ହାଇଦ୍ରାବାଦ: ମହିଳା ହୋଇ ଅଲିମ୍ପିକ୍ସରେ ଭାଗ ନେଲେ । ଗୋଲ୍ଡ ମେଡାଲ ବି ପାଇଲେ । ହେଲେ ଏବେ ଜଣାପଡ଼ିଲା ସେ ମହିଳା ନୁହନ୍ତି, ପୁରୁଷ । ଗତ ୨୦୨୪ ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଜଣେ ଆଥଲେଟଙ୍କ ସଂପର୍କରେ ଏଭଳି ରୋଚକ ତଥ୍ୟ ପଦାକୁ ଆସିଛି । କିଏ ସେହି ପ୍ରତିଯୋଗୀ ଏବଂ କେମିତି ଜଣାପଡ଼ିଲା ପୂରା ଘଟଣା ଆସନ୍ତୁ ଜାଣିବା ।
ପ୍ୟାରିସ ଅଲିମ୍ପିକ୍ସ 2024ରେ ମହିଳା ବର୍ଗ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଆଲଜେରିଆରର ବକ୍ସର ଇମାନ ଖେଲିଫ । ତାଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ ଥିବା ଅଭିଯୋଗ ଆସିଥିଲା । ଯାହାକି ଏହା ସତ ପ୍ରମାଣିତ ହୋଇଛି । ଯାହା ତାଙ୍କ ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଇମାନଙ୍କ ଶରୀରରେ ଅନେକ ପୁରୁଷ ଭଳି ଅଙ୍ଗ ରହିଛି ।
ଇମାନ ଖେଲିଫ ପୁରୁଷ, ମହିଳା ନୁହନ୍ତି ?
ଖବର ଅନୁଯାୟୀ, ଇମାନ ଖଲିଫଙ୍କର ଆଭ୍ୟନ୍ତରୀଣ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ (ପୁରୁଷ କ୍ରୋମୋଜୋମ) ମିଳିଛି, ଯାହା ତାଙ୍କୁ ପୁରୁଷ ଶ୍ରେଣୀରେ ସ୍ଥାନିତ କରିଛି । ଇମାନର ଡାକ୍ତରୀ ରିପୋର୍ଟରୁ ମିଳିଥିବା 5-ଆଲଫା ରେଡକ୍ଟେଜ୍ ଅଭାବ ବୋଲି ଦର୍ଶାଇଛି । ରିପୋର୍ଟ ଅନୁଯାୟୀ, ଇମାନଙ୍କ ଆଭ୍ୟନ୍ତରୀଣ ଅଣ୍ଡକୋଷ ରହିଥିବା ବେଳେ ଗର୍ଭାଶୟର ଅଭାବ ରହିଛି । ରେଡକ୍ସର ରିପୋର୍ଟ ଅନୁଯାୟୀ, ଏମଆରଆଇ(MRI)ରେ ଇମାନଙ୍କ ମାଇକ୍ରୋପେନିସର ଉପସ୍ଥିତି ମଧ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ପ୍ରଶଂସକ ଇମାନଙ୍କୁ ସମର୍ଥନ କରୁଥିବା ବେଳେ, ଆଉ କିଛି ତାଙ୍କ ବିପକ୍ଷରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଲିଙ୍ଗଗତ ବିବାଦ: ମହିଳା ବକ୍ସରଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ୍, ଶକ୍ତ ପଞ୍ଚ ମାଡରେ ଓହରିଗଲେ ପ୍ରତିଦ୍ୱନ୍ଦ୍ୱୀ, ଜିତିଲେ ପ୍ରଥମ ଫାଇଟ୍ - Paris Olympics 2024
ଏହା ମଧ୍ୟ ପଢନ୍ତୁ-2036 ଅଲିମ୍ପିକ୍ସ ଆୟୋଜନ ପାଇଁ IOCକୁ ଚିଠି, ଏହି ସହରରେ କରାଇବାକୁ IOAର ଲକ୍ଷ୍ୟ
କେବେ କାର୍ଯ୍ୟାନୁଷ୍ଠାନ?
ଇମାନ ଖଲିଫ ଜଣେ ପୁରୁଷ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ଅପେକ୍ଷା । ଅନେକ ସମୟରେ ଏହା ମଧ୍ୟ ଘଟିଛି, ଯେତେବେଳେ ଖେଳାଳିମାନେ ରିପୋର୍ଟ ଆଧାରରେ ପଦକରୁ ବଞ୍ଚିତ ହୋଇଥାନ୍ତି ।
କଣ ଥିଲା ଅଭିଯୋଗ ?
2024 ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ବିବାଦ ସାମ୍ନାକୁ ଆସିଥିଲା । ମହିଳା 66 କେଜି କିଗ୍ରା ରାଉଣ୍ଡ 31ରେ ଆଲଜେରିଆରର ଇମାନ ଖେଲିଫ ଏବଂ ଇଟାଲୀର ଆଞ୍ଜୋଲା କ୍ୟାରିନ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲା ମାତ୍ର 46 ସେକେଣ୍ଡ ପରେ ଇଭେଣ୍ଟରୁ ଓହରି ଯାଇଥିଲେ ଆଞ୍ଜେଲା । ଇମାନେଙ୍କ ଏକ ଶକ୍ତ ପଞ୍ଚରେ ତାଙ୍କ ନାକରୁ ରକ୍ତ ଶ୍ରାବ ହୋଇଥିଲା । ଶେଷରେ ଇମାନେଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଆଞ୍ଜୋଲା ତାଙ୍କ ବକ୍ସିଂ କ୍ୟାରିୟରେ କେବେ ବି ଏପରି ପଞ୍ଚ ଖାଇନଥିବା କହିଥିଲେ ।