ETV Bharat / sports

ଶେଷରେ ପ୍ରତିଜ୍ଞା ଭାଙ୍ଗିଲେ ରଶିଦ ଖାନ; ହାତକୁ ଦି'ହାତ ହେଲେ କ୍ରିକେଟର - Rashid Khan Wedding

Rashid Khan Marriage : ଆଫଗାନିସ୍ତାନ ବିଶ୍ବକପ୍‌ ନଜିତିଲେ ବିବାହ କରିବେନି ବୋଲି ପ୍ରତିଜ୍ଞା କରିଥିଲେ । ଶେଷରେ ସବୁ ପ୍ରତିଜ୍ଞା ଭାଙ୍ଗି ବିବାହ କଲେ ଆଫଗାନିସ୍ତାନର ଷ୍ଟାର ସ୍ପିନର । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 3 hours ago

Rashid Khan Marriage Photo
Rashid Khan Marriage Photo (X)

କାବୁଲ (ଆଫଗାନିସ୍ତାନ) : 3 ଅକ୍ଟୋବରରେ ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ କାବୁଲରେ ଏକ ଭବ୍ୟ ସମାରୋହରେ ବିବାହ କରିଛନ୍ତି । ଏହି ବିବାହରେ ଆଫଗାନିସ୍ତାନର ବହୁ କ୍ରିକେଟର ଯୋଗ ଦେଇଥିଲେ । ଏହି ବିବାହ ସମୟର ଫଟୋକୁ ଆଫଗାନୀ ଭେଟେରାନ ଅଲରାଉଣ୍ଡର ମହମ୍ମଦ ନବୀଙ୍କ ସମେତ ଏକାଧିକ କ୍ରିକେଟର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ରଶିଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭବ୍ୟ ଆୟୋଜନରେ କଲେ ବିବାହ :-

ଖବର ଅନୁଯାୟୀ ରଶିଦଙ୍କ ସହ ଗୋଟିଏ ଦିନରେ ତାଙ୍କର ଅନ୍ୟ 3 ଭାଇ ମଧ୍ୟ ବିବାହ କରିଛନ୍ତି । ହୋଟେଲ ବାହାର ବାଜା ଓ ବାଣରେ କମ୍ପୁଥିବା ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି । 4 ଭାଇଙ୍କ ବିବାହରେ ଆଫଗାନିସ୍ତାନ କ୍ରିକେଟ ଦଳ ପାଇଁ ଖେଳୁଥିବା ତାଙ୍କର ସମସ୍ତ ସାଥୀ କ୍ରିକେଟର ଯୋଗ ଦେଇଥିଲେ । ଏହି ବିବାହରେ ରଶିଦଙ୍କ ସହିତ ଭେଟେରାନ ଅଳରାଉଣ୍ଡର ମହମ୍ମଦ ନବୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଦଳର ଷ୍ଟାର ଖେଳାଳି ଆଜମତୁଲ୍ଲା ଓମାରଜାଇ, ନଜିବୁଲ୍ଲା ଜାଦ୍ରାନ, ରେହମତ ଶାହ ଏବଂ ମୁଜିବ୍‌-ଉର-ରେହମାନଙ୍କ ସମେତ ଅନେକ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା । ଏହି ବିବାହ ଉତ୍ସବରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ନାସିବ ଖାନ ମଧ୍ୟ ଯୋଗ ଦେଇଥିଲେ ।

ବିବାହ କରି ପ୍ରତିଜ୍ଞା ଭାଙ୍ଗିଲେ ରଶିଦ :-

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରଶିଦ ଖାନ ଜଣେ ସମ୍ପର୍କୀୟଙ୍କୁ ବିବାହ କରିଛନ୍ତି । ତେବେ ସେ ବିବାହ କରି ଏକ ବଡ଼ ପ୍ରତିଜ୍ଞା ମଧ୍ୟ ଭାଙ୍ଗିଛନ୍ତି । କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ରଶିଦ କହିଥିଲେ ଯେ, ଆଫଗାନିସ୍ତାନ ଦଳ ବିଶ୍ବକପ୍‌ ଜିତିବା ପରେ ସେ ବିବାହ କରିବେ । ସେ ସମୟରେ ରଶିଦଙ୍କ ଏହି ସାକ୍ଷାତକାରର ଭିଡିଓ କ୍ଲିପ ବହୁତ ଭାଇରାଲ ହୋଇଥିଲା । ହେଲେ ରଶିଦ ଏହି ପ୍ରତିଜ୍ଞା ଭାଙ୍ଗି ଏବେ ବିବାହ କରିଛନ୍ତି । ଉଲ୍ଲେଖଯୋଗ୍ୟ, 2024ରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଟି20 ବିଶ୍ବକପ୍‌ ସେମିଫାଇନାଲ ପ୍ରବେଶ କରିଥିଲା ।

ରଶିଦଙ୍କ କ୍ୟାରିୟର :-

ବିଶେଷକରି ସୀମିତ ଓଭର କ୍ରିକେଟରେ ରସିଦଙ୍କୁ ବିଶ୍ବର ଜଣେ ପ୍ରମୁଖ ସ୍ପିନର ଭାବେ ବିବେଚନା କରାଯାଏ । ଏହା ସହିତ ସେ ଟି20ରେ ନିମ୍ନ କ୍ରମରେ ବ୍ୟାଟିଂ କରି ବଡ଼ ବଡ଼ ବିସ୍ଫୋରକ ଇନିଂସ ଖେଳିବା ପାଇଁ ଜଣାଶୁଣା । ତାଙ୍କର ସମ୍ପ୍ରତି ପ୍ରଦର୍ଶନ କ୍ରିକେଟ୍ ଜଗତରେ ନିଜର ସ୍ଥିତିକୁ ଆହୁରି ଦୃଢ଼ କରିଛି । ଦକ୍ଷିଣ ଆଫ୍ରିକା ଉପରେ ଆଫଗାନିସ୍ତାନର ସିରିଜ୍ ବିଜୟରେ ରଶିଦ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ 93 ଟି20 ମ୍ୟାଚ୍‌ରେ 152 ୱିକେଟ୍ ଏବଂ 105ଟି ଦିନିକିଆ ମ୍ୟାଚ ଖେଳି 190 ୱିକେଟ୍ ହାସଲ କରିଛନ୍ତି ।

ରଶିଦ ଖାନ ଆଫଗାନିସ୍ତାନ କ୍ରିକେଟ ଦଳର ନେତୃତ୍ବ ମଧ୍ୟ ନେଇଛନ୍ତି ଏବଂ ଦଳକୁ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହାର ସଫଳ ଅଭିଯାନରେ ଆଗେଇ ନେଇଛନ୍ତି । ଟି20 ବିଶ୍ବକପ୍‌ ଭଳି ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଥିଲା । 26 ବର୍ଷୀୟ ରଶିଦ ଲିଗ୍ କ୍ରିକେଟ୍‌ରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ପାଇଁ ଜଣାଶୁଣା । ସେ ବିଶ୍ୱର ବିଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ଗୁଜରାଟ ଟାଇଟାନ୍ସର ଅଂଶ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.