ETV Bharat / sports

ଏହି କ୍ରିକେଟରମାନେ ମୈଦାନରେ ହିରୋ; ହେଲେ ବିବାଦୀୟ ପ୍ରେମ ଓ ବୈବାହିକ ଜୀବନରେ ହୋଇଛନ୍ତି କ୍ଲିନ-ବୋଲ୍ଡ - Love Affairs of Indian Cricketers

author img

By ETV Bharat Sports Team

Published : Aug 26, 2024, 2:15 PM IST

Controversial Love Affairs of Indian Cricketers: ଭାରତର ଏପରି 7 ଜଣ କ୍ରିକେଟର, ଯିଏ ନିଜ ପ୍ରେମ ଓ ବୈବାହିକ ଜୀବନକୁ ନେଇ ବିଭିନ୍ନ ସମୟରେ ଖୁବ ଚର୍ଚ୍ଚାକୁ ଆସିଛନ୍ତି । କିଏ ଗୋଟିଏ ତ କିଏ ଦୁଇ ଦୁଇଟି ବିବାହ କରିଛନ୍ତି । ଏଠାରେ ଦେଖନ୍ତୁ ଏବେ କିଏ କାହା ସହ ଖୁସିରେ ଅଛନ୍ତି,

Controversial Love Affairs of Indian Cricketers
Controversial Love Affairs of Indian Cricketers (ETV Bharat Odisha)

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳରେ ଏପରି ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ନିଜ ଚମତ୍କାର ପ୍ରଦର୍ଶନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନିଜ ଦମଦାର ବ୍ୟାଟିଂ କିମ୍ବା ବୋଲିଂ ବଳରେ ପ୍ରତିଦ୍ବନ୍ଦ୍ବୀଙ୍କୁ ପଡ଼ିଆରେ ତ ବହୁତ ଝଟ୍‌କା ଦେଇଛନ୍ତି, କିନ୍ତୁ ପ୍ରେମର ପିଚ୍‌ରେ ନିଜେ 'କ୍ଲିନ-ବୋଲ୍ଡ' ହୋଇଯାଇଛନ୍ତି । ପ୍ରେମରେ ପଡ଼ି ସେମାନେ ନିଜେ କିଛି ପାଇବା ବଦଳରେ ଅନେକ କିଛି ହରାଇଛନ୍ତି ଏବଂ ବିବାଦ ଘେରକୁ ମଧ୍ୟ ଆସିଛନ୍ତି । ଆଜି ଆମେ ଆପଣଙ୍କୁ ଭାରତର ଏପରି କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ନିଜର ବିବାଦୀୟ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନକୁ ନେଇ ବିଭିନ୍ନ ସମୟରେ ହେଡଲାଇନକୁ ଆସିଛନ୍ତି ।

ଭାରତୀୟ କ୍ରିକେଟରଙ୍କ ବିବାଦୀୟ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ :-

Controversial Love Affairs of Indian Cricketers
Controversial Love Affairs of Indian Cricketers (ANI Photo)

ମହମ୍ମଦ ଆଝାରୁଦ୍ଦିନ :-

ପୂର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ମହମ୍ମଦ ଆଝାରୁଦ୍ଦିନ ଅତୀତରେ ନିଜ ପ୍ରେମ ଓ ବୈବାହିକ ଜୀବନକୁ ନେଇ ବିବାଦ ଘେରକୁ ଆସିଥିଲେ । ସେ ଦୁଇଥର ବିବାହ କରିଥିଲେ, କିନ୍ତୁ ତାଙ୍କର ଉଭୟ ବିବାହ ସଫଳ ହୋଇନଥିଲା । କ୍ରିକେଟରଙ୍କ ପ୍ରଥମ ବିବାହ ନୈରିନଙ୍କ ସହ ହୋଇଥିଲା, ଯାହାଙ୍କ ସହ ତାଙ୍କର 2 ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ । ଏହାପରେ ବଲିଉଡ ଅଭିନେତ୍ରୀ ସଂଗୀତା ବିଲଜାନୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା । ସେ 1996ରେ ଅଭିନେତ୍ରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡିଥିଲେ । ପ୍ରକାଶ ଥାଉ, ସଂଗୀତା ଅଝାରୁଦ୍ଦିନଙ୍କ ପୂର୍ବରୁ ସଲମାନ ଖାନଙ୍କୁ ବିବାହ କରିବେ ବୋଲି ଖୁବ ଚର୍ଚ୍ଚା ହୋଇଥିଲା ।

ଦୀନେଶ କାର୍ତ୍ତିକ :-

ପୂର୍ବତନ ଭାରତୀୟ ୱିକେଟ-କିପର ଓ ବ୍ୟାଟର ଦୀନେଶ କାର୍ତ୍ତିକଙ୍କୁ ନିଜ ଘନିଷ୍ଠ ବନ୍ଧୁଠାରୁ ହିଁ ଧୋକା ମିଳିଥିଲା । ତାଙ୍କର ପ୍ରେମ ଓ ବୈବାହିକ ଜୀବନ ଅନେକ ବିବାଦ ଘେରା । କାର୍ତ୍ତିକଙ୍କ ପ୍ରଥମ ପତ୍ନୀ ନିକିତାଙ୍କ ସହ ଅନ୍ୟମତ ଭାରତୀୟ କ୍ରିକେଟର ମୁରଲୀ ବିଜୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା, ଯିଏକି ଦୀନେଶ କାର୍ତ୍ତିକଙ୍କ ଘନିଷ୍ଠ ବନ୍ଧୁ ଥିଲେ । ଏହାପରେ କାର୍ତ୍ତିକ ଏବଂ ନିତିକା ଅଲଗା ହୋଇଥିଲେ ଏବଂ ନିକିତା ମୁରଲୀଙ୍କୁ ବିବାହ କରିଥିଲେ । ଅନ୍ୟପଟେ ଦୀନେଶ କାର୍ତ୍ତିକ ଦ୍ବିତୀୟ ଥର ପାଇଁ ଭାରତୀୟ ସ୍କ୍ୱାସ୍ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଥିଲେ ।

ମହମ୍ମଦ ଶାମି :-

ଭାରତର ଷ୍ଟାର ପେସର୍ ମହମ୍ମଦ ଶାମିଙ୍କ ପ୍ରେମ ଓ ବୈବାହିକ ଜୀବନ ବହୁ ବିବାଦ ତଥା ଅନେକ ସମସ୍ୟା ଦ୍ବାରା ଘେରି ରହିଛି । ଶାମି 2014ରେ କୋଲକାତା ମଡେଲ ତଥା ଅଭିନେତ୍ରୀ ହସିନ ଜାହାଁଙ୍କୁ ବିବାହ କରିଥିଲେ । 2015 ମସିହାରେ ଶାମି ପିତା ହୋଇଥିଲେ । ଏହାପରେ ହସିନ ଶାମିଙ୍କ ବିରୋଧରେ ଘରୋଇ ହିଂସା, ଦୁଷ୍କର୍ମ ଏବଂ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଭଳି ଗୁରୁତର ଅଭିଯୋଗ ଆଣିଥିଲେ । ବର୍ତ୍ତମାନ ଉଭୟ ଉଭୟଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଏହି ଅବଧି ମଧ୍ୟରେ ଶାମିଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ବର୍ତ୍ତମାନ ଶାମିଙ୍କ ନାମ କେତେବେଳେ ସାନିଆ ମିର୍ଜା ତ କେତେବେଳେ ଅନ୍ୟ କେଉଁ ଅଭିନେତ୍ରୀମାନଙ୍କ ସହିତ ଯୋଡ଼ୁଛନ୍ତି ନେଟିଜେନ୍ସ ।

ବିନୋଦ କାମ୍ବଲି :-

ଭାରତର ପୂର୍ବତନ ଓପନିଂ ବ୍ୟାଟର ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲିଙ୍କ ପ୍ରେମ ତଥା ବୈବାହିକ ଜୀବନ ମଧ୍ୟ ବିବାଦରେ ଛାଇ ଯାଇଛି । କାମ୍ବଲି 1998ରେ ନୋଏଲା ଲୁଇସଙ୍କୁ ବିବାହ କରିଥିଲେ । ଏହାପରେ ମଡେଲ ଆଣ୍ଡ୍ରିଆ ହେଭିଟଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଲା । ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ପରେ ଦ୍ବିତୀୟ ଥର ହେଭିଟଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେ ଅନେକ ଅସୁବିଧାରେ ଜୀବନ ବିତାଉଥିବା ଖବର ଅନେକ ସମୟରେ ଆସୁଛି ।

ସୌରଭ ଗାଙ୍ଗୁଲି :-

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରେମ ଜୀବନ ମଧ୍ୟ ବିବାଦ ଘେରକୁ ଆସିଛି । ଗାଙ୍ଗୁଲି 1997ରେ ତାଙ୍କ ପରିବାରର ଇଛା ବିରୋଧରେ ଯାଇ ଡୋନାଙ୍କୁ ବିବାହ କରିଥିଲେ । ଏହାପରେ ଖବର ଆସିଲା ଯେ ସୌରଭ ବଲିଉଡ ଏବଂ ଦକ୍ଷିଣ ଅଭିନେତ୍ରୀ ନଗମାଙ୍କ ସହ ସମ୍ପର୍କରେ ଅଛନ୍ତି । ଏହାପରେ ତାଙ୍କ ପତ୍ନୀ ଡୋନା ତାଙ୍କୁ ଛାଡପତ୍ର ଦେବାକୁ ଚାହିଁଥିଲେ, କିନ୍ତୁ ଏହା ହୋଇନଥିଲା । ପର ମୁହୂର୍ତ୍ତରେ ସୌରଭଙ୍କ ପତ୍ନୀ ସୌରଭ-ନଗମା ଆଫେୟାର ଖବରକୁ ଗୁଜବ ବୋଲି କହି ସବୁ ମାମଲା ଶେଷ କରିଥିଲେ ।

ଜବାଗଲ ଶ୍ରୀନାଥ :-

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜବାଗଲ ଶ୍ରୀନାଥଙ୍କ ପ୍ରେମ ଜୀବନ ମଧ୍ୟ ବେଶ ବିବାଦୀୟ ରହିଛି । ସେ 1999 ମସିହାରେ ଜ୍ୟୋତ୍ସ୍ନାଙ୍କୁ ବିବାହ କରିଥିଲେ । ଏହାପରେ ସେ ମାଧବୀ ପତ୍ରାଭାଲୀ ନାମକ ଜଣେ ସାମ୍ବାଦିକାଙ୍କୁ ପ୍ରେମ କରି ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ, 2008ରେ ସେ ଦ୍ବିତୀୟ ଥର ପାଇଁ ମାଧବୀଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କୁ ମ୍ୟାଚ୍ ରେଫରୀ ଭାବରେ ପଡ଼ିଆରେ ଦେଖିବାକୁ ମିଳୁଛି ।

ହାର୍ଦ୍ଦିକ ପାଣ୍ଡ୍ୟା :-

ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମ ଓ ବୈବାହିକ ଜୀବନ ମଧ୍ୟ ବେଶ ବିବାଦୀୟ । ନିକଟରେ ସେ ଓ ତାଙ୍କ ପତ୍ନୀ ଏବଂ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ବର୍ତ୍ତମାନ ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟିକା ଜସ୍ମିନ ୱାଲିଆଙ୍କ ସହ ଯୋଡ଼ି ଉଭୟଙ୍କ ମଧ୍ୟରେ ଆଫେୟାର ଚାଲିଥିବା ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର ଧରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କର ଏକ ପୁଅ ମଧ୍ୟ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଧାୱନଙ୍କ ପରେ ଖୁବଶୀଘ୍ର ଅବସର ନେବେ ଏହି 11 କ୍ରିକେଟର ! ଆଉ ନାହିଁ ସୁଯୋଗ ଆଶା - Indian Player who may retire soon

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.