ETV Bharat / sports

ମୁଖ୍ୟମନ୍ତ୍ରୀଙ୍କୁ ଜର୍ସି ଭେଟି ଦେଲେ ଅମିତ; ମୋହନ କହିଲେ ଲସ ଆଞ୍ଜେଲ୍ସରୁ ଆସିବ ଗୋଲ୍ଡ - Amit Rohidas Meets CM Mohan Majhi

author img

By ETV Bharat Sports Team

Published : Aug 16, 2024, 7:19 PM IST

Amit Rohidas Meets CM Mohan Majhi : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭାରତୀୟ ହକି ଦଳର ଜର୍ସି ଉପହାର ଦେଲେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । 2028 ଲସ ଆଞ୍ଜେଲ୍ସରୁ ଗୋଲ୍ଡ ଆଣିବ ଭାରତୀୟ ହକି ଦଳ କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Amit Rohidas Meets CM Mohan Majhi
Amit Rohidas Meets CM Mohan Majhi (ETV Bharat Odisha)

ଭୁବନେଶ୍ବର : ପ୍ୟାରିସ ଅଲିମ୍ପିକ୍ସ 2024ରୁ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ଫେରିଛନ୍ତି ଭାରତୀୟ ହକି ଦଳର ଟପ୍‌ ଡିଫେଣ୍ଡର ଅମିତ ରୋହିଦାସ । ପ୍ୟାରିସ ଅଲିମ୍ପିକ୍ସରେ ନିଜ ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । ଆଜି (ଶୁକ୍ରାବାର) ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ସେ ସିଧାସଳଖ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ତେବେ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ହକି ଜର୍ସି ଉପହାର ଦେଇଥିଲେ ଅମିତ । ଯେଉଁ ଜର୍ସିରେ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କର ଦସ୍ତଖତ ରହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ: ଭୁବନେଶ୍ବର ବିମାନବନ୍ଦରରୁ ସିଧା ସଳଖ ଲୋକସେବା ଭବନରେ ପହଞ୍ଚିଥିଲେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଅମିତ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି ଏବଂ ସେ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଲଗାତାର 2ଟି ଅଲିମ୍ପିକ୍ସରେ 2ଟି ପଦକ ଜିତିଛନ୍ତି । ଓଡ଼ିଆ ଅସ୍ମିତାକୁ ସେ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କୁ ହକି ଜର୍ସି ଭେଟିଦେଲେ ଅମିତ :-

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଏକ ଭାରତୀୟ ହକି ଦଳର ଏକ ଜର୍ସି ଉପହାର ଦେଇଛନ୍ତି ଅମିତ ରୋହିଦାସ । ଏହି ଜର୍ସି ପାଇ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, "ଏହି ଜର୍ସି ସାଧାରଣ ନୁହେଁ । ଏହି ଜର୍ସି ପିନ୍ଧି ଭାରତୀୟ ହକି ଦଳ ଦେଶ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏହି ଜର୍ସିରେ ସମସ୍ତ ଖେଳାଳିଙ୍କର ଦସ୍ତଖତ ରହିଛି । ତେଣୁ ଏହି ଜର୍ସି ଆମ ଭଳି ସମସ୍ତ ହକିପ୍ରେମୀଙ୍କୁ ପ୍ରେରଣା ଯୋଗାଇବ ।"

ଲସ ଆଞ୍ଜେଲ୍ସରୁ ଗୋଲ୍ଡ ଆଣିବ ଭାରତୀୟ ହକି ଦଳ :-
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଆଗାମୀ 2028ରେ ଲସ ଆଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଗୋଲ୍ଡ ମେଡାଲ ଜିତିବ । ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କ ତରଫରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଉଛି । 2036 ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ରହିଛି ଓଡ଼ିଶା । ଏଥିପାଇଁ ଯାହା ବି ଆବଶ୍ୟକ ପଡ଼ିବ ଓଡ଼ିଶା ସରକାର ତାହା ପୂରଣ କରିବେ । ଲସ ଆଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଗୋଲ୍ଡ ମେଡାଲ କିପରି ଆଣିବ, ସେଥିପାଇଁ ଯାହା ପ୍ରସ୍ତୁତି ଆବଶ୍ୟକ ସବୁ ଆମେ ଯୋଗାଇବୁ । ସାଢ଼େ 4 କୋଟି ଓଡ଼ିଶାବାସୀଙ୍କର ଶୁଭକାମନା ଏବଂ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ହକି ଦଳ ସହ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ପଚାରିଲେ ବାହାଘର କଥା, ଲାଜେଇଗଲେ ଅମିତ - CM Mohan Majhi Meets Amit Rohidas

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.