ETV Bharat / sports

କୋହଲି-ରୋହିତଙ୍କ ସ୍ଥାନ ନେଇପାରନ୍ତି ଏହି ୫ ଖେଳାଳି, ଯୁବ ପ୍ରତିଭାଙ୍କୁ ଗୋଲ୍ଡେନ ଚାନ୍ସ ଦେଲା BCCI - INDIAN TEAM FUTURE TALENT

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ-ଦକ୍ଷିଣ ଆଫ୍ରିକା ଟିଟ୍ବେଣ୍ଟି କ୍ରିକେଟ ସିରିଜରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଲା BCCI । ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା ସମ୍ଭାବନା ।

INDIAN TEAM FUTURE TALENT
INDIAN TEAM FUTURE TALENT ((IANS and ANI PHOTO))
author img

By ETV Bharat Odisha Team

Published : Oct 29, 2024, 2:21 PM IST

Updated : Oct 30, 2024, 10:24 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ୍‌ର ବରିଷ୍ଠ ଖେଳାଳି ଯେତେବେଳେ ଅବସର ନେବା କଥା ଆସେ, ସେତେବେଳେ ଦଳ ଭବିଷ୍ୟତକୁ ନେଇ ଚିନ୍ତା ବଢେ । ଦଳକୁ ଲିଡ କରୁଥିବା ଖେଳାଳିଙ୍କ ସ୍ଥାନ କିଏ ପୂରଣ କରିବ ସେନେଇ ଖୋଜା ପଡନ୍ତି ଖେଳାଳି । ନିକଟରେ ଅନ୍ତର୍ତଜାତୀୟ ଟି-ଟ୍ବେଣ୍ଟିରୁ ଅବସର ନେଇଥିବା ବିରାଟ କୋହଲି ଏବଂ ରୋହିତ ଶର୍ମା ଆଗକୁ ଦିନିଆ ଓ ଟେଷ୍ଟକୁ ଅଲବିଦା କହି ପାରନ୍ତି । ସେହିପରି ଅଶ୍ବନୀ ଓ ଜାଡେଜା ମଧ୍ୟ ଏହି ଧାରାରେ ଥିବା ଚର୍ଚ୍ଚା ହେଉଛି ।

ଅବସର ଧାରାରେ ଥିବା ଏପରି କିଛି ଦିଗ୍ଗଜ କ୍ରିକେଟରଙ୍କ ସ୍ଥାନ ପୂରଣ କରିବା ପାଇଁ ବିସିସିଆଇ ନବାଗତ ପ୍ଲେୟାରଙ୍କ ଉପରେ ନଜର ରଖିଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ ଦଳ ନବାଗତଙ୍କୁ ଚୟନ କରିଛି । ସେହି ଖେଳାଳି କିଏ, ଯିଏ କି ଆଗାମୀ ଦିନରେ ଭାରତୀୟ ଦଳରେ ବରିଷ୍ଠ ଖେଳାଳିଙ୍କ ଶୂନ୍ୟ ସ୍ଥାନ ପୂରଣ କରବେ ଆସନ୍ତୁ ନଜର ପକାଇବା ।

୧-ନୀତିଶ କୁମାର ରେଡ୍ଡୀ:

ଚଳିତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଅଲରାଉଣ୍ଡର ଭାବେ ଖେଳୁଥିଲେ ନୀତିଶ କୁମାର । ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ସେ T- 20ରେ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି । ଏବେ ସେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବାକୁ ଯାଉଛନ୍ତି । 21 ବର୍ଷୀୟ ଏହି ଖେଳାଳି ବାଂଲାଦେଶ ବିପକ୍ଷ ମ୍ୟାଚରେ 90 ରନ କରିବା ସହ 3ଟି ଓ୍ବିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାରତୀୟ ଦଳର ବର୍ତ୍ତମାନର ଅଲରାଉଣ୍ଡର ବାରମ୍ଭାର ଆହତ ହେଉଥିବାରୁ ନୀତିଶଙ୍କୁ ଆଗକୁ ଦଳରେ ସ୍ଥାନ ମିଳିପାରେ । ଆଗକୁ ବର୍ଡର ଗାଭାସ୍କର ଟ୍ରଫି ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ 18 ଖେଳାଳୀଙ୍କ ମଧ୍ୟରୁ ନୀତିଶ ଏକ ମାତ୍ର ପେସ ଅଲରାଉଣ୍ଡର ରହିଛନ୍ତି । ଯଦି ଏହି ସିରିଜରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳେ ତେବେ ସେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । ଭାରତୀୟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଏହା ଏକ ଭଲ ମୌକା ନୀତିଶଙ୍କ ପାଇଁ । ବର୍ତ୍ତମାନ ସୁଦ୍ଧା 21ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସାରିଛନ୍ତି । ମୋଟ 708 ରନ କରିଥିବା ବେଳେ 55 ଓ୍ବିକେଟ ନେଇଛନ୍ତି ।

  • ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଅଲରାଉଣ୍ଡର ଥିଲେ ନୀତିଶ କୁମାର
  • ସେ T- 20ରେ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି
  • 21 ବର୍ଷୀୟ ନୀତିଶ ବାଂଲାଦେଶ ବିପକ୍ଷ ମ୍ୟାଚରେ 90 ରନ କରିବା ସହ 3ଟି ଓ୍ବିକେଟ ନେଇଥିଲେ
  • ନୀତିଶ 21ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 708 ରନ ଏବଂ 55 ଓ୍ବିକେଟ ନେଇଛନ୍ତି

ଏହା ମଧ୍ୟ ପଢନ୍ତୁ-ଗମ୍ଭୀରଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ, ଦକ୍ଷିଣ ଆଫ୍ରିକା T20 ସିରିଜରେ ମୁଖ୍ୟ କୋଚ ଦାୟିତ୍ବ

ଏହି ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ

୨-ଅଭିମନ୍ୟୁ ଇଶ୍ବରନ:

ଭାରତୀୟ କ୍ରିକେଟରେ ଏହି ନାମ ଏବେ ଶୁଣିବାକୁ ମିଳୁଛି । ଅଭିମନ୍ୟୁ 2022ରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଏକାଦଶରେ ତାଙ୍କ ନାମ ଆସିନଥିଲା । ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ତାଙ୍କୁ ଚୟନ କରାଯାଇଛି । ବ୍ୟକ୍ତିଗତ କାରଣରୁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଗୋଟିଏ ଖେଳିବେ ନାହିଁ ବୋଲି କୁହାଯାଉଛି । ଅଭିମନ୍ୟୁ କେବଳ ସେହି ମ୍ୟାଚରେ ଓପନିଂ କରିପାରନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ 99ଟି ମ୍ୟାଚରେ 7638 ରନ ସଂଗ୍ରହ କରିଛନ୍ତି । ଶେଷ ଚାରିଟି ମ୍ୟାଚରେ ଶତକ ହାସଲ କରିଥିଲେ । ସେ ଦୁଲୀପ ଟ୍ରଫିରେ ଦୁଇ ଶତକ, ଇରାନୀ କପରେ 191 ରନ ଏବଂ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଶତକ ହାସଲ କରିଥିଲେ ।

  • ଅଭିମନ୍ୟୁ 2022ରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ
  • ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ତାଙ୍କୁ ଚୟନ କରାଯାଇଛି
  • ପ୍ରଥମ ଶ୍ରେଣୀ କ୍ରିକେଟରେ 99 ମ୍ୟାଚରୁ 7638 ରନ
  • ଶେଷ ୪ଟି ମ୍ୟାଚରେ ଶତକ ହାସଲ କରିଥିଲେ
  • ଦୁଲୀପ ଟ୍ରଫିରେ ୨ ଶତକ, ଇରାନୀ କପରେ 191 ରନ
  • ଉତ୍ତର ପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଶତକ ହାସଲ କରିଥିଲେ

୩-ହର୍ଷିଦ ରାଣା:

22 ବର୍ଷୀୟ ହର୍ଷିତ ରାଣା ପଶ୍ଚିମ ଦିଲ୍ଲୀର । ସେଓ୍ବାଗ, ନେହେରା, ଇଶାନ୍ତ, ଗମ୍ଭୀର, କୋହଲିଙ୍କ ଭଳି ଖେଳାଳି ଏହିଠାରୁ ଆସି ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ଏହି ଦ୍ରୁତ ବୋଲର ହର୍ଷିତ ଚଳିତ ବର୍ଷ ଆଇପିଏଲରେ କେକେଆର ଦଳ ତରଫରୁ ଖେଳି ଘାତକ ବୋଲିଂ କରି ଚର୍ଚ୍ଚାକୁ ଆସିଥିଲେ । ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳକୁ ଜିତିବାରେ ସେ ସାହାଯ୍ୟ ମଧ୍ୟ କରିଛନ୍ତି । ସେ ହାରାହାରି 20.15 ରେ 11 ଇନିଂସରେ 19 ୱିକେଟ୍ ନେଇଥିଲେ। ତାଙ୍କର ଚମତ୍କାର ବୋଲିଂ ଦେଖି ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା । ଦିଲ୍ଲୀ ଦଳ ପାଇଁ ଖେଳି 9 ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ 36 ୱିକେଟ୍ ନେଇଥିଲେ । ଗୋଟିଏ ଶତକ ସହ 410 ରନ୍ ସ୍କୋର କରିଛନ୍ତି । ଆଇପିଏଲରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା ଏବଂ ସେ ଶ୍ରୀଲଙ୍କା, ଜିମ୍ବାୱେ ଏବଂ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ମନୋନୀତ ହୋଇଥିଲେ । କିନ୍ତୁ ଏକାଦଶରେ ତାଙ୍କ ନାମ ଆସିନଥିଲା । ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ପାଇଁ ତାଙ୍କୁ ଚୟନ କରାଯାଇଥିଲେ । ଏଥିରେ ଯଦି ଭଲ ପ୍ରଦର୍ଶନ କରନ୍ତୁ ତେବେ ନିଜ ସ୍ଥାନ ଦଳରେ ବଜାୟ ରଖିବେ ।

  • ପଶ୍ଚିମ ଦିଲ୍ଲୀର 22 ବର୍ଷୀୟ ହର୍ଷିତ ରାଣା
  • ଚଳିତବର୍ଷ ଆଇପିଏଲରେ କେକେଆର ଦଳ ତରଫରୁ ଘାତକ ବୋଲିଂ କରି ଚର୍ଚ୍ଚାକୁ ଆସିଥିଲେ
  • ସେ ହାରାହାରି 20.15 ରେ 11 ଇନିଂସରେ 19 ୱିକେଟ ନେଇଥିଲେ
  • ଚମତ୍କାର ବୋଲିଂ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା
  • ଦିଲ୍ଲୀ ଦଳ ପାଇଁ ଖେଳି 9ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ 36 ୱିକେଟ ନେଇଥିଲେ
  • ଗୋଟିଏ ଶତକ ସହ 410 ରନ ସ୍କୋର କରିଛନ୍ତି
  • ଶ୍ରୀଲଙ୍କା, ଜିମ୍ବାୱେ ଏବଂ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ମନୋନୀତ ହୋଇଥିଲେ ହର୍ଷିତ

୪-ରମଣଦୀପ ସିଂ:

ପଞ୍ଜାବର 27 ବର୍ଷୀୟ ଫାଷ୍ଟ ବୋଲିଂ ସହ ଅଲରାଉଣ୍ଡର ରମଣଦୀପ ସିଂ ବଡ଼ ସଟ ଖେଳିବାରେ ମାହିର । ନିକଟରେ ସେ ଏସିଆ କପ୍‌ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ 34 ବଲରେ 64 ରନ ସଂଗ୍ରହ କରିଥିଲେ । ଚଳିତବର୍ଷ ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ଦଳ ପକ୍ଷରୁ ଖେଳି 9 ଇନିଂସରେ 125 ରନ ସ୍କୋର କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ 37 ଟି T-20 ମ୍ୟାଚରେ 170 ଷ୍ଟ୍ରାଇକ ରେଟରେ 544 ରନ ସଂଗ୍ରହ କରିଛନ୍ତି । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ତାଙ୍କର ପ୍ରଦର୍ଶନ ପ୍ରଭାବୀ ରହି ଆସିଛି । ବର୍ତ୍ତମାନ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇଛି । ତାଙ୍କର ପ୍ରଦର୍ଶନ ଭାରତୀୟ ଦଳରେ ଆଗକୁ ଅଧିକ ପ୍ରଭାବୀ ହେବା ନେଇ ଆଶା କରାଯାଉଛି ।

  • ପଞ୍ଜାବର 27 ବର୍ଷୀୟ ଫାଷ୍ଟ ବୋଲର ଏବଂ ଅଲରାଉଣ୍ଡର ରମଣଦୀପ ସିଂ
  • ଏସିଆ କପ୍‌ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ 34 ବଲରେ 64 ରନ
  • ଚଳିତବର୍ଷ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳି 9 ଇନିଂସରେ 125 ରନ ସ୍କୋର କରିଥିଲେ
  • ବର୍ତ୍ତମାନ ପର୍ଯ୍ୟନ୍ତ 37 ଟି T-20 ମ୍ୟାଚରେ 170 ଷ୍ଟ୍ରାଇକ ରେଟରେ 544 ରନ ସଂଗ୍ରହ
  • ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ତାଙ୍କର ପ୍ରଦର୍ଶନ ପ୍ରଭାବୀ ରହି ଆସିଛି
  • ବର୍ତ୍ତମାନ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇଛି

୫-ବିଜୟକୁମାର ବୈଶାଖ:

ଦକ୍ଷିଣ ଆଫ୍ରିକା ବିପକ୍ଷ 4 ଟିକିଆ ମ୍ୟାଚ ବିଶିଷ୍ଟ ଟି 20 ସିରିଜ ପାଇଁ ଭାରତୀୟ ଦଳରେ ବିଜୟକୁମାର ବୈଶାଖ ଚୟନ ହୋଇଛନ୍ତି । ନିଜର ଓଜନ ବଢି ଯିବା ହେତୁ ପୂର୍ବରୁ ସେ ବୋଲିଂ କରିବା ନେଇ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ କିନ୍ତୁ ଫିଟ ଅଛନ୍ତି । କର୍ଣ୍ଣାଟକ ପାଇଁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିବା ସହ ଆଇପିଏଲରେ ଆରସିବି ଦଳରେ ଖେଳି ଘାତକ ବୋଲିଂ କରିଥିଲେ । ସେ 25 ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 99 ୱିକେଟ ନେଇଛନ୍ତି । ଆଇପିଏଲରେ ବେଙ୍ଗାଲୁରୁ ପାଇଁ 11 ଟି ମ୍ୟାଚ ଖେଳି 13 ୱିକେଟ ନେଇଛନ୍ତି ।

  • ଦକ୍ଷିଣ ଆଫ୍ରିକା ବିପକ୍ଷ 4 ଟିକିଆ ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳରେ ବିଜୟକୁମାର ବୈଶାଖ ସାମିଲ
  • କର୍ଣ୍ଣାଟକ ପାଇଁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ସହ ଆଇପିଏଲରେ ଆରସିବି ପାଇଁ ଘାତକ ବୋଲିଂ କରିଥିଲେ
  • 25ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 99 ୱିକେଟ ନେଇଛନ୍ତି
  • ଆଇପିଏଲରେ ବେଙ୍ଗାଲୁରୁ ପାଇଁ 11 ମ୍ୟାଚ ଖେଳି 13 ୱିକେଟ ନେଇଛନ୍ତି

Last Updated : Oct 30, 2024, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.