ETV Bharat / politics

‘ କର୍ଣ୍ଣାଟକରେ ସ୍ବିପ କରିବୁ, କେରଳରେ ମଧ୍ୟ ଆସନ ପାଇବୁ’ - Lok Sabha Polls

author img

By ETV Bharat Odisha Team

Published : Apr 11, 2024, 10:30 PM IST

Rajnath Singh on Lok Sabha Polls: କର୍ଣ୍ଣାଟକରେ ସ୍ବିପ ସହ କେରଳରେ ମଧ୍ୟ ଆସନ ପାଇବ ବିଜେପି । ତାମିଲନାଡୁରେ 2026 ରେ ବିଜେପି ସରକାର ଗଠନ କରିବ । ଦକ୍ଷିଣରେ ଦଳର ପ୍ରଦର୍ଶନ ନେଇ ରାଜନାଥଙ୍କ ଦାବି । ଅଧିକ ପଢନ୍ତୁ

‘ କର୍ଣ୍ଣାଟକରେ କ୍ଲିନସ୍ବିପ କରିବୁ, କେରଳରେ ମଧ୍ୟ ଆସନ ପାଇବୁ’

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ପ୍ରଚଣ୍ଡ ବହୁମତ ସହ କେନ୍ଦ୍ରରେ ତୃତୀୟ ପାଳି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଶାସକ ଭାରତୀୟ ଜନତା ପାର୍ଟି । ଦଳ ଏଥର ଏକାକୀ 370 ଆସନ ଓ ଏନଡିଏ ମେଣ୍ଟର ସହଯୋଗୀ ଦଳଙ୍କ ସମର୍ଥନରେ ମୋଟ 400 ପାର କରିବାର ଲକ୍ଷ୍ୟ ସହ ନିର୍ବାଚନୀ ଅଭିଯାନ ଜାରି ରଖିଛି । ଉତ୍ତର ଭାରତରେ ଦଳର ସ୍ଥିତି ମଜଭୂତ ଥିବା ବେଳେ ଦକ୍ଷିଣର କିନ୍ତୁ ସ୍ଥିତି ଠିକ ବିପରୀତ ରହିଛି । ମାତ୍ର ଚଳିତଥର ଦକ୍ଷିଣ ଭାରତରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ଅଧିକ ଆସନ ଜିତିବ ବୋଲି କହିଛନ୍ତି ଦଳର ଅନ୍ୟତମ ହେଭିଓ୍ବେଟ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି, କର୍ଣ୍ଣାଟକରରେ ଦଳ ସମସ୍ତ ଆସନରେ କ୍ଲିନସ୍ବିପ କରିବ । କେରଳରେ ମଧ୍ୟ ଦଳ ଆସନ ଜିତିବାରେ ସଫଳ ହେବ ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ ରଜନାଥ କହିଛନ୍ତି, ଚଳିତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକରେ ସ୍ୱିପ କରିବ ଏବଂ କେରଳର ତଥା ତାମିଲନାଡୁର କିଛି ଆସନରେ ବିଜୟୀ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଚଳିତ ଲୋକସଭା ନିର୍ବାଚନ ନୁହେଁ ବରଂ 2026 ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାମିଲନାଡୁରେ ସରକାର ଗଠନ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି ।

ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପି ଜିତିପାରିବ ନାହିଁ ବୋଲି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କରିଥିବା ଦାବିକୁ ଜବାବ ଦେଇ ରାଜନାଥ କହିଛନ୍ତି, ‘‘ମୁଁ ଭାବୁଛି ସେ ଦେଶ ବିଷୟରେ ଠିକ୍ ଭାବରେ ଜାଣି ନାହାଁନ୍ତି । ଆମେ କର୍ଣ୍ଣାଟକରେ କ୍ଷମତାରେ ରହିସାରିଛୁ । ତାହା ମଧ୍ୟ ଦୁଇଥର । ତେବେ ସେମାନେ କିପରି ଏପରି ଦାବି କରିପାରୁଛନ୍ତି ? ଆମେ ଦକ୍ଷିଣରେ କ୍ଷମତା ହାସଲ କରିପାରିବୁ ନାହିଁ ? ଆନ୍ଧ୍ର ପ୍ରଦେଶରେ ମଧ୍ୟ ଆମେ ଟିଡିପି ସହ ମେଣ୍ଟ କରିଥିଲୁ ଏବଂ ସେମାନେ କ୍ଷମତାରେ ଥିଲେ । ତାମିଲନାଡୁରେ ଆମେ ଏପର୍ଯ୍ୟନ୍ତ ସରକାର ଗଠନ କରିନାହୁଁ, ଶେଷରେ ତାହା ମଧ୍ୟ ଖୁବଶୀଘ୍ର ଘଟିବାକୁ ଯାଉଛି ।’’

ଏହା ମଧ୍ୟ ପଢନ୍ତୁ :- ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD announces candidates

1984ରେ ବିଜେପି ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ସେତେବେଳେ ଦଳ କେବଳ ଦୁଇଟି ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇଥିଲା । କୌତୂହଳର ବିଷୟ ହେଉଛି, ଏହି ଦୁଇଟି ଆସନରେ ସେତେବେଳର ଦଳର ଶୀର୍ଷ ନେତା ଅଟଳ ବିହାରୀ ବାଜପେୟୀ କିମ୍ବା ଲାଲକୃଷ୍ଣ ଆଡଭାନୀ ଜିତି ନଥିଲେ । ଗୋଟିଏ ଆସନ ଗୁଜୁରାଟର ମେହସାନା ଏବଂ ଅନ୍ୟଟି ଆନ୍ଧ୍ର ପ୍ରଦେଶର ହନମକୋଣ୍ଡାରେ ଥିଲା । ମେହସାନାରେ ବିଜେପି ପ୍ରାର୍ଥୀ ଏ.କେ ପଟେଲ ଜିତିଥିବା ବେଳେ ଚାନ୍ଦପାଟିଆ ଜଙ୍ଗା ରେଡ୍ଡୀ ହନମକୋଣ୍ଡାରୁ ଜିତିଥିଲେ । 2026 ମସିହାରେ ତାମିଲନାଡୁରେ ବିଜେପି ସରକାର ଗଠନ ନହେବା ପର୍ଯ୍ୟନ୍ତ ଦଳର କର୍ମୀମାନେ ବିଶ୍ରାମ ନେବେ ନାହିଁ ବୋଲି ରାଜନାଥ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.