କଟକ: ଫୁଟବଲ ବିକାଶ ପାଇଁ କରାଯାଇଛି ପ୍ରୟାସ । ଫାଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅନୁମତି କ୍ରମେ ଏହି ସଂଘ ପୁଣି ଆରମ୍ଭ ହୋଇଛି । ରାଜ୍ୟରେ ଫୁଟବଲ ପ୍ରତିଭା ମାନଙ୍କୁ ଚିହ୍ନଟ କରିପାରିବା ପାଇଁ କରାଯାଉଛି ପ୍ରୟାସ । ସେମାନଙ୍କୁ ଉପଯୁକ୍ତ ତଲିମ ପ୍ରଦାନ କରି ତାଙ୍କୁ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳାଇ ରାଜ୍ୟର ବିକାଶ ସ୍ବପ୍ନ ଦେଖୁଛି ସଂଘ ।
ତୃଣମୂଳ ସ୍ତରରୁ ଭଲ ଖେଳାଳି ଚୟନ କରିବା ପାଇଁ ଓଡିଶା ଭେଟେରାନ ଫୁଟବଲ ଖେଳାଳି ସଂଘ ଅଣ୍ଟା ଭିଡ଼ିଛି । ଦୀର୍ଘ ବର୍ଷ ଧରି ଏହି ସଂଘ ସକ୍ରିୟ ନଥିଲା ବେଳେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅନୁମତି କ୍ରମେ ଏହି ସଂଘ ପୁଣି ଆରମ୍ଭ ହୋଇଛି । ଗତକାଲି ବସିଥିବା ବାର୍ଷିକ ସାଧାରଣ ପରିଷଦ ବୈଠକରେ କମିଟି ଗଠନ ହେଇଥିଲା ବେଳେ ଆଗମୀ ଦିନରେ ଫୁଟବଲର ବିକାଶ ପାଇଁ ଅନେକ ଯୋଜନା ମାନ ଗ୍ରହଣ କରିଛି ଓଡିଶା ଭେଟେରାନ ଫୁଟବଲ ଖେଳାଳି ସଂଘ । ବିଶେଷକରି ଫୁଟବଲ ସଙ୍ଘ ପକ୍ଷରୁ ଗ୍ରାସରୁଟରୁ ଖେଳାଳି ଚୟନକୁ ବେଶୀ ଫୋକସ ରଖାଯାଇଛି । ଏହାସହ ଜିଲ୍ଲା ସ୍ଥରରେ ଭଲ ଏକାଡେମୀ ଖୋଲିବା ନେଇ ମଧ୍ୟ ଏହି ବୈଠକରେ ସ୍ଥିର ହୋଇଛି ।
ଏହା ମଧ୍ୟ ପଡ଼ନ୍ତୁ... ୩ୟ ଥର ଏସିସି ସଭାପତି ହେଲେ ଜୟ ଶାହ, ଲଢ଼ିବେ ଆଇସିସି ଅଧ୍ୟକ୍ଷ ନିର୍ବାଚନ !
ଭେଟେରାନ ସଂଘ ହୋଇଥିବାରୁ ବାହାର କୋଚ୍ର ଆବଶ୍ୟକତା କମ ରହିବା ଦ୍ୱାରା ଓଡ଼ିଆ ଖେଳାଳି ମାନେ ଆହୁରି ଭଲ କରି ପାରିବେ ବୋଲି ଆଶା ରଖିଛି ସଂଘ । ତେବେ ସ୍କୁଲ,କଲେଜ ସ୍ତରରେ ଫୁଟବଲ ପ୍ରତିଯୋଗିତା କରାଇ ସେଠାରୁ ଭଲ ଖେଳାଳି ବାଛିବା ପାଇଁ ନିଷ୍ପତ୍ତି କରାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ରାଜ୍ୟ ପାଇଁ ଗୌରବ ଆଣିବା ଲକ୍ଷରେ ରହିଛି ଭେଟେରାନ ଫୁଟବଲ ଖେଳାଳି ସଂଘ । ଯଦି ଫାଓ କଥା କହିବା ତେବେ ସଙ୍ଘ ପକ୍ଷରୁ ମୋଟ 20ଟି ସେଣ୍ଟର ଖୋଲାଯାଇଛି । ଯେଉଁଟି ଉଭୟ 6ରୁ 12 ବର୍ଷର ପୁରୁଷ ଓ ମହିଳା ଖେଳାଳି ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି । ପ୍ରତିଟି ସେଣ୍ଟରରେ 30 ଜଣ ଖେଳାଳିଙ୍କୁ ମିଳୁଛି ପ୍ରଶିକ୍ଷଣ । ଉଭୟ ସର୍ବ ଭାରତୀୟ ଫୁଟବଲ ସଂଘ ଓ ରାଜ୍ୟ ଫୁଟବଲ ସଂଘର ମିଳିତ ଉଦ୍ୟମରେ ଏହି ପ୍ରୟାସ ରାଜ୍ୟରେ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ 6 ବର୍ଷରୁ 12 ବର୍ଷର ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତା ମାନ ଆୟୋଜନ କରାଯାଉଛି । ଫଳରେ ରାଜ୍ୟ ଫୁଟବଲ ସଂଘ ବା ଫାଓ ଫୁଟବଲ ପ୍ରତିଭା ମାନଙ୍କୁ ଚିହ୍ନଟ କରିପାରିବ ।
ଇଟିଭି ଭାରତ, କଟକ