ହାଇଦ୍ରାବାଦ: ବିଶ୍ବ ବିଜେତା ସାଜିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ । ସବୁ ଆଲୋଚନାର ଅନ୍ତ ଘଟାଇ ଶେଷରେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି । ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁରୁବାର ଦିନ ୧୮ ବର୍ଷୀୟ ଗୁକେଶ ୧୪ତମ ତଥା ଶେଷ ସମୟରେ ୭.୫ ପଏଣ୍ଟ ହାସଲ କରିଥିବା ବେଳେ ତାଙ୍କ ଚୀନି ପ୍ରତିନ୍ଦ୍ୱନ୍ଦ୍ବୀ ଲିରେନ ୬.୫ ପଏଣ୍ଟରେ ସୀମିତ ରହିଯାଇଥିଲେ ।
🇮🇳 Gukesh D: " i'm just living my dream"#DingGukesh pic.twitter.com/H92TzW1dPn
— International Chess Federation (@FIDE_chess) December 12, 2024
ଇତିହାସ ରଚିଲେ ଗୁକେଶ:
ଗୁକେଶ ୧୪ତମ ଗେମରେ ୫୮ତମ ଗୋଟି ଚାଳନା ପରେ ବିଜୟ ହାସଲ କରିଛନ୍ତି । ୪ ଘଣ୍ଟାର ସଂର୍ଘଷ ପରେ ବିଜୟ ହାସଲ କରିଥିଲେ ଗୁକେଶ । ୫୫ ତମ ଗୋଟି ଚାଳନାରେ ଡିଙ୍ଗ୍ ଲିରେନ ତ୍ରୁଟିପୂର୍ଣ୍ଣ ଗୋଟି ଚଳାଇଥିବା ହୃଦୟଙ୍ଗମ କରିଥିଲେ ଗୁକେଶ । ସେ ତାଙ୍କ ରୁକକୁ ଏଫ-୨ ସ୍ଥାନକୁ ଚଳାଇବା ପରେ ଗୁକେଶ ଉତ୍ସାହିତ ଦେଖାଯାଇଥିଲେ ଓ ୫୮ ତମ ଗୋଟି ଚାଳନାରେ ଲିରେନଙ୍କୁ ହରାଇଥିଲେ । ଯାହା ପରେ ବାଜିମାତ କରି ନେଇଥିଲେ ଗୁକେଶ । ମାତ୍ର ୧ ପଏଣ୍ଟ ବ୍ୟବଧାନରେ ବିଶ୍ୱ ବିଜେତା ସାଜିଛନ୍ତି ଗୁକେଶ । ଗୁକେଶ ଏହି ଗୌରବ ହାସଲ କରିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ।
He entered as the Challenger; he exited as the WORLD CHAMPION! @DGukesh 🇮🇳 👏 ♟️
— International Chess Federation (@FIDE_chess) December 12, 2024
🔥 Gukesh D leaves the venue right after becoming World Champion! A big hug with his dad, Dr. Rajinikanth, a big hug with his second, Grzegorz Gajewski, and off to the bus for the final press… pic.twitter.com/94UVZRgulK
ଗୁକେଶ ତୃତୀୟ ଓ ଏକାଦଶ ତମ ଗେମରେ ବିଜୟ ହାସଲ କରିଥିବା ବେଳେ ଲିରେନ ପ୍ରଥମ ଓ ୧୨ତମ ଗେମରେ ଜିତିଥିଲେ । ଅନ୍ୟ ମ୍ୟାଚଗୁଡିକ ଡ୍ର ରହିଥିଲା । ଯଦି ଏହି ଗେମ ଡ୍ର ହୋଇଥାନ୍ତା ତେବେ ବିଜେତା କିଏ ହେବେ ତାହା ଶୁକ୍ରବାର ଟାଇ-ବ୍ରେକରେ ହୋଇଥାନ୍ତା ।
Happy faces after 🇮🇳 Gukesh D became the 18th World Champion! 👑 #DingGukesh pic.twitter.com/qf9pwquRqQ
— International Chess Federation (@FIDE_chess) December 12, 2024
10 ବର୍ଷର ସ୍ୱପ୍ନ ହେଲା ପୂରଣ:
ବିଜୟ ପରେ ଭାବବିହ୍ୱଳ ହୋଇପଡିଥିଲେ ଗୁକେଶ । ଏହି ଅବସରରେ ସେ କହିଛନ୍ତି, "ମୁଁ ଭାବବିହ୍ୱଳ ହୋଇପଡିଲି କାରଣ ମୋତେ ସେହି ସ୍ଥିତିରେ ଜିତିବାର ଆଶା ନଥିଲା । କିନ୍ତୁ ଯେତେବେଳେ ମୁଁ ତ୍ରୁଟି ଦେଖିଲି, ସେତେବେଳେ ମୋତେ ଆଭାସ ହେଲା କି ମୁଁ ନିଜର ସ୍ୱପ୍ନ ପୂରଣ କରିନେଲି । ପ୍ରତ୍ୟେକ ଚେସ୍ ଖେଳାଳି ଏହି ଅନୁଭବ କରିବା ପାଇଁ ଚାହାଁନ୍ତି । ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ।ମୁଁ ନିଜ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି । ଏହି ମୂହୁର୍ତ୍ତ ପାଇଁ ମୁଁ ୧୦ ବର୍ଷ ହେଲା ସ୍ୱପ୍ନ ଦେଖିଆସୁଛି ।
ସେ ଆଉ ମଧ୍ୟ କହିଛନ୍ତି, " ଆମେ ସମସ୍ତେ ଜାଣିଛେ ଡିଙ୍ଗ୍ କିଏ । ସେ ଇତିହାସର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ।ଆମେ ଦେଖିଛେ ସେ କେତେ ଚାପ ସହିପାରନ୍ତି ଓ ପ୍ରକୃତ ଚାମ୍ପିୟନ କିଏ ଏହି ଗୁଣ ଦର୍ଶାଇଥାଏ । ମୋ ପାଇଁ ସେ ଜଣେ ପ୍ରକୃତ ଚାମ୍ପିୟନ ।"
Historic and exemplary!
— Narendra Modi (@narendramodi) December 12, 2024
Congratulations to Gukesh D on his remarkable accomplishment. This is the result of his unparalleled talent, hard work and unwavering determination.
His triumph has not only etched his name in the annals of chess history but has also inspired millions… https://t.co/fOqqPZLQlr pic.twitter.com/Xa1kPaiHdg
ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ:
ଗୁକେଶଙ୍କ ସଫଳତାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି," ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଗୁକେଶ ଡିଙ୍କୁ ଅଭିନନ୍ଦନ । ଏହି ସଫଳତା ତାଙ୍କର ଅପୂର୍ବ ପ୍ରତିଭା, କଠିନ ପରିଶ୍ରମ ଏବଂ ଅଦମ୍ୟ ନିଷ୍ଠାର ଫଳାଫଳ । ତାଙ୍କର ବିଜୟ କେବଳ ଚେସ ଇତିହାସରେ ତାଙ୍କ ନାମକୁ ସ୍ଥାନିତ କରିନାହିଁ ବରଂ ଲକ୍ଷ ଲକ୍ଷ ଯୁବକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉତ୍କର୍ଷତା ପାଇଁ ପ୍ରେରଣା ଦେଇଛି ।"
🇮🇳 Gukesh D 🥹
— International Chess Federation (@FIDE_chess) December 12, 2024
Ladies and gentlemen, the 18th WORLD CHAMPION! #DingGukesh pic.twitter.com/CgzYBgeTfq
୭ ବର୍ଷରୁ ଚେସ ପ୍ରତି ଆଗ୍ରହ:
ୱାର୍ଲ୍ଡ ଚେସ୍ ଚାମ୍ପିୟନସିପ୍ ଟାଇଟଲ୍ ଚେସରେ ସବୁଠାରୁ ସମ୍ମାନଜନକ ସଫଳତା । ୧୮୮୬ ପରଠାରୁ କେବଳ ୧୭ ଜଣ ଖେଳାଳି ସମ୍ମାନଜନକ ବିଶ୍ୱ ଚେସ୍ ଚାମ୍ପିୟନ୍ ଟାଇଟଲ୍ ଜିତିଛନ୍ତି । ଗୁକେଶ ବର୍ତ୍ତମାନ ୧୮ତମ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି । ଗୁକେଶ ଚଳିତ ବର୍ଷ ଆରମ୍ଭରେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ବିଶ୍ୱ ଟାଇଟଲ ପାଇଁ ସର୍ବ କନିଷ୍ଠ ଚ୍ୟାଲେଞ୍ଜର ଭାବେ ମ୍ୟାଚରେ ପ୍ରବେଶ କରିଥିଲେ । ଏହି ଟାଇଟଲ ହାସଲ କରିବାରେ କିମ୍ବଦନ୍ତୀ ଖେଳାଳି ବିଶ୍ୱନାଥ ଆନନ୍ଦଙ୍କ ପରେ ସେ ଦ୍ୱିତୀୟ ଭାରତୀୟ । ୫ ଥର ବିଶ୍ୱ ଚାମ୍ପିଅନ୍ ଆନନ୍ଦ ଶେଷ ଥର ପାଇଁ ୨୦୧୩ରେ ଏହି ଟାଇଟଲ୍ ଜିତିଥିଲେ । ଗୁକେଶ ୨୦୦୬ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ୨୦୧୩ରୁ ସେ ଚେସ୍ ଖେଳିବା ଆରମ୍ଭ କରିଥିଲେ । ୨୦୧୫ରେ ସେ ଅଣ୍ଡର-୯ କାଟାଗୋରୀରେ ଏସିଆନ ସ୍କୁଲ ଚେସ ଚାମ୍ପିୟନସିପ୍ ଟାଇଟଲ ହାସଲ କରିଥିଲେ । ୨୦୨୪ ସେପ୍ଟେମ୍ବରରେ ବୁଦାପେଷ୍ଟରେ ଆୟୋଜିତ ଚେସ୍ ଅଲିମ୍ପିଆଡରେ ଭାରତ ଚାମ୍ପିୟନ ହୋଇଥିଲା । ଓପନ କାଟାଗୋରୀରରେ ଗୁକେଶ ହିଁ ଫାଇନାଲ ଗେମ ଜିତି ଭାରତକୁ ବିଜୟ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. 2034 FIFA ବିଶ୍ବକପ ଆୟୋଜକ ସାଉଦି ଆରବ, ୫ ସହରର ୧୫ ଷ୍ଟାଡିୟମରେ ମ୍ୟାଚ୍ - FIFA WORLD CUP
ଗୁକେଶଙ୍କ ସଫଳତା:
- ୨୦୨୪: ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପ (ସର୍ବକନିଷ୍ଠ)
- ୨୦୨୪: ପ୍ୟାରିସ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ବିଜେତା
- ୨୦୨୪: ଚେସ ଅଲିମ୍ପିଆଡରେ ଭାରତକୁ ବିଜୟ ପ୍ରଦାନ
- ୨୦୨୩: କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ
- ୨୦୨୨ ଚେସ ଅଲିମ୍ପିଆଡ: ସ୍ୱର୍ଣ୍ଣ ପଦକ ହାସଲ
- ୨୦୧୯: ୧୨ ବର୍ଷରେ ଗ୍ରାଣ୍ଡମାଷ୍ଟର
- ୨୦୧୮: ଓ୍ବାର୍ଲ୍ଡ ୟୁଥ ଚେସ୍ ଚାମ୍ପିୟନସିପ ବିଜେତା (ଅଣ୍ଡର-୧୨ କାଟାଗୋରି)
- ୨୦୧୫: ଅଣ୍ଡ-୯ ଏସିଆନ ସ୍କୁଲ ଚେସ ଚାମ୍ପିୟନସିପ୍ ( କ୍ୟାଣ୍ଡିଡେଟ୍ ମାଷ୍ଟର ଟାଇଟଲ)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ