ETV Bharat / sports

ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ: କାହାର ପଲ୍ଲା ରହିବ ଭାରି ? ବ୍ୟାଟିଂ ଉପରେ ଭାରତର ଫୋକସ୍‌ - India vs Sri Lanka

author img

By ETV Bharat Sports Team

Published : Aug 4, 2024, 12:23 PM IST

India vs Sri Lanka 2nd ODI: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ । ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । କାହାର ପଲ୍ଲା ରହିବ ଭାରି ? ପଢନ୍ତୁ ପୁରା ଖବର

India vs Sri Lanka
India vs Sri Lanka (IANS PHOTOS)

ହାଇଦ୍ରାବାଦ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ । ପ୍ରଥମ ମ୍ୟାଚ ଟାଇ ରହିବା ପରେ ଦ୍ବିତୀୟ ମ୍ୟାଚ ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି । ଆଜିର ମ୍ୟାଚରେ କାହାର ପଲ୍ଲା ରହିବ ଭାରି ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଦ୍ବିତୀୟ ଦିନିକିଆରେ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭ୍ରମଣକାରୀ ‘ଟିମ୍‌ ଇଣ୍ଡିଆ’ । ଅନ୍ୟପଟେ ଶକ୍ତିଶାଳୀ ‘ମେନ ଇନ ବ୍ଲୁ’କୁ ମାତ୍‌ ଦେବାକୁ ଶ୍ରୀଲଙ୍କା ଟିମ୍‌ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି । ଦୁଇ ଦଳ ମଧ୍ୟରେ ଆଜି ଏକ କଡା ମୁକାବିଲା ହେବା ନେଇ ଆଶା କରାଯାଉଛି । ଅପରାହ୍ନ 2ଟା 30ରେ ମ୍ୟାଚ କେଳାଯିବ ।

  • ବ୍ୟାଟିଂ ଉପରେ ଅଧିକ ଦୃଷ୍ଟି ହେବ ଟିମ୍‌ ଇଣ୍ଡିଆ:

ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ବୋଲରଙ୍କ ବଲକୁ ସାମ୍ନା କରି ନପାରି ବିଜୟ ରନ ଲକ୍ଷ୍ୟ ହାସଲ ପୂର୍ବରୁ ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟର ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ବିଜୟ ଦ୍ବାରରେ ପହଞ୍ଚି ମଧ୍ୟ ଗୋଟିଏ ରନ ପଛରେ ରହିଯାଇଥିଲା ଭାରତ । ଦୁଇ ଦଳର ସ୍କୋର ସମାନ ରହିବାରୁ ମ୍ୟାଚ ଟାଇ ରହିଥିଲା । ରୋହିତ ଶର୍ମାଙ୍କୁ ଛାଡି ଦେଲେ କୌଣସି ବ୍ୟାଟର ଅର୍ଦ୍ଧଶତକ କରିବାରେ ସଫଳ ହୋଇନଥିଲେ ।

ଅକ୍ସର ପଟେଲ ଓ କେ.ଏଲ ରାହୁଲ ଯଥାକ୍ରମେ 33 ଓ 31 ରନ କରିଥିଲେ । ଅନ୍ୟ ସମସ୍ତ ବ୍ୟାଟର ଶ୍ରୀଲଙ୍କା ସ୍ପିନରଙ୍କ ଜାଲରେ ଫସିଥିଲେ । ଗିଲ 16, କୋହଲି 24, ଓ୍ବାଶିଂଟନ ସୁନ୍ଦର 5, ଆୟର 23, ଦୁବେ 25 ରନ କରି ଆଉଟ ହୋଇଥିଲେ । 47 ଓଭର ଶେଷ ସୁଦ୍ଧା 130ରନରେ ଅଲ ଆଉଟ ହୋଇଥିଲା ଭାରତ । ଯଦି ଜଣିଏବି ବ୍ୟାଟରେ ପଡିଆରେ ଅଧିକ ସମୟ ତିଷ୍ଟି ପାରିଥାନ୍ତେ ତେବେ ଦଳ ବିଜୟୀ ହୋଇଥାନ୍ତି । ତେଣୁ ପୂର୍ବ ଭୁଲକୁ ସୁଧାରି ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିଭାଗ ଉପରେ ପୁରା ଧ୍ୟାନ ଦେବ ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ମ୍ୟାଚ୍‌ ଡ୍ର ପରେ ବି କାହିଁକି ହେଲାନି ସୁପର ଓଭର ? ଜାଣନ୍ତୁ କଣ ରହିଛି ICC ନିୟମ - IND vs SL 1st ODI TIED

  • ଏହି ବ୍ୟାଟରଙ୍କ ଉପରେ ସମସ୍ତଙ୍କ ନଜର

ଆଜି ଦଳର ଏକାଦଶରେ ପରିବର୍ତ୍ତନ ହୋଇନପାରେ । ରୋହିତ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବାରୁ ଆଜି ମଧ୍ୟ ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ ରହିଛି । ସେହିପରି କୋହଲି, ଗିଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର । କୋହଲି ପ୍ରଥମ ମ୍ୟାଚରେ 24 ରନ କରିଥିବା ବେଳେ ଆଜି ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଆସିବା ନେଇ ଫ୍ୟାନ୍ସ ଆଶାବାଦୀ । ପ୍ରଥମ ମ୍ୟାଚରେ ବୋଲିଂରେ ଅକ୍ସର ପଟେଲ, ଅର୍ଶଦ୍ବୀପ 2ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଶିବମ ଦୁବେ ଗୋଟିଏ ଓ୍ବିକେଟ ନେଇଥିଲେ ।

  • 27 ବର୍ଷ ପୂର୍ବରୁ ଶ୍ରୀଲଙ୍କା ଜିତିଥିଲା ସିରିଜ:

ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ କାଣ୍ଟେକି ଟକ୍କର ଦେଖିବାକୁ ମିଳିଥିଲା । କଙ୍ଗାରୁ ଦଳର ବୋଲର ଭାରତୀୟ ବ୍ୟାଟରଙ୍କୁ ଅଧିକ ସମୟ ପଡିଆରେ ତିଷ୍ଟିବାକୁ ଦେଇନଥିଲେ । ତଥାପି ଦଳ ବିଜୟୀ ହୋଇପାରି ନଥିଲା । ଭାରତ ବିପକ୍ଷରେ ଶ୍ରୀଲଙ୍କାର ଶେଷ ଦିନିକିଆ ସିରିଜ୍‌ ବିଜୟ ପ୍ରାୟ 27 ବର୍ଷ ପୂର୍ବେ 1997 ମସିହାରେ ହୋଇଥିଲା । ସେବେଠାରୁ ଶ୍ରୀଲଙ୍କା ଦଳ ଗୋଟିଏ ମଧ୍ୟ ଦିନିକିଆ ସିରିଜରେ ଭାରତକୁ ପରାସ୍ତ କରିପାରି ନାହିଁ । 1997ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଇଥିଲା । ଏହି ସିରିଜରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରିଥିଲା । ସେହି ସିରିଜ୍‌ ପରେ ଏବେ ପର୍ଯ୍ୟନ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋଟ 10ଟି ODI ସିରିଜ୍ ଖେଳାଯାଇଛି, କିନ୍ତୁ ଶ୍ରୀଲଙ୍କା ଦଳ ଗୋଟିଏ ବି ସିରିଜ୍ ଜିତିବାରେ ସଫଳ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.