ETV Bharat / politics

ଅନୁଗୋଳ ଓ ତାଳଚେର ପ୍ରାର୍ଥୀ ଦ୍ବନ୍ଦ୍ବ, ନବୀନ ନିବାସରେ ବିଜେଡିର ଅଙ୍କକଷା - Angul And Talcher Constituencies

author img

By ETV Bharat Odisha Team

Published : Apr 5, 2024, 8:23 PM IST

Angul And Talcher Constituencies: ଅନୁଗୋଳ ଓ ତାଳଚେର ଆସନକୁ ନେଇ ଲାଗି ରହିଛି ଦ୍ବନ୍ଦ୍ବ । କିଏ ହେବେ ଏହି ଆସନରୁ ବିଜେଡି ପ୍ରାର୍ଥୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅଧିକ ପଢନ୍ତୁ

ଅନୁଗୋଳ ଓ ତାଳଚେର ପ୍ରାର୍ଥୀ ଦ୍ବନ୍ଦ୍ବ
ଅନୁଗୋଳ ଓ ତାଳଚେର ପ୍ରାର୍ଥୀ ଦ୍ବନ୍ଦ୍ବ

ଅନୁଗୋଳ ଓ ତାଳଚେର ପ୍ରାର୍ଥୀ ଦ୍ବନ୍ଦ୍ବ

ଭୁବନେଶ୍ବର: ବଳକା ରହିଥିବା ଟିକେଟ ନେଇ ନବୀନ ନିବାସରେ କସରତ । ଅନୁଗୋଳ ଏବଂ ତାଳଚେର ଆସନକୁ ନେଇ ଚାଲିଛି ଅଙ୍କକଷା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ବିଧାୟକ, ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି । ଖୁବଶୀଘ୍ର ଅନୁଗୋଳ-ତାଳଚେର ଟିକେଟ ସମସ୍ୟା ଦୂର ହେବ ବୋଲି କୁହାଯାଉଛି । ଟିକେଟ ଦ୍ଵନ୍ଦ୍ବ ଦୂର କରିବା ଲାଗି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ଆଜି ନବୀନ ନିବାସ ଡାକରା ହୋଇଥିଲା । ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ରାସ ଉପସ୍ଥିତ ଥିଲେ । ଅନୁଗୋଳ ଓ ତାଳଚେର ଆସନରେ ଏପର୍ଯ୍ୟନ୍ତ ଟିକେଟ ଘୋଷଣା ହୋଇନଥିବାରୁ ବୈଠକରେ ଏନେଇ ଆଲୋଚନା ହୋଇଛି । ଦୁଇ ଆସନରେ ପ୍ରାର୍ଥୀ ଅଦଳବଦଳ ହେବା ନେଇ ଚର୍ଚ୍ଚା ଭିତରେ ବୈଠକ ଅନେକ ଗୁରୁତ୍ୱ ବହନ କରୁଛି । ବୈଠକ ପରେ ନବୀନ ନିବାସରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । କିନ୍ତୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ବ୍ରଜ କିଶୋର କହିଛନ୍ତି, "ଟିକେଟ ସଂକ୍ରାନ୍ତରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାହା ଚୂଡାନ୍ତ ନିଷ୍ପତ୍ତି । ତାଳଚେର ଆସନକୁ ନେଇ କୌଣସି ଦ୍ଵନ୍ଦ୍ବ ନାହିଁ । ପର୍ଯ୍ୟାୟ କ୍ରମେ ତାଲିକା ଘୋଷଣା କରାଯାଉଛି । ତାଳଚେର ଆଗକୁ ଘୋଷଣା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି । ଯାହା ନିଷ୍ପତ୍ତି ନେବେ ତାହା ଶେଷ ନିଷ୍ପତ୍ତି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳୁ ତାଳଚେର ବିଧାନସଭା ପାଇଁ ବିଜେଡିରୁ ବ୍ରଜ କିଶୋର ପ୍ରଧାନଙ୍କ ନାଁ ସାମ୍ନାକୁ ଆସୁଥିଲା । ଅନ୍ୟ କେହି ଆଶାୟୀ ବି ନଥିବାରୁ ସେ ଟିକେଟ ପାଇବା ଥୟ ଏକ ପ୍ରକାର ସ୍ପଷ୍ଟ ହେଉଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ନେତୃତ୍ବ ଏହି ଆସନକୁ ଝୁଲାଇ ରଖିଛନ୍ତି । ଦଳର ଶୀର୍ଷ ନେତୃତ୍ୱ ଏହି ଆସନକୁ ନେଇ ସମ୍ଭବତଃ କିଛି ଅନ୍ୟ ଚିନ୍ତା କରୁଛନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଦଳ କ’ଣ ଚାହୁଁଛି, ତାହା ଜଣାପଡିନାହିଁ ।

ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା ଆସନ ଭିତରୁ ୩ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ପାଲଲହଡା ଓ ଛେଣ୍ଡିପଦାରେ ଦଳୀୟ ବିଧାୟକ ପୁନର୍ବାର ଟିକେଟ ପାଇଛନ୍ତି । ଆଠମଲ୍ଲିକରେ ବିଧାୟକଙ୍କ ଟିକେଟ କାଟି ନୂଆ ଚେହେରା ସାମ୍ନାକୁ ଆଣିଛି ଦଳ । ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିବା ନଳିନୀ ପ୍ରଧାନ ଏଥର ଆଠମଲ୍ଲିକରୁ ଓହ୍ଲାଇଛନ୍ତି । କିନ୍ତୁ ଅନୁଗୋଳ ଓ ତାଳଚେର ଆସନ ପାଇଁ ଏବେବି ଦ୍ବନ୍ଦ୍ବ ଲାଗି ରହିଛି । ଉଭୟ ସ୍ଥାନରେ ବିଜେଡି ବିଧାୟକ ଅଛନ୍ତି । ହେଲେ ସେମାନେ ଟିକେଟ ପାଇବେ ନା ନାହିଁ କିମ୍ବା ଆଉ କିଏ ପାଇବେ, ତାହା ରହସ୍ୟରେ ରହିଛି । ପ୍ରତିଦିନ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଥିବାରୁ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଣବଙ୍କ ବିଜୟକୁ ସହଜ କରିବା ପାଇଁ ରଣନୀତି ଜାରି ରହିଛି ।

ତାଳଚେରରୁ ବ୍ରଜ ଲଗାତାର ୩ ଥର ବିଜୟ ହୋଇଥିଲେ ମଧ୍ୟ ଦଳ ତାଙ୍କୁ ଅନୁଗୋଳରୁ ପ୍ରାର୍ଥୀ କରିବା ଲାଗି ଚାହୁଁଥିବା ଚର୍ଚ୍ଚା ହେଉଛି। ତାଳଚେରରେ ମହେଶ ସାହୁ କିମ୍ବା ଅନ୍ୟ ଜଣେ ନୂଆମୁହଁକୁ ଦଳ ଟିକେଟ ଦେବାକୁ ଚିନ୍ତା କରୁଥିବା କୁହାଯାଉଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ପରିବାର ଲୋକ ମଧ୍ୟ ଟିକେଟ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି । ହେଲେ ଅନୁଗୋଳରୁ ପ୍ରାର୍ଥୀ ହେବାକୁ ବ୍ରଜକିଶୋର ରାଜି ନାହାନ୍ତି । ନିଜ ଅଞ୍ଚଳ ଛାଡ଼ି ସେ ଅନୁଗୋଳ ଆସିବାକୁ ଚାହୁ ନାହାନ୍ତି । କିନ୍ତୁ ଅନୁଗୋଳ ପାଇଁ ପ୍ରସ୍ତୁତ ରହିବାକୁ ବ୍ରଜଙ୍କୁ ସଙ୍କେତ ଦେଇଛି ଦଳ । ତେବେ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବାରୁ ଟିକେଟ ଘୋଷଣା ଝୁଲି ରହିଛି ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା - BJD Assembly Candidates

ସେହିପରି ଅନୁଗୁଳରେ ରଜନୀକାନ୍ତ ସିଂହ ଲଗାତାର ଭାବେ ୪ ଥର ଜିତି ଆସୁଛନ୍ତି । ରଜନୀକାନ୍ତଙ୍କ ନେତୃତ୍ବରେ ଏଠାରେ ଦଳୀୟ କାର୍ଯ୍ୟକ୍ରମ ଚାଲିଛି । ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ସେ ସଂଗଠନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତଥାପି ତାଙ୍କ ନାଁ ଘୋଷଣା ହୋଇନଥିବାରୁ ଏହି ଆସନକୁ ନେଇ ଚର୍ଚ୍ଚା ଲାଗି ରହିଛି । ବ୍ରଜ ଅନୁଗୋଳ ଆସିବାକୁ ରାଜି ହୋଇଗଲେ ରଜନୀକାନ୍ତଙ୍କ ଟିକେଟ କଟିବା ଥୟ । ଦୀର୍ଘ ବର୍ଷ ହେବ ଅନୁଗୋଳ ବିଜେଡି ସଂଗଠନ ରଜନୀକାନ୍ତଙ୍କ ପାଖରେ ରହିଥିବାରୁ ବିଜେଡି ନେତୃତ୍ୱ ମାପିଚୁପି ପଦକ୍ଷେପ ନେଉଛନ୍ତି । ସେହିପରି ଏଠାରେ ବିଜେଡିର ନିକଟତମ ବିରୋଧୀ ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.