ETV Bharat / politics

କିଏ ହେବେ ପିସିସି ସଭାପତି ? ଏମିତି ଉତ୍ତର ରଖିଲେ ବିଜୟ - New PCC President

author img

By ETV Bharat Odisha Team

Published : Jul 27, 2024, 8:08 PM IST

New PCC President: ପରବର୍ତ୍ତୀ ପିସିସି ସଭାପତି କିଏ ହେବ ? ସମସ୍ତଙ୍କ ମନରେ ଏବେ ଏହି ପ୍ରଶ୍ନ । ଅନେକ ନାଁ ସଭାପତି ରେସରେ ଥିବାବେଳେ କ'ଣ କହିଛନ୍ତି ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଜାଣନ୍ତୁ ।

New PCC President
New PCC President (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ସଭାପତି କିଏ ହେବ ସେନେଇ ଲାଗି ରହିଛି କଳ୍ପନାଜଳ୍ପନା । ଏନେଇ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "କିଏ ପିସିସି ସଭାପତି ହେବ ତାହା AICC ନିଷ୍ପତ୍ତି ନେବ । ଦଳ ଯାହା ନିଷ୍ପତ୍ତି ନେବ, ଯେଉଁ ଦାୟିତ୍ୱ ମୋତେ ଦେବ ମୁଁ ଗ୍ରହଣ କରିବି । ବ୍ୟକ୍ତିଗତ ଆଉ ଦଳଗତ ଇଚ୍ଛା ଭିନ୍ନ ।"

New PCC President (ETV Bharat Odisha)

ପିସିସି ଭଙ୍ଗ:-

2024 ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ । କିଛିଦିନ ପାଇଁ ଦଳୀୟ କାର୍ଯ୍ୟାଳୟ ତାଲା ପଡିଥିଲା । ଏହାପରେ AICC ପକ୍ଷରୁ ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କରାଯାଇଛି । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ କମିଟି ଭଙ୍ଗ କରାଯାଇଛି । ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି । ଏଥିସହ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି । ନୂଆ କମିଟି ଗଠନ ହେବା ଯାଏଁ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିଛନ୍ତି । ଏବେ କଂଗ୍ରେସର ସ୍ଥିତି ଯାହା ଜଣେ ଟାଣୁଆ ପିସିସି ସଭାପତି ଦରକାର ।

ପିସିସି ସଭାପତି ରେସରେ କିଏ ?

ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ ପିସିସି ସଭାପତି ତାହାକୁ ନେଇ ଲାଗି ରହିଛି ସସପେନ୍ସ । ରେସରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ କାହା ନାଁରେ ଦଳ ମୋହର ମାରିବ, ତା’ ଉପରେ ସମସ୍ତଙ୍କର ନଜର ରହିଛି ।

ଏହା ବି ପଢନ୍ତୁ...କିଏ ହେବେ ନୂଆ ପିସିସି ସଭାପତି; ମୋକିମଙ୍କୁ ମିଳିବ କି ମୌକା ? ସୋଫିଆ କହିଲେ ବାପା... - Congress MLA Sofia Firdous

ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା:-

ଏହାରି ଭିତରେ 'ପିସିସି ସଭାପତି ଦାୟିତ୍ବ ଦିଆଗଲେ କ'ଣ କରିବେ' ବୋଲି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଛନ୍ତି, "କିଏ ପିସିସି ସଭାପତି ହେବ ତାହା AICC ନିଷ୍ପତ୍ତି ନେବ । ଦଳ ଯାହା ନିଷ୍ପତି ନେବ, ଯେଉଁ ଦାୟିତ୍ୱ ମୋତେ ଦେବ ମୁଁ ତାହା ଗ୍ରହଣ କରିବି । ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ୍ଣ ପ୍ରୟାସ କରିପାରୁଥିବ, ସେହିଭଳି ଲୋକଙ୍କୁ ଦଳ ନିଶ୍ଚୟ ବାଛିବ ଏବଂ ସଭାପତି କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.