ETV Bharat / politics

ଅଯୋଧ୍ୟାରେ ବିରାଜିଲେ ରାମଲାଲା, କୋଲକାତାରେ ସର୍ବଧର୍ମ ସଂହତି ଯାତ୍ରା କଲେ ଦିଦି

author img

By ETV Bharat Odisha Team

Published : Jan 22, 2024, 9:40 PM IST

Mamata Banerjee holds all-faith rally in Kolkata: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ କୋଲକାତାରେ ମମତା ଦିଦି ବାହାର କଲେ ସଂହତି ପଦଯାତ୍ରା । ଅଧିକ ପଢନ୍ତୁ

ଅଯୋଧ୍ୟାରେ ବିରାଜିଲେ ରାମଲାଲା, କୋଲକାତାରେ ସର୍ବବିଶ୍ବାସ ରାଲି କଲେ ଦିଦି

କୋଲକାତା: ଆଜି ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ବହୁପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପିତ ହୋଇଛି । ଏଥିରେ ବିଶ୍ବବ୍ୟାପୀ ପ୍ରାୟ 7 ହଜାର ବିଶିଷ୍ଟ ନିମନ୍ତ୍ରିତ ଅତିଥି ସାମିଲ ହୋଇଥିଲେ । ସାରା ଦେଶ ଓ ବିଶ୍ବର ନଜର ଆଜି ଅଯୋଧ୍ୟା ଉପରେ ଥିବା ବେଳେ କୋଲକାତାରେ ଏକ ସର୍ବଧର୍ମ ସଂହତି ଯାତ୍ରା ଆୟୋଜନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତାଙ୍କ ଏହି ଯାତ୍ରାରେ ସବୁଧର୍ମର ଧର୍ମାବଲମ୍ବୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସାମ୍ପ୍ରଦାୟିକ ସଦଭାବନାର ଉଦାହରଣ ଦେଇ ଦିଦି ନିଜେ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥିଲେ । କିନ୍ତୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବ ପାଳନ ଜାରି ରହିଥିବା ବେଳେ ଦିଦିଙ୍କ ଏପରି ଆୟୋଜନର ଯଥାର୍ଥତା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବିଜେପି ଓ ଏନଡିଏ ସହଯୋଗୀ ଦଳ ଏହାକୁ ସମାଲୋଚନା କରିଛନ୍ତି ।

ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ନିଜ ଅଫିସିଆଲ ‘ଏକ୍ସ’ ଆକାଉଣ୍ଟରେ ମଧ୍ୟ ଟ୍ବିଟ କରି ସୂଚନା ଦେଇଛି ।‘‘ଏକତା ସବୁ ଧର୍ମର ଆଧାର । ଆଜି ସଂହତି ରାଲିରେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ସହ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ବିଭିନ୍ନ ଧର୍ମୀୟ ବିଶ୍ବାସ ମଧ୍ୟରେ ଥିବା ଏକତାକୁ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ବର୍ଗର ଧର୍ମାବଲମ୍ବୀ ଏକାଠି ହେବା ଏକ ଆକର୍ଷଣୀୟ ଦୃଶ୍ୟ ଥିଲା ।’’ ପୂର୍ବରୁ ଏହି ରାଲି ସମ୍ପର୍କରେ ମମତା ସୂଚନା ଦେଇ କହିଥିଲେ,ଏହି ପଦଯାତ୍ରାରେ ସମସ୍ତ ଧର୍ମର ବ୍ୟକ୍ତିବିଶେଷ ସାମିଲ ହେବେ । ଏହି ବିଶାଳ ପଦଯାତ୍ରା ମନ୍ଦିର, ମସଜିଦ, ଗୁରୁଦ୍ବାର ଓ ଚର୍ଚ୍ଚ ସମେତ ଅନ୍ୟ ଧାର୍ମିକ ସ୍ଥଳୀ ପରିକ୍ରମା କରିବ । ସମସ୍ତେ ଏହି ଯାତ୍ରାରେ ସାମିଲ ହୁଅନ୍ତୁ ବୋଲି ମମତା ଆହ୍ବାନ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ନବୀନ, ଟ୍ବିଟ କରି କହିଲେ ମୁଁ ଆନନ୍ଦିତ

ଅନ୍ୟପଟେ ବିଶ୍ବବ୍ଯାପୀ ଅତିଥିଙ୍କ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ଶେଷ ହୋଇଛି । 5ଶହ ବର୍ଷର ସଂଘର୍ଷ ପରେ ଆଜି ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲା ବେଳେ ଅନ୍ୟ ସମସ୍ତ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଆସନ୍ତାକାଲି ଠାରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ରାମଲାଲାଙ୍କ ଦର୍ଶନ ମୁକ୍ତ ହେବ । ଏନେଇ ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ଅଯୋଧ୍ୟା ଗସ୍ତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.