ନୂଆଦିଲ୍ଲୀ: ଝିଅ ଭାମିକାକୁ ନେଇ ବଡ଼ ଖୁଲାସା କରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ବଡ଼ ହେଲେ ଭବିଷ୍ୟତରେ ଝିଅ କଣ କରିବ ସେନେଇ କହିଛନ୍ତି କୋହଲି । ଏବେଠାରୁ ଭାମିକା ବ୍ୟାଟ ଧରୁଛି, ତାକୁ ଭଲ ଲାଗୁଛି ବ୍ୟାଟ ଧରି ଖେଳିବାକୁ । କିନ୍ତୁ ଆଗକୁ ସେ ଜଣେ କ୍ରିକେଟର ହେବ ତାହା ମୋତେ ଜଣାନାହିଁ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ବିରାଟ । ସେହିପରି ପୁଅ ଅକାୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ କହିଛନ୍ତି ।
କ୍ରିକେଟକୁ ଭଲ ପାଆନ୍ତି ବିରାଟଙ୍କ ଝିଅ:
ୱିଗ୍ ବାସ୍କେଟ୍ ଶୋ’ରେ ଆରସିବିର ନାଗସ୍ ଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ବିରାଟ ତାଙ୍କ ଝିଅ ବିଷୟରେ କହିଥିଲେ । ନାଗାସ ତାଙ୍କୁ ପୁଅ ଅକାୟ ଓ ଭାମିକାଙ୍କ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ବିରାଟ କହିଥିଲେ, ପୁଅ ସୁସ୍ଥ ଅଛି, ଭମିକା ଏବେ ବ୍ୟାଟ ଉଠାଉଛି, ବ୍ୟାଟ ସୁଇଂ କରିବାକୁ ତାକୁ ଭଲ ଲାଗୁଛି । କିନ୍ତୁ ସେ ଆଗକୁ ଜଣେ କ୍ରିକେଟର ହେବ ତାହା ମୁଁ କହିପାରିବି ନାହିଁ । ତାର ଯାହା ପସନ୍ଦ ତାହା ସେ କରିବ ବୋଲି କହିଥିଲେ କୋହଲି ।
ଏହା ମଧ୍ୟ ପଢନ୍ତୁ-କୋହଲି ନେବେ ଅବସର ! କହିଲେ, ହଠାତ୍ ଗାଏବ ହୋଇଯିବି - Virat Kohli
ବିରାଟ କୋହଲି ଓ ଅନୁଷ୍କା ଝିଅ ଭାମିକା ଓ ପୁଅ ଅକାୟଙ୍କୁ ଗଣମାଧ୍ୟମରୁ ଦୂରେଇ ରଖିଛନ୍ତି । ଅନେକ ସମୟରେ କିନ୍ତୁ ଝିଅ ଭାମିକାର ଭିଡିଓ ସୋସିଆଲ ମିଡିଆରେ ବାଇରାଲ ହୋଇଛି । ତାଙ୍କ ଝିଅଙ୍କ ଫେସ ବିରାଟଙ୍କ ସହ ମିଶୁତିବା ସୋସିଆଲ ମିଡିଆ ୟୁଜର୍ସ ମାନେ ମତ ରଖିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅକାୟଙ୍କ କୌଣସି ଫଟୋକୁ ସେ ସୋସିଆଲ ମିଡିଆରେ ସାର୍ବଜନୀନ କରିନାହାନ୍ତି ।
କିଛିଦିନ ତଳେ ଆରସିବି ଇଭେଣ୍ଟ ସମୟରେ ଫ୍ରିୱେଲିଂ ଚାଟରେ କୋହଲି ଅବସର ଯୋଜନା ବିଷୟରେ କହିଥିଲେ । କ୍ରିକେଟ୍ କ୍ୟାରିୟରରେ ଶେଷ ହେବା ପରେ ମୁଁ ଚାଲିଯିବି, ମୋତେ କିଛି ସମୟ ପାଇଁ କେହି ଦେଖିବାକୁ ପାଇବେ ନାହିଁ ବୋଲି କହିଥିଲେ କୋହଲି । ଯେତେବେଳେ ସେ ଅବସର ନେବାକୁ ନିଷ୍ପତ୍ତି ନେବେ ସେତେବେଳେ ସେ କୌଣସି ଅଧୁରା କାମ ଛାଡିବେ ନାହିଁ ବୋଲି କହିଥିଲେ ।