ETV Bharat / politics

ମହିଳା ମତଦାନ ହାର ବଢ଼େଇବ ସଖି ବୁଥ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - Women Only Sakhi Booth

Women Only Sakhi Booth: ଆସନ୍ତା ନିର୍ବାଚନରେ ମହିଳା ମତଦାନ ହାର ବୃଦ୍ଧି କରିବା ଲାଗି ରଖାଯାଇଛି । ଏଥିରେ ମହିଳାଙ୍କ ଲାଗି ସ୍ବତନ୍ତ୍ର ବୁଥ 'ସଖି ବୁଥ' ସହାୟକ ହେବ ବୋଲି ଆଶା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଅଧିକ ପଢନ୍ତୁ

Sakhi Booth
Sakhi Booth
author img

By ETV Bharat Odisha Team

Published : Mar 19, 2024, 10:36 PM IST

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ମହିଳା ମତଦାନ ହାର ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ବାରା ପରିଚାଳିତ ବୁଥ 'ସଖି ବୁଥ'ର ବ୍ୟବସ୍ଥା କରାଯାଇଛି । ଏହି ସଖି ବୁଥରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀ ସମସ୍ତେ ଜଣେ ଜଣେ ମହିଳା । ସଖି ବୁଥରେ ପୋଲିଂ ଏଜେଣ୍ଟ ଭାବରେ ମହିଳାମାନଙ୍କୁ ନିୟୋଜିତ କରିବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଏହି ‘ସଖି ବୁଥ’ଗୁଡ଼ିକ ସମଗ୍ର ବିଶ୍ବ ପାଇଁ ଉଦାହରଣ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ’ । ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭାରତ ନିର୍ବାଚନ କମିଶନଙ୍କ ଏହି ଥିମ ରହିଛି । ଏହାକୁ ଗ୍ରହଣ କରି କମିଶନ ନିର୍ବାଚନରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ବାଚନକୁ ଭାରତୀୟ ଗଣତନ୍ତ୍ରର ମହାପର୍ବ ରୂପେ ପାଳନ କରିବା ପାଇଁ ଦେଶର ସମସ୍ତ ବର୍ଗକୁ ମତଦାନର ମହାସ୍ରୋତରେ ସାମିଲ କରିବାର ମହତ୍ତର ଲକ୍ଷ୍ୟ ନେଇ କମିଶନଙ୍କ କାର୍ଯ୍ୟ ଚାଲିଛି । ସେହି ମଧ୍ୟରେ ଏକ ଅନନ୍ୟ ଚେଷ୍ଟା ହେଉଛି ‘ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ବାରା ପରିଚାଳିତ ବୁଥ - ସଖି ବୁଥ’ । ସଖି ବୁଥ ହେଉଛି ଏକ ମଡେଲ ବୁଥ । ଯାହା ସଂପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ବାରା ପରିଚାଳିତ । ଯେଉଁ ଅଞ୍ଚଳରେ ମହିଳାମାନଙ୍କ ମତଦାନ ହାର କମ ରହୁଥିବାର ଲକ୍ଷ୍ୟ କରାଯାଉଛି, ସେଠି ‘ସଖି ବୁଥ’ କରାଯାଇ ମହିଳା ମତଦାନ ହାର ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଏଠାରେ ନିୟୋଜିତ ହେବାକୁ ଥିବା ମହିଳା କର୍ମଚାରୀମାନେ ଯେକୌଣସି ପ୍ରକାର ରଙ୍ଗର ପୋଷାକ ଓ ଶାଢ଼ି ପିନ୍ଧି ପାରିବେ । ସେମାନଙ୍କୁ ଓଡ଼ିଶାର ହସ୍ତତନ୍ତର ଯେକୌଣସି ପୋଷାକ ବା ଶାଢ଼ୀ ପିନ୍ଧିବା ପାଇଁ ଉତ୍ସାହିତ କରାଯାଉଛି । ‘ସଖି ବୁଥ’ଗୁଡ଼ିକରେ ମଧ୍ୟ ଅନ୍ୟ ମଡେଲ ବୁଥଗୁଡ଼ିକ ପରି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ଓଡ଼ିଶାର ପ୍ରତିଟି ଜିଲ୍ଲାରେ ‘ସଖି ବୁଥ’ କାର୍ଯ୍ୟ କରିବ । ଭାରତୀୟ ଗଣତନ୍ତ୍ରର ମହାପର୍ବରେ ନାରୀଶକ୍ତି ଦ୍ବାରା ପରିଚାଳିତ ଏହି ‘ସଖି ବୁଥ’ ଗୁଡ଼ିକ ସମଗ୍ର ବିଶ୍ବ ପାଇଁ ଉଦାହରଣ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି: 131ଟି ସଖୀ ବୁଥ, 60% ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା

ଏହା ସହ ନାରୀଶକ୍ତିକୁ ନିର୍ବାଚନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରୂପେ ସେ ବର୍ଣ୍ଣନା କରିଛନ୍ତି । ଉଚିତ ରୂପେ କାର୍ଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଭାରତୀୟ ଗଣତନ୍ତ୍ରରେ କ୍ରମବର୍ଦ୍ଧିଷ୍ଣୁ ରୂପେ ମହିଳାମାନଙ୍କର ଯୋଗଦାନ ବୃଦ୍ଧି ପାଉଛି । ନିର୍ବାଚନ ପ୍ରକ୍ରିୟାରେ ‘ସଖି ବୁଥ’ ତାହାର ଅନନ୍ୟ ଉଦାହରଣ । ସମସ୍ତ ସଖି ବୁଥରେ ମହିଳାମାନେ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ପରିବେଶ ମଧ୍ୟରେ କାର୍ଯ୍ୟ କରିବେ । ସେଥି ପ୍ରତି ବିଶେଷ ରୂପେ ଧ୍ୟାନ ଦେବେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.