ETV Bharat / sports

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ପରିବର୍ତ୍ତନ, ହ୍ୟାରୀ ବ୍ରୁକଙ୍କ ସ୍ଥାନରେ ଖେଳିବେ ଡାନିଏଲ ଲରେନ୍ସ

Dan Lawrence to join England Squad: ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଇଂଲଣ୍ଡ ସ୍କ୍ବାଡ୍‌ରେ ବଡ଼ ପରିବର୍ତ୍ତନ । ହ୍ୟାରୀ ବ୍ରୁକଙ୍କ ସ୍ଥାନରେ ଖେଳିବେ ଡାନିଏଲ ଲରେନ୍ସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 22, 2024, 6:14 AM IST

ହ୍ୟାରୀ ବ୍ରୁକଙ୍କ ସ୍ଥାନରେ ଖେଳିବେ ଡାନିଏଲ ଲରେନ୍ସ

ହାଇଦ୍ରାବାଦ: ଜାନୁଆରୀ 25ରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା । ଏଥିପାଇଁ ଉଭୟ ଦଳ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି । ହେଲେ ଏହାରି ଭିତରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଇଂଲଣ୍ଡ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । କୌଣସି ବ୍ୟକ୍ତିଗତ କାରଣରୁ ଦଳର ଷ୍ଟାର କ୍ରିକେଟର ହ୍ୟାରୀ ବ୍ରୁକ୍‌ ଇଂଲଣ୍ଡ ଫେରିଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଡାନିଏଲ୍‌ ୱିଲିୟମ ଲରେନ୍ସ ।

ଦଳରେ ଏହି ପରିବର୍ତ୍ତନ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ସୂଚନା ଦେଇଛି । ଇସିବି ସୂଚନା ଅନୁସାରେ, ହ୍ୟାରୀ ବ୍ରୁକ ବ୍ୟକ୍ତିଗତ କାରଣରୁ ଟେଷ୍ଟ ସିରିଜ୍‌ ନଖେଳି ଇଂଲଣ୍ଡ ଫେରିଯାଇଛନ୍ତି । ତାଙ୍କ ବଦଳରେ ସ୍କ୍ବାଡ୍‌ରେ ଡାନିଏଲ୍‌ ଲରେନ୍ସଙ୍କୁ ସାମିଲ କରାଯାଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ଲରେନ୍ସ ଭାରତରେ ପହଞ୍ଚି ଦଳରେ ଯୋଗ ଦେବେ । ତେବେ ହ୍ୟାରୀ ବ୍ରୁକ୍‌ ଭାରତ ବିପକ୍ଷ ସିରିଜ୍‌ରୁ ଓହରିବା ପରେ ଇସିବି ତୁରନ୍ତ ତାଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କରିଥିଲା । ଲରେନ୍ସଙ୍କୁ ସାମିଲ କରିବା ନେଇ ସୂଚନା ଦେଇଥିଲା ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତରେ ଦୁଇ ସ୍ପିନରଙ୍କୁ ନେଇ ବୋଲିଂ ଆରମ୍ଭ କରିପାରେ ଇଂଲଣ୍ଡ: ଆଣ୍ଡରସନ୍‌

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ପାଇଁ ଆସୁଛି ରେକର୍ଡ ବ୍ରେକିଂ ସିଜିନ୍‌; ଭାଙ୍ଗିବେ ସଚିନ-ଗାଭାସ୍କରଙ୍କ ରେକର୍ଡ

ଡାନିଏଲ୍‌ ଲରେନ୍ସ 2021 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେବେଠାରୁ ସେ 11 ଟେଷ୍ଟ ଖେଳି 29 ହାରରେ 551 ରନ କରିଛନ୍ତି । ମିଡିଲ ଅର୍ଡରରେ ବ୍ୟାଟିଂ କରିବା ବ୍ୟତୀତ ଲରେନ୍ସ ବୋଲିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି । ଏହି ଅଫ୍‌ସ୍ପିନର ଟେଷ୍ଟ କ୍ରିକେଟ୍‌ରେ ଏପର୍ଯ୍ୟନ୍ତ 3ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଲରେନ୍ସ ଟିମ୍‌ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଦ୍ବିତୀୟ ଥର ଭାରତ ଆସୁଛନ୍ତି । ଶେଷଥର ପାଇଁ ସେ 2021ରେ ଭାରତୀୟ ମାଟିରେ ଘରୋଇ ଦଳ ବିପକ୍ଷରେ 4 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିଥିଲେ । ଏହି ସିରିଜ୍‌ରେ ସେ ହାଇଦ୍ରାବାଦରେ ଖେଳ।ଯାଇଥିବା 4ର୍ଥ ତଥା ଅନ୍ତିମ ମ୍ୟାଚ୍‌ର ଦୁଇ ପାଳିରେ 46 ଓ 50 ରନ୍‌ର ପ୍ରଭାବୀ ପାଳି ଖେଳିଥିଲେ । ହେଲେ ଇଂଲଣ୍ଡ ଘରୋଇ ଦଳ ଠାରୁ ଏହି ସିରିଜ୍‌ ହାରିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.