୍ତି ଋଷଭ ପନ୍ତ ଓ ଏମ୍ଏସ୍ ଧୋନି । ଉଭୟ ଭାରତକୁ ଟି20ରେ ଏଭଳି ଛକା ମାରି 3 ଥର ମ୍ୟାଚ୍ ଜିତାଇଛନ୍ତି । ଏବେ ବିରାଟ କୋହଲି ଓ ଏମ୍ଏସ୍ ଧୋନି ଟି20ରୁ ଅବସର ନେଇସାରିଥିବାରୁ ଏହି ତାଲିକାରେ ଆକ୍ଟିଭ ପ୍ଲେୟର ଭାବେ କେବଳ ପନ୍ତ ଓ ପାଣ୍ଡ୍ୟା ରହିଛନ୍ତି ।
𝘿𝙊 𝙉𝙊𝙏 𝙈𝙄𝙎𝙎!
— BCCI (@BCCI) October 6, 2024
The shot. The reaction. The result ➡️ EPIC 😎
WATCH 🎥🔽 #TeamIndia | #INDvBAN | @hardikpandya7 | @IDFCFIRSTBank https://t.co/mvJvIuqm2B
ଏହା ମଧ୍ୟ ପଢ଼ନ୍ତୁ :-
- ଭାରତକୁ ଟି20 ବିଶ୍ବକପ୍ ଜିତାଇଥିଲେ ପନ୍ତ ! ରୋହିତ ଖୋଲିଲେ ଗୁମର - Rohit Sharma on Pant
- ଗ୍ବାଲିୟରରେ ପାଣ୍ଡ୍ୟା ବିସ୍ଫୋରଣ; ପ୍ରଥମ ଟି20 ହାରିଲା ବାଂଲାଦେଶ, ସିରିଜ 1-0 ଲିଡ୍ରେ ଭାରତ - IND vs BAN T20
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ