ETV Bharat / sports

କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO

author img

By ETV Bharat Odisha Team

Published : Jul 12, 2024, 8:25 PM IST

Samir Dey become President of FAO: ଓଡ଼ିଶା ଫୁଟବଲ ସଂଘ (FAO)ର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବଜେପି ନେତା ସମୀର ଦେ । ଏବେ ନଜର ଓସିଏ ଉପରେ । ଖୁବଶୀଘ୍ର ବବିଙ୍କୁ ଚେକ୍‌ ଦେଇ ଓସିଏରେ ଏଣ୍ଟ୍ରି ମାରିପାରନ୍ତି ବେବି । ଅଧିକ ପଢ଼ନ୍ତୁ

Samir Dey become President of FAO
Samir Dey become President of FAO (ETV Bharat Odisha)

କଟକ: ଫୁଟବଲ ଆସୋସିଏସନ ଅଫ ଓଡିଶା (FAO) ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବଜେପି ନେତା ସମୀର ଦେ । ଆସନ୍ତା ଜୁଲାଇ 21ରେ ହେବ ଫାଓ ବା ଓଡ଼ିଶା ଫୁଟବଲ ସଂଘର ନିର୍ବାଚନ । ଏହା ପୂର୍ବରୁ ଗତକାଲି (ଗୁରୁବାର) ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଥିଲା । ଯେଉଁଠାରେ ସଭାପତି ଭାବେ ସମୀର ଦେ ଓ ସମ୍ପାଦକ ଭାବେ ଆଶୀର୍ବାଦ ବେହେରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଛନ୍ତି । ଅନ୍ୟ ପଦବୀ ପାଇଁ ମଧ୍ୟ ଏକପ୍ରକାର ପ୍ରାର୍ଥି ଚୟନ ପ୍ରକ୍ରିୟା ଶେଷ ହୋଇଛି । ଅନ୍ୟପଟେ ଓଡ଼ିଶା ଫୁଟବଲ ସଂଘର ନବନିର୍ବାଚିତ ସଭାପତିଙ୍କ ଟାର୍ଗେଟରେ ଏବେ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ । ଖୁବଶୀଘ୍ର ଓସିଏ ମଧ୍ୟ ବିଜେଡି ହାତରୁ ବିଜେପି କବ୍‌ଜାକୁ ଯିବ ବୋଲି ଆଲୋଚନା ହେଉଛି ।

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଓ ଆଶୀର୍ବାଦ:-

ରାଜ୍ୟରେ ବିଭିନ୍ନ କ୍ରୀଡ଼ା ସଙ୍ଘରେ ସବୁବେଳେ ସରକାରୀ ଦଳର ଦବଦବା ରହିଆସିଥିବା ନଜିର ରହିଛି । ସେହିକ୍ରମରେ ସରକାର ବଦଳିବା ପରେ ବଦଳିଛି କ୍ରୀଡା ସଂଘର ସମୀକରଣ । ଓଡ଼ିଶା ଫୁଟବଲ୍‌ ସଂଘରୁ ଆଉଟ୍‌ ହୋଇଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଏଣ୍ଟ୍ରି ମାରିଲେ ବରିଷ୍ଠ ବିଜେପି ନେତା ସମୀର ଦେ । ଆସନ୍ତା ଜୁଲାଇ 21ରେ ଫାଓ ବା ଓଡ଼ିଶା ଫୁଟବଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ସେହିଦିନ ଫଳାଫଳ ଘୋଷଣା ହେବାନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି । ତେବେ ଏହା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଯାଇଥିବାବେଳେ ସଂଘର ସଭାପତି ଭାବେ ବରିଷ୍ଠ ବିଜେପି ନେତା ସମୀର ଦେ ଓ ସମ୍ପାଦକ ଭାବେ ଆଶୀର୍ବାଦ ବେହରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଥିବା ସ୍ପଷ୍ଟ ହୋଇଛି ।

ସମୀରଙ୍କ ଟାର୍ଗେଟରେ ବବି:-

ତେବେ ଫୁଟବଲ ଆସୋସିଏସନ ଅଫ ଓଡିଶା (FAO) ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏବେ ସମୀରଙ୍କ ଟାର୍ଗେଟରେ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଏବଂ ଏହାର ସଭାପତି ପ୍ରଣବ ପ୍ରକାଶ ଦାସ । ସମୀର କହିଛନ୍ତି, "ଓସିଏରୁ ସ୍ବେଚ୍ଛାକୃତ ଇସ୍ତଫା ନିଅନ୍ତୁ ବବି ଦାସ । ତାଙ୍କର ଓସିଏରେ କାର୍ଯ୍ୟକାଳ ଶେଷ ହେବାପାଇଁ ଗୋଟିଏ ବର୍ଷ ବାକି ରହିଛି । ତେଣୁ ବର୍ତ୍ତମାନ ସେ ଇସ୍ତଫା ନେବା ଦରକାର । ଏହାଛଡ଼ା ତାଙ୍କର ଓଡିଶା କ୍ରୀଡା ସଂଘରେ ରହିବାର ଉଦ୍ଦେଶ୍ୟ ରାଜନୈତିକ । କ୍ରୀଡାର ବିକାଶ ପାଇଁ କେବେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି । ଏହାଛଡ଼ା ଯେଉଁ ରାଜ୍ୟ ପ୍ରଶାସନିକ ଅଧିକାରୀ ଓସିଏ ଆସୁଥିଲେ, ସେଠାରେ ଅନେକ କାର୍ଯ୍ୟକ୍ରମ ହେବାନେଇ ଯୋଜନା କରୁଥିଲେ, ତାହା ମିଥ୍ୟା ଭଳି ପ୍ରତିତ ହେଉଛି ।" ଓସିଏରେ ଯେତେ ଟଙ୍କାର ଦୁର୍ନୀତି ହୋଇଛି, ତାହାର ସବିଶେଷ ତଥ୍ୟ ସମ୍ନାକୁ ଆସିବ ଓ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ସମୀର ଦେ ।

ଖୁବ୍‌ଶୀଘ୍ର ହଟିବେ ବବି, ଆସିବେ ବେବି !:-

ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ଓସିଏ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏବେ ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ସଭାପତି ରହିଛନ୍ତି । ତାଙ୍କ ସ୍ଥାନରେ ବେବି, ଓରଫ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓସିଏ ସଭାପତି ହେବା ନେଇ ଆଲୋଚନା ହେଉଛି । ଲଳିତେନ୍ଦୁ ବିଦ୍ୟାଧର ହେଉଛନ୍ତି ପୂର୍ବତନ ଓସିଏ କ୍ରିକେଟର । ତେଣୁ ଏହି ପଦବୀ ପାଇଁ ବିଜେପି ପାଖରେ ସେ ଏକ ଭଲ ବିକଳ୍ପ । କିନ୍ତୁ 2025 ସେପ୍ଟେମ୍ବରରେ ଓସିଏ ନିର୍ବାଚନ ରହିଛି । ତେଣୁ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟକାଳ ସରିନାହିଁ । ନିର୍ବାଚନ ସମୟ ଆସିଲେ ଏହି ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ।

'ସରକରଙ୍କ ହସ୍ତକ୍ଷେପ ବିନା କ୍ରୀଡାସଙ୍ଘ ଚାଲିବା ଅସମ୍ଭବ':-

ଫୁଟବଲ ସଂଘର ସମ୍ପାଦକ ନିର୍ବାଚିତ ହୋଇଥିବା ଆଶୀର୍ବାଦ ବେହେରାଙ୍କ କହିବା ଅନୁଯାୟୀ, ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଂଘର ସଭାପତି ଥିଲେ । ଯେଉଁ କ୍ଲବ ଦେବାଶିଷଙ୍କ ନାଁ ପଠାଉଥିଲା, ସେହି କ୍ଲବ ଚଳିତବର୍ଷ ଦେବାଶିଷଙ୍କ ନାଁ ପଠାଇନଥିଲା । ଅନ୍ୟପଟେ ଦେବାଶିଷ ବ୍ୟକ୍ତିଗତ କାରଣରୁ ଫାଓରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦେବାଶିଷ ସାମନ୍ତରାୟ ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦବୀରେ କିଏ ବସିବ, ସେନେଇ ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା । ବର୍ତ୍ତମାନ ସମୀର ଦେ ରାଜ୍ୟ ଫୁଟବଲ ସଂଘର ସଭାପତି ହେବା ପରେ ରାଜ୍ୟ ଫୁଟବଲ ସଂଘର ବିକାଶ ହେବା ନେଇ ଆଶା ରହିଛି । ଏହା ସହିତ କ୍ରୀଡା ସଂଘରେ ରାଜନୀତି ରହିବା ଦିଗକୁ ଗ୍ରହଣ କରିଛନ୍ତି ଫାଓ ସମ୍ପାଦକ ଆଶୀର୍ବାଦ ବେହେରା । ସରକରଙ୍କ ସହାୟତା ଓ ହସ୍ତକ୍ଷେପ ବିନା କ୍ରୀଡାସଙ୍ଘ ଚାଲିବା ଅସମ୍ଭବ ବୋଲି କହିଛନ୍ତି ଆଶୀର୍ବାଦ ।

ଏହା ମଧ୍ୟ ପଢ଼ନ୍ତୁ...କ୍ରୀଡା ସଂଗଠନର ନବକଳେବର; ବିଜେଡି କବଜାରୁ ହଟିବ ସ୍ପୋର୍ଟ୍ସ ଆସୋସିଏସନ୍, ଖେଳରୁ ବିଦା ହେବେ କି ରାଜନେତା ? - Odisha Sports Associations

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.