ETV Bharat / press-releases

ମାଟ୍ରିକ ପ୍ରଶ୍ନପତ୍ର ଲିକ ଘଟଣା, ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଏବିଭିପିର ଗର୍ଜନ - ମାଟ୍ରିକ ପ୍ରଶ୍ନପତ୍ର ଲିକ

ABVP Protest: ମାଟ୍ରିକ ପ୍ରଶ୍ନପତ୍ର ଲିକକୁ ନେଇ ତେଜୁଛି ବିବାଦ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନକୁ ଘେରିଲା ଏବିଭିପି । ମନ୍ତ୍ରୀଙ୍କ ଇସ୍ତଫା ଦାବି । ଅଧିକ ପଢନ୍ତୁ

ମାଟ୍ରିକ ପ୍ରଶ୍ନପତ୍ର ଲିକ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଏବିଭିପିର ଗର୍ଜନ

author img

By ETV Bharat Odisha Team

Published : Feb 25, 2024, 5:13 PM IST

ମାଟ୍ରିକ ପ୍ରଶ୍ନପତ୍ର ଲିକ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଏବିଭିପିର ଗର୍ଜନ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲା ଏବିଭିପି । ମାଟ୍ରିକ ପ୍ରଶ୍ନପତ୍ର ଲିକ ଘଟଣାକୁ କେନ୍ଦ୍ର କରି ଆଜି (ରବିବାର) ଦିନ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ସମ୍ମୁଖରେ ଏବିଭିପି ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ । ଏବିଭିପି ଅଭିଯୋଗ କରିଛି ଦୀର୍ଘ ୨୪ ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବା ବେଳେ ବିଗତ ୬ ବର୍ଷ ଧରି ଲଗାତାର ପ୍ରଶ୍ନପତ୍ର ଲିକ ହେଉଛି । ପରୀକ୍ଷା ପାଇଁ ଏତେ ସୁରକ୍ଷା ଓ ପୂର୍ବ ପ୍ରସ୍ତୁତି କାମ ଦେଉନାହିଁ । ଏ ନେଇ ଏବିଭିପି ଗଣଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।

ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ତେଜିବାକୁ ଲାଗିଲାନି ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏବିଭିପି । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରତିବାଦ କରିଛି । ଏବିଭିପି ଅଭିଯୋଗ କରିଛି ପ୍ରତ୍ୟେକ ବର୍ଷ ସମୟ ଆଗରୁ ପ୍ରଶ୍ନ ପତ୍ର ଖୋଲା ଯାଉଛି । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଉଛି । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକକୁ ନେଇ ଶାସକ ଦଳର ହାତ ରହିଛି ।

ସେହିପରି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାକୁ ଦୁଇ ଦିନ ହେଲାଣି କିନ୍ତୁ ଆଜି ଯାଏଁ ଗଣଶିକ୍ଷା ମନ୍ତ୍ରୀ ଚୁପ ହୋଇ ବସି ରହିଛନ୍ତି । ତେଣୁ ଯଥାଶୀଘ୍ର ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଏବିଭିପି । ଏହାସହ ଗଣଶିକ୍ଷା ମନ୍ତ୍ରୀ ବାସଭବନ ସମ୍ମୁଖରେ ବିଭିନ୍ନ ନାରାବାଜି କରିବା ସହ ଧସେଇ ପସିବାକୁ ଉଦ୍ୟମ କରିଥିଲେ ଆନ୍ଦୋଳନକାରୀ ।

ଗତକାଲି ମଧ୍ୟ ବିଜେପି କହିଥିଲା ଯେ, ଏହି ପ୍ରକ୍ରିୟା ବ୍ୟବସ୍ଥାରେ ଥିବା ଲୋକଙ୍କୁ ଗଣଶିକ୍ଷା ମନ୍ତ୍ରୀ ଧରି ପାରୁନାହାନ୍ତି । ମନ୍ତ୍ରୀ ଇସ୍ତଫା ନ ଦେଲେ ତାଙ୍କ ବାସଭବନ ଘେରାଓ କରିବା ସହ ଆନ୍ଦୋଳନ ଚେତାବନୀ ମଧ୍ୟ ଦେଇଛି ଦଳ । ସେପଟେ ପରୀକ୍ଷାରେ ସ୍ୱଚ୍ଛତାର କଥା କହି ଅଭିଭାବକଙ୍କୁ ସରକାର ଭୁଆଁ ବୁଲାଉଥିବା କହିଛି କଂଗ୍ରେସ ଏବଂ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଲୋକଙ୍କ ଉପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ .....ଚାଲିଛି ମାଟ୍ରିକ ପରୀକ୍ଷା; ଦେଖନ୍ତୁ କେମିତି ରହିଛି ସ୍ଥିତି, କ'ଣ କହୁଛନ୍ତି ପିଲା

ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରରେ ଛୋଟ ଛୋଟ ତ୍ରୁଟିକୁ ମଧ୍ୟ AI ନଜରରେ ରହିଛି । AIର କଡ଼ା ନଜର ସତ୍ତ୍ୱେ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହେଉଛି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ପ୍ରଶ୍ନ ଓ ଉତ୍ତର । ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟି ସାମନାକୁ ଆସିଛି । ଇଂରାଜୀ ପ୍ରଶ୍ନପତ୍ର ଓ ତାର ଉତ୍ତର ପରୀକ୍ଷା ଆରମ୍ଭ ପୂର୍ବରୁ ସୋଶାଲ ମିଡ଼ିଆରେ ଘୁରି ବୁଲୁଥିଲା । କେବଳ ଅବଜେକ୍ଟିଭ ପ୍ରଶ୍ନପତ୍ର ଉତ୍ତର ନୁହେଁ, ସବଜେକ୍ଟିଭ୍ ବିଭାଗର ଟ୍ରାନ୍ସଲେସନ ଓ ଏହାର ଉତ୍ତର ମଧ୍ୟ ସୋସିଆଲ ମିଡିଆରେ ଛାଇ ଯାଇଥିଲା ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.