ETV Bharat / sports

CSKକୁ ଝଟକା, IPL ସିଜିନ 17 ଖେଳିବେ ନାହିଁ ଡେଭନ କନଓ୍ବେ - ଡେଭନ କନଓ୍ବେ

Conway ruled out of IPL 2024: ଚଳିତ ସିଜିନରେ ଆଇପିଏଲ ଖେଳିବେ ନାହିଁ ଡେଭନ କନଓ୍ବେ । ବାମ ହାତ ବୁଢ଼ା ଆଙ୍ଗୁଠିରରେ ଆଘାତ ଲାଗିଥିବାରୁ ସେ ଅସ୍ତ୍ରୋପଚାର କରିବେ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Mar 4, 2024, 11:54 AM IST

Updated : Mar 4, 2024, 12:03 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟା ଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ 2024 । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ସିଏସକେ ଟିମକୁ ଲାଗିଛି ଝଟକା । ଚଳିତ ଆଇପିଏଲ ସିଜିନ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ କ୍ରିକେଟର ଡେଭନ କନଓ୍ବେ । ଆହତ ଜନିତ ସମସ୍ୟା ଯୋଗୁଁ ସେ ପୂରା ସିଜିନରୁ ବାଦ ପଡିଛନ୍ତି । ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରରେ ଆଘାତ ଲାଗିଥିବାରୁ ସେ ଅସ୍ତ୍ରୋପଚାର କରିବେ ଏବଂ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଆଠ ସପ୍ତାହ ସମୟ ଲାଗିବ । ତେଣୁ ସେ ଚଳିତ ଆଇପିଏଲ ସିଜିନର ଗୋଟିଏବି ମ୍ୟାଚ ଖେଳିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ 2024: ଅଭ୍ୟାସ ଆରମ୍ଭ କଲେ CSK ଖେଳାଳି

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ସମୟରେ କନୱେଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହା ପରେ ସେ ସଙ୍ଗେ ସଙ୍ଗେ ଗ୍ରାଉଣ୍ଡ ଛାଡି ବାହାରକୁ ଆସିଥିଲା । ପରେ ତାଙ୍କ ଆଙ୍ଗୁଠିର ଏକ୍ସରେ କରାଯାଇଥିଲା । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଆସୋସିଆନ କହିଛି, '' କନଓ୍ବେଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଚଳିତ ଆଇପିଏଲ ସିଜିନ ଖେଳିବେ ନାହିଁ । ଏକ୍ସରେ ଓ ବିଶେଷଜ୍ଞଙ୍କ ପରାମର୍ଶ ଅୁଯାଇ ସୁସ୍ଥ ହେବା ପାଇଁ ତାଙ୍କୁ ଆଠ ସପ୍ତାହ ସମୟ ଲାଗିବ।'' ଡେଭନ ଆଇପିଏଲ ଖେଳିବା ନାହିଁ ଖବର ସାମ୍ନାକୁ ଆସିବା ପରେ ସିଏସକେ ଟିମ ଚିନ୍ତାରେ ।

ଏହା ମଧ୍ୟ ପଢନ୍ତୁ-ଗୁଜୁରାଟ ଟାଇଟନ୍ସକୁ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଷ୍ଟାର ବୋଲର ସାମି

ଆସନ୍ତା ମାର୍ଚ୍ଚ 8ରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବ ନ୍ୟୁଜିଲାଣ୍ଡ । ତାଙ୍କ ବଦଳରେ ଦଳରେ ନିକୋଲାସଙ୍କୁ ସ୍ଥାନ ଦିଆଯାଇଛି । ନ୍ୟୁଜିଲ୍ୟାଣ୍ଡର କୋଚ୍ ଗ୍ୟାରି ଷ୍ଟିଡ୍ କନୱେଙ୍କ ଆରୋଗ୍ୟ କାମନା କରିଛନ୍ତି । ସେ କହିଛନ୍ତି, "ଆମେ ସମସ୍ତେ ଡେଭନଙ୍କ ଶିଘ୍ର ଆରୋଗ୍ୟ କାମନା କରୁଛୁ। ତାଙ୍କର ଅନୁପସ୍ଥିତିକୁ ଦଳ ଅନୁଭବ କରିବ । ତାଙ୍କ ଅସ୍ତ୍ରୋପଚାର ସଫଳ ହେଉ। ''

ଆଉ ମାତ୍ର 17 ଦିନ ପରେ ଆରମ୍ଭ ହେବ ଆଇପିଏଲ ସିଜିନ 17 । ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ CSK ଟିମର ଖେଳାଳି ଶୁକ୍ରବାରଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି । ଡେଭନଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇପାରେ ।

Last Updated : Mar 4, 2024, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.