ETV Bharat / sports

T20 ବିଶ୍ୱକପ: ପ୍ରଥମ ଥର ସେମିରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ, ଅଷ୍ଟ୍ରେଲିଆର ଖେଳ ଖତମ୍‌ - AFGHANISTAN DEFEATS BANGLADESH - AFGHANISTAN DEFEATS BANGLADESH

AFG vs BAN: ବିଶ୍ବକପରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ । ବାଂଲାଦେଶକୁ 8 ରନରେ ପରାସ୍ତ କରି ସେମିଫାଇନାଲରେ ଆଫଗାନିସ୍ତାନ । ଅଧିକ ପଢନ୍ତୁ

AFG vs BAN
AFG vs BAN (ICC)
author img

By ETV Bharat Odisha Team

Published : Jun 25, 2024, 11:15 AM IST

Updated : Jun 25, 2024, 11:40 AM IST

କିଙ୍ଗଷ୍ଟନ: ଶେଷ ସୁଯୋଗର ଉପଯୋଗ କଲା ଆଫଗାନିସ୍ତାନ । ଟି-20 ବିଶ୍ବକପରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ଆଫଗାନିସ୍ତାନ ମାରିଲା ଏଣ୍ଟ୍ରି । ବାଂଲାଦେଶକୁ 8 ରନରେ ପରାସ୍ତ କରି ଗ୍ରୁପ-1ର ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ରସିଦ ବାହିନୀ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍ଏସ ମେଥଡରେ ଜିତିଲା ଦଳ । ଆଫଗାନିସ୍ତାନର ବିଜୟ ପରେ ବିଶ୍ବକପରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ । ରସିଦ ଖାନ ଓ ନବୀନ ଉଲ ହକଙ୍କ ଘାତକ ବୋଲିଂ ଯୋଗୁଁ ଦଳ ପ୍ରଥମ ଥର ପାଇଁ ଦଳ ଏହି ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି । 4 ଓ୍ବିକେଟ ନେଇ ନବୀନ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଆସନ୍ତା 27 ତାରିଖରେ ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନ ।

ବିଶ୍ବକପରେ ଅଷ୍ଟ୍ରେଲିଆ ଖେଳ ଖତମ: ଗତକାଲି ଭାରତ ଠାରୁ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲେ ମଧ୍ୟ ସେମିକୁ ଯିବାକୁ ପାଇଁ ସୁଯୋଗ ମଧ୍ୟ ରହିଥିଲା । ଆଜିର ମ୍ୟାଚରେ ଯଦି ବାଂଲାଦେଶ ପରାଜିତ ହୋଇଥାନ୍ତା ତେବେ କଙ୍ଗାରୁ ଦଳ ସେମିରେ ପ୍ରବେଶ କରିବାର ସାମାନ୍ୟ ସୁଯୋଗ ଥିବା କୁହାଯାଉଥିଲା । କିନ୍ତୁ ଆଫଗାନର ବିଜୟ ପରେ ସେ ଟିକକ ଆଶା କ୍ଷୀଣ ହୋଇଛି । ଟି 20 ବିଶ୍ବକପ ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି କଙ୍ଗାରୁ ଦଳ ।

ପ୍ରଥମ ଥର ସେମିରେ ଆଫଗାନର ଏଣ୍ଟ୍ରି: 2010ରୁ ଟି-20 ବିଶ୍ବକପ ଖେଳୁଛି ଆଫଗାନିସ୍ତାନ । କିନ୍ତୁ କୌଣସି ଟୁର୍ଣ୍ଣାମେଣ୍ଟରେ ଦଳ ସେମିକୁ ପ୍ରବେଶ କରିପାରିନଥିଲା । ଚଳିତ ବର୍ଷ କିନ୍ତୁ ଦମଦାର ପ୍ରଦର୍ଶନ କରି ପ୍ରଥମ ଥର ସେମିରେ ପହଞ୍ଚିଛି । ସୁପର 8ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଦଳ । ଯାହା ସବୁଠାରୁ ବିଶ୍ବକପରେ ବଡ ବିପର୍ଯ୍ୟୟ ଥିଲା । ଏହାପରେ ଦଳର ସେମି ଆଶା ଉଜ୍ଜୀବିତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇ ସୁପର 8 ମୁକାବିଲାରେ ଆଫଗାନର ବିଜୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ରୋହିତଙ୍କ ନାମରେ ଏକାଧିକ ରେକର୍ଡ, T20ରେ ସର୍ବାଧିକ ଛକା - T20 World Cup 2024

ଡିଏଲ୍ଏସ ମେଥଡରେ ଜିତିଲା ଆଫଗାନ: ଆରୋନ୍ସ ବାଲେ ଷ୍ଟାଡିୟମରେ ଆଜି ସକାଳ 6ଟା ସମୟରେ ଆଫଗାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନ । 20 ଓଭରରେ 5 ଓ୍ବିକେଟ ହରାଇ 115 ରନ କରିଥିଲା । ଗୁଗୁବାଜ 55ବଲରେ ସର୍ବାଧିକ 43 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର 20 ରନ କରିବାକୁ ମଧ୍ୟ ସମର୍ଥ ହୋଇଥିଲେ । ଦଳକୁ ବିଜୟୀ କରିବାରେ ବୋଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା । 116 ବିଜୟ ରନର ଲକ୍ଷ୍ୟ ନେଇ ବାଂଲାଦେଶ ପଡିଆକୁ ଓହ୍ଲାଇଥିଲା । ବର୍ଷା କାରଣରୁ 19 ଓଭର ମ୍ୟାଚ ହୋଇଥିଲା । 17.5 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 105 କରିବାକୁ ସମର୍ଥ ହୋଇଥିଲା । ଶେଷରେ ଡିଏଲଏସ ମେଥଡରେ ବିଜୟୀ ହୋଇଥିଲା ଆଫଗାନିସ୍ତାନ ।

ବିପର୍ଯ୍ୟୟ ଘଟାଇଲେ ଆଫଗାନ ବୋଲର: ଆଜିର ମ୍ୟାଚରେ ଆଫଗାନିସ୍ତାନର ସ୍ପିନ ବୋଲିଂ ଆତଙ୍କ ଖେଳାଇଥିଲା । ଘାତକ ବୋଲିଂରେ ଚାଲିପାରିନଥିଲା ବାଂଲାଦେଶ ବ୍ୟାଟରଙ୍କ ବ୍ୟାଟ । ଫଳରେ ଲିଟନ ଦାସଙ୍କୁ ଛାଡି ଦେଲେ କେହିବି ବ୍ୟାଟର 15 ରନ କରିବାକୁ ସକ୍ଷମ ହୋଇନଥିଲେ । ଲିଟନ 54 ରନ କରି ଅପରାଜିତ ରହିଥିଲେ । ରସିଦ ଖାନ 4, ନବୀନ 4 ଓ ନବି ଗୋଟିଏ ଓ୍ବିକେଟ ନେଇଥିଲେ ।

Last Updated : Jun 25, 2024, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.