ETV Bharat / sports

ପାରାଲିମ୍ପିକ୍ସରେ ବି 'କୋହଲି.. କୋହଲି..'; ସ୍ବର୍ଣ୍ଣ ବିଜେତା ନିତେଶଙ୍କ ହିରୋଙ୍କୁ ଭୂୟସୀ ପ୍ରଶଂସା - Paris Paralympics 2024

author img

By ETV Bharat Sports Team

Published : Sep 3, 2024, 3:35 PM IST

Paris Paralympics 2024 : କେବଳ କ୍ରିକେଟ ନୁହେଁ, ପ୍ୟାରିସ ପାରାଲିମ୍ପିକ୍ସ 2024ରେ ମଧ୍ୟ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲିଙ୍କୁ ପ୍ରଶଂସା । ଆପଣ ବି ଶୁଣିଲେ ଗର୍ବ ଅନୁଭବ କରିବେ । ଅଧିକ ପଢ଼ନ୍ତୁ

ନିତେଶ କୁମାର ଓ ବିରାଟ କୋହଲି
Nitesh Kumar and Virat Kohli (ETV Bharat Odisha)

ପ୍ୟାରିସ (ଫ୍ରାନ୍ସ) : ପ୍ୟାରିସ ପାରାଲିମ୍ପିକ୍ସ 2024ରେ ବି ଶୁଭିଲା ବିରାଟ କୋହଲିଙ୍କ ଗୁଣଗାନ । ଏହି ଭାରତୀୟ କିମ୍ବଦନ୍ତୀ କ୍ରିକେଟରଙ୍କୁ କେହି କେହି ବିଶ୍ବ କ୍ରିକେଟର ନୂଆ ପରିଚୟ ବା 'Face of World Cricket' ବୋଲି ବିବେଚନା କରିଥାନ୍ତି । ଦେଶ ବିଦେଶରେ ତାଙ୍କର ରହିଛନ୍ତି ଅସଂଖ୍ୟ ପ୍ରଶଂସକ । ତେବେ କେବଳ କ୍ରିକେଟରେ ନୁହେଁ, ବିଭିନ୍ନ ଖେଳରେ ଅନେକ ତାରକା କୋହଲିଙ୍କୁ ନିଜ ପ୍ରେରଣା ମାନିଥାନ୍ତି । ନିକଟରେ ଭାରତର ଯୁବ ଷ୍ଟାର ସଟଲର୍‌ ଲକ୍ଷ୍ୟ ସେନ କହିଥିଲେ ଯେ ସେ ଭାରତୀୟ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହାଁନ୍ତି । ଅନ୍ୟପଟେ ପ୍ୟାରିସ ପାରାଲିମ୍ପିକ୍ସ 2024ରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଥିବା ଷ୍ଟାର ପାରା ସଟ୍‌ଲର ନିତେଶ କୁମାର ମଧ୍ୟ କୋହଲିଙ୍କୁ ମିଜ ପ୍ରେରଣା ବୋଲି କହିଛନ୍ତି ।

ନିତେଶଙ୍କ ହିରୋ ବିରାଟ କୋହଲି :-

ହରିୟାଣାର ପାରା ସଟ୍‌ଲର ନିତେଶ କୁମାର ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଭାରତକୁ ଦେଇଛନ୍ତି ଗୋଲ୍ଡ ମେଡାଲ । ଭାରତକୁ ଗୌରବାନ୍ବିତ କରିଥିବା ଏହି ଷ୍ଟାର ପାରା ସଟ୍‌ଲର ମଧ୍ୟ ଭାରତୀୟ ଭେଟେରାନ କ୍ରିକେଟର ବିରାଟ କୋହଲିଙ୍କୁ ନିଜ ହିରୋ ଭାବେ ବିବେଚନା କରନ୍ତି । ଏ କଥା ସେ ପୂର୍ବରୁ କହିଛନ୍ତି, ଆଉ ସେ ଯେତେବେଳେ ବ୍ୟାଡମିଣ୍ଟନ ଗୋଲ୍ଡ ମେଡାଲ ମ୍ୟାଚ୍‌ ଖେଳୁଥିଲେ, ସେତେବେଳେ ଇଂଲିଶ କମେଣ୍ଟେଟର ମଧ୍ୟ ଏହି କଥାକୁ ଦୋହରାଇଥିଲେ । ଯାହାକୁ ଶୁଣିଲେ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ ।

ପାରାଲିମ୍ପିକ୍ସରେ 'କୋହଲି ହିରୋ' :-

ବାସ୍ତବରେ ଯେତେବେଳେ ନିତେଶ କୁମାର ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ପାଇଁ ଫାଇନାଲ ମ୍ୟାଚ୍‌ ଖେଳୁଥିଲେ, ସେତେବେଳେ ଇଂଲିଶ କମେଣ୍ଟେଟର ନିତେଶଙ୍କ ହିରୋ କୋହଲିଙ୍କ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ, "ନିତେଶ ଏସିଆନ ପାରା ଚାମ୍ପିୟନସିପ୍‌ରେ ଏକାଧିକ ସିଲଭର ଓ ଗୋଲ୍ଡ ମେଡାଲ ଜିତିଛନ୍ତି । ସେ କହିଛନ୍ତି ଯେ ତାଙ୍କ ହିରୋ ହେଉଛନ୍ତି ବିରାଟ କୋହଲି । ଜଣେ ମହାନ ଭାରତୀୟ କ୍ରିକେଟର, ଯିଏ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିଛନ୍ତି । ମୁଁ ଭାବୁଛି ଭାରତର ଅଧିକାଂଶ ଲୋକେ ବିରାଟ କୋହଲିଙ୍କୁ ଜଣେ 'ସ୍ପୋର୍ଟିଂ ହିରୋ' ଭାବରେ ଦେଖନ୍ତି ।"

ଦ୍ବିତୀୟ ଭାରତୀୟ ପାରା ସଟ୍‌ଲର ଭାବେ ଗୋଲ୍ଡ ଜିତିଛନ୍ତି ନିତେଶ :-

ପ୍ୟାରିସ ପାରାଲିମ୍ପିକ୍ସ 2024ରେ ବ୍ୟାଡମିଣ୍ଟନ ପୁରୁଷ ଏକକ SL3 ଇଭେଣ୍ଟରେ ଭାରତର ନୀତେଶ କୁମାର ସୋମବାର ଗ୍ରେଟ ବ୍ରିଟେନର ଡାନିଏଲ ବଥେଲଙ୍କୁ 2-1ରେ ପରାସ୍ତ କରିଥିଲେ । 29 ବର୍ଷୀୟ ଭାରତୀୟ ଷ୍ଟାର ପାରା ସଟ୍‌ଲର ପ୍ରଥମ ସେଟ୍ 21-14ରେ ଜିତିଥିଲେ, କିନ୍ତୁ ପରେ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଦ୍ବିତୀୟ ସେଟ୍ 18-21ରେ ହାରିଗଲେ । ତେବେ ନୀତେଶ ଏହି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ତୃତୀୟ ସେଟ୍ 23-21ରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଗମ୍ଭୀର ଭାବେ ଭିନ୍ନକ୍ଷମ ଥିବା ଖେଳାଳୀମାନେ SL3 ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ସେମାନଙ୍କୁ ଅଧା କୋର୍ଟରେ ଖେଳିବାକୁ ଦିଆଯାଏ । ତେବେ ପ୍ରମୋଦ ଭଗତଙ୍କ ପରେ ଦ୍ବିତୀୟ ଭାରତୀୟ ସଟ୍‌ଲର ଭାବେ SL3 ବର୍ଗରେ ପାରାଲିମ୍ପିକ୍ସ ଗୋଲ୍ଡ ଜିତିବାର ରେକର୍ଡ କରିଛନ୍ତି ନିତେଶ ।

ଏହା ମଧ୍ୟ ପଢ଼ନ୍ତୁ :-

ପ୍ୟାରିସ ପାରାଲିମ୍ପିକ୍ସରେ ଦ୍ବିତୀୟ ଗୋଲ୍ଡ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତି ରେକର୍ଡ କଲେ ନିତେଶ କୁମାର; ଡିସକସ୍‌ ଥ୍ରୋ'ରେ ଯୋଗେଶଙ୍କୁ ରୌପ୍ୟ - Paris Paralympics 2024

ପ୍ୟାରିସ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ମିଳିଲା 8 ପଦକ, ତୃତୀୟ ଗୋଲ୍ଡ ଦେଲେ ଜାଭେଲିନ ତାରକା ସୁମିତ - Paris Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.