ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସେୟାର କରିଛି ଯାହା ଇଣ୍ଟରନେଟରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନର ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଭାରତୀୟ ଦଳର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ଇଣ୍ଟରଭ୍ୟୁର ଟ୍ରେଲର ସେୟାର କରିଛି ବିସିସିଆଇ । ଏହି ଭିଡିଓରେ ଉଭୟ କ୍ରିକେଟର ଏକାଠି ବସି ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ଉଭୟ ଉଭୟଙ୍କୁ ପସନ୍ଦ କରୁନଥିବା ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୁଏ, ଯାହାର ଝଲକ ଆଇପିଏଲ୍ ସମୟରେ ମଧ୍ୟ ଏକାଧିକ ବାର ଦେଖିବାକୁ ମିଳିଛି । ହେଲେ ଏହି ସାକ୍ଷାତକାର ଫ୍ୟାନ୍ସ ସମସ୍ତ କଳ୍ପନାକୁ ମିଛ ବୋଲି ପ୍ରମାଣିତ କରିଛି ।
When an unstoppable force meets an immovable object—cricket’s greatest paradox, personified! 👌 👌
— BCCI (@BCCI) September 18, 2024
Presenting an iconic interaction between #TeamIndia Head Coach @GautamGambhir & the legendary @imVkohli 👏 👏 - By @RajalArora & @Moulinparikh#INDvBAN | @IDFCFIRSTBank
ବିରାଟ-ଗମ୍ଭୀରଙ୍କ ଇଣ୍ଟରଭ୍ୟୁ ଭିଡିଓ ସେୟାର କଲା BCCI :-
ଚେନ୍ନାଇର ଏମ ଚିଦାମ୍ବରମ୍ (ଚେପକ) ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ବିସିସିଆଇ ଏହାର ଆଧିକାରିକ 'X' ହ୍ୟାଣ୍ଡେଲରେ 1 ମିନିଟ୍ ଓ 40 ସେକେଣ୍ଡର ଏକ ଭିଡିଓ ସେୟାର କରିଛି । ଏଥିରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଏକ ମଜାଦାର ସାକ୍ଷାତକାର ଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହାର ସମ୍ପୂର୍ଣ୍ଣ ଭିଡିଓ ବିସିସିଆଇ ନିଜ ଆଧିକାରିକ ୱେବସାଇଟ୍ରେ ରିଲିଜ୍ କରିଛି ।
ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତାର ଝଲକ ଦେଉଥିବା ଭିଡିଓରେ ବିରାଟ କୋହଲି, ଗମ୍ଭୀରଙ୍କୁ ପଚାରିଥିଲେ ଯେ ଯେତେବେଳେ ଆପଣ ବ୍ୟାଟିଂ କରୁଥିବାବେଳେ ବିପକ୍ଷ ଦଳର ଖେଳାଳିଙ୍କ ସହ କିଛି କଥାବାର୍ତ୍ତା କରୁଥାନ୍ତି, ସେତେବେଳେ ଆପଣ କେବେ ଅନୁଭବ କରିଛନ୍ତି ଯେ ଏହା ଆପଣଙ୍କ ମନୋବଳକୁ ନଷ୍ଟ କରିଦିଏ ଏବଂ ଆପଣ ଆଉଟ ହୋଇଯାଇ ପାରନ୍ତି ? ନା ଏହା ଆପଣଙ୍କୁ ଅଧିକ ଉତ୍ସାହିତ କରେ ? କୋହଲିଙ୍କ ଏଭଳି ପ୍ରଶ୍ନରେ ଗମ୍ଭୀର ମଧ୍ୟ ମଜାଦାର ଉତ୍ତର ଦେଇଥିଲେ । ଯାହାପରେ ଉଭୟ ହସି ହସି ବେଦମ ହେଉଥିବା ଦେଖିବାକୁ ମିଳୁଛି ।
A Very Special Interview 🙌
— BCCI (@BCCI) September 18, 2024
Stay tuned for a deep insight on how great cricketing minds operate. #TeamIndia’s Head Coach @GautamGambhir and @imVkohli come together in a never-seen-before freewheeling chat.
You do not want to miss this! Shortly on https://t.co/Z3MPyeKtDz pic.twitter.com/dQ21iOPoLy
ମୈଦାନରେ ହେଉଥିବା ଝଗଡ଼ାକୁ ନେଇ କ'ଣ କହିଲେ ଉଭୟ ? :-
ମୈଦାନରେ ହେଉଥିବା ବଚସାକୁ ନେଇ ଗମ୍ଭୀର ହସି ହସି କୋହଲିଙ୍କୁ କହିଥିଲେ, "ତୁମେ ମୋଠାରୁ ଅଧିକ ଯୁକ୍ତି କର । ତେଣୁ ମୁଁ ଭାବୁଛି ତୁମେ ଏହି ପ୍ରଶ୍ନର ଉତ୍ତର ମୋ ଅପେକ୍ଷା ଭଲ ଦେଇ ପାରିବ ।" ଏହାକୁ ନେଇ କୋହଲି ତାଙ୍କ ହସକୁ ନିୟନ୍ତ୍ରଣ କରିପାରିନଥିଲେ । ସେ କହିଲେ, "ମୁଁ କେବଳ ଚାହୁଁଛି ଯେ ତୁମେ ହଁ କରିଦିଅ । ମୁଁ ଏହା ଭୁଲ ବୋଲି କହୁନି, ହେଲେ ମୁଁ ଚାହେଁ ଯେ ମୋ ପ୍ରଶ୍ନରେ କେହି ଜଣେ ହଁ କୁହନ୍ତୁ, ଏହା ହେଉଛି ସଠିକ୍ ଉପାୟ ।" ଏହା ପରେ, ରିଲିଜ ହୋଇଥିବା ସର୍ଟ ଭିଡିଓ ଶେଷରେ ବିରାଟ କହୁଛନ୍ତି, "ଆମେ ଏହି ଭିଡିଓ ବହୁତ ମସାଲା ଦେଇଛୁ ।" ଗମ୍ଭୀର ମଧ୍ୟ ଏଥିରେ ରାଜି ହୋଇ ହସିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ :-
- କୋହଲିଙ୍କ ବିରାଟ ଛକାରେ ଭାଙ୍ଗିଲା ଷ୍ଟାଡିୟମ କାନ୍ଥ, ଭିଡିଓ ଭାଇରାଲ - virat kohli broke stadium wall
- ପାକିସ୍ତାନକୁ ହରାଇବା ପରେ ଭାରତ ଉପରେ ବାଂଲାଦେଶର ନଜର; ମଜାଳିଆ ଉତ୍ତର ଦେଲେ ରୋହିତ - Rohit Sharma Press Conferenece
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ