ETV Bharat / sports

ଏହି ସହରରେ କ୍ରିକେଟ ଉପରେ ଲାଗିଲା ବ୍ୟାନ; ଖେଳିଲେ 10 ହଜାର ଜରିମାନା - Ban on Cricket

author img

By ETV Bharat Sports Team

Published : Sep 7, 2024, 3:04 PM IST

Ban on Cricket: ଯେତେବେଳେ କ୍ରିକେଟକୁ ପ୍ରୋମୋଟ କରିବା ପାଇଁ ଆଇସିସି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, ସେହି ସମୟରେ ଗୋଟିଏ ସହରରେ କ୍ରିକେଟ୍ ଖେଳକୁ ବାରଣ କରାଯାଇଛି । ଯଦି ଆପଣ ଏହି ସହରରେ କ୍ରିକେଟ୍ ଖେଳୁଥିବାର ଦେଖାଯାଆନ୍ତି, ତେବେ ଆପଣଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ଜାଣନ୍ତୁ କେଉଁଠି ହୋଇଛି କିକ୍ରେଟକୁ ବାରଣ ।

Ban on Cricket
Ban on Cricket (ETV Bharat Odisha)

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) କ୍ରିକେଟକୁ ସାରା ବିଶ୍ବରେ ଲୋକପ୍ରିୟ କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି । ଏପରିକି 2028 ମସିହାରେ ଲସ୍ ଆଞ୍ଜେଲସ୍‌ରେ ହେବାକୁ ଥିବା ଅଲିମ୍ପିକ୍ସରେ ମଧ୍ୟ କ୍ରିକେଟକୁ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପଟେ କ୍ରିକେଟ୍ ସମ୍ପର୍କରେ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଚକିତ କରିଛି ।

କ୍ରିକେଟ ଉପରେ ଲାଗିଲା ବ୍ୟାନ:-

ବାସ୍ତବରେ ଉତ୍ତର ଇଟାଲୀର ଏକ ସହର କ୍ରିକେଟ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ଖେଳ ଏବଂ ଏହାକୁ ଖେଳୁଥିବା ବାଂଲାଦେଶୀ ପ୍ରବାସୀମାନେ ସ୍ଥାନୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ବିପଦ ବୋଲି ବିବେଚନା କରି ଏହି ସହରର ମେୟରଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।

କ୍ରିକେଟ ଖେଳିଲେ 10 ହଜାର ଜରିମାନା:

BBC ରିପୋର୍ଟ ଅନୁଯାୟୀ, ମୋନଫାଲକୋନ ସହର ଆନୁଷ୍ଠାନିକ ଭାବେ କ୍ରିକେଟ ଖେଳକୁ ନିଷିଦ୍ଧ କରିଛି ଏବଂ ସହରର ସୀମା ମଧ୍ୟରେ କ୍ରିକେଟ୍ ଖେଳୁଥିବା ଲୋକ ମିଳିଲେ ସେମାନଙ୍କୁ 100 ୟୁରୋ ପାଉଣ୍ଡ (ପ୍ରାୟ 10 ହଜାର ଟଙ୍କା) ଜରିମାନା ଲାଗୁ କରିଛି । ଏହି ପ୍ରତିବନ୍ଧକ ଇଟାଲୀର ଆଡ୍ରିଆଟିକ୍ ଉପକୂଳ ନିକଟରେ ଅବସ୍ଥିତ ମୋନଫାଲକୋନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ ପ୍ରାୟ 30,000 ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ପ୍ରାୟ ଏକ ତୃତୀୟାଂଶ ବାସିନ୍ଦା ବିଦେଶୀ ଅଟନ୍ତି । ଏଥିରେ ମୁଖ୍ୟତଃ ବାଂଲାଦେଶର ପ୍ରବାସୀ ସଂଖ୍ୟାଲଘୁ ସମ୍ପ୍ରଦାୟର, ଯେଉଁମାନେ 1990 ଦଶକର ଶେଷ ଭାଗରେ ଏକ ପ୍ରମୁଖ ଜାହାଜ କାରଖାନାରେ କାମ କରିବାକୁ ଆସି ରହିଯାଇଛନ୍ତି ।

କାହିଁକି ଲାଗିଲା ବ୍ୟାନ ?

ମୋନଫାଲକୋନ ମେୟର ଆନ୍ନା ମାରିଆ ସିସିଣ୍ଟ କହିଛନ୍ତି ଯେ, ତାଙ୍କୁ ତାଙ୍କର ସହର ଏବଂ ଏକ ନିଦ୍ଧିଷ୍ଟ ସମ୍ପ୍ରଦାୟର ମୂଲ୍ୟବୋଧକୁ ରକ୍ଷା କରିବା ଆବଶ୍ୟକ ଅଛି । ସେ ବିବିସିକୁ କହିଛନ୍ତି, "ଆମର ଇତିହାସ ଲିଭାଯାଉଛି । ଏମିତି ଜଣାପଡୁଛି ଯେମିତି ଏହାର କୌଣସି ଅର୍ଥ ହିଁ ନାହିଁ ।"

'କ୍ରିକେଟ ଖେଳିଲେ ଅଛି ଆହତ ସମ୍ଭାବନା' :-

ମେୟର ସିସିଣ୍ଟ କହିଛନ୍ତି ଯେ ବାଂଲାଦେଶୀ ସମ୍ପ୍ରଦାୟ ଆମ ସହର ପାଇଁ କୌଣସି ଯୋଗଦାନ ଦେଇନାହାଁନ୍ତି, ତେଣୁ ସେମାନେ ଅନ୍ୟତ୍ର ଖେଳିବା ଉଚିତ୍ । ସେ ଯୁକ୍ତି ବାଢ଼ିଛନ୍ତି ଯେ କ୍ରିକେଟ୍ ପିଚ୍ ନିର୍ମାଣ ପାଇଁ ଜାଗା କିମ୍ବା ଟଙ୍କା ନାହିଁ ଏବଂ କ୍ରିକେଟ୍ ବଲ୍ ବାଜି କେହି ଆହତ ବି ପାଇପାରନ୍ତି । ସିସିଣ୍ଟ ବିବିସିକୁ କହିଛନ୍ତି, "ସେମାନେ (ବାଂଲାଦେଶର ଲୋକମାନେ) ଏହି ସହରକୁ, ଆମ ସମ୍ପ୍ରଦାୟକୁ କିଛି ଦେଇ ନାହାନ୍ତି । ସେମାନେ ମୋନଫାଲକୋନ ବାହାରେ ଯେକୌଣସି ସ୍ଥାନରେ କ୍ରିକେଟ୍ ଖେଳିବାକୁ ସ୍ବାଧୀନ ।"

ମିଳୁଛି ହତ୍ୟା ଧମକ:-

ଉଲ୍ଲେଖଯୋଗ୍ୟ, ଆନ୍ନା ମାରିଆ ସିସିଣ୍ଟଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧୀ ବୋଲି ବିବେଚନା କରାଯାଏ । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଉପରେ ତାଙ୍କର ଏପରି ଆଭିମୁଖ୍ୟ କାରଣରୁ ମେୟରଙ୍କୁ ଅନେକ ଥର ମୃତ୍ୟୁ ଧମକ ମଧ୍ୟ ମିଳିଛି ଏବଂ ତାଙ୍କୁ 24 ଘଣ୍ଟା ପୋଲିସର ସୁରକ୍ଷା ଅଧୀନରେ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ ? ଗୃହମନ୍ତ୍ରୀ ଅମିତ ଶାହ ରଖିଲେ ଏମିତି ସର୍ତ୍ତ - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.