ETV Bharat / politics

ସୂର୍ଯ୍ୟକିରଣରୁ ବିଜୁଳି ଦେବେ କହି ଦିନରେ ଲଣ୍ଠଣ ଦେଖାଉଛି ବିଜେପି: ପାଣ୍ଡିଆନ - VK PANDIAN IN ANGUL - VK PANDIAN IN ANGUL

VK Pandian Targets BJP: ଆଜି ଅନୁଗୋଳ ଗସ୍ତର ଦ୍ଵିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ସୂର୍ଯ୍ୟକିରଣରୁ ବିଜୁଳି ଦେବେ କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି: ପାଣ୍ଡିଆନ
ସୂର୍ଯ୍ୟକିରଣରୁ ବିଜୁଳି ଦେବେ କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି: ପାଣ୍ଡିଆନ (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 9:02 PM IST

ସୂର୍ଯ୍ୟକିରଣରୁ ବିଜୁଳି ଦେବେ କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି: ପାଣ୍ଡିଆନ (ETV Bharat Odisha)

ଅନୁଗୋଳ: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଅନୁଗୋଳ ଗସ୍ତର ଆଜି ଦ୍ଵିତୀୟ ଦିନ । ଆଜି ପାଣ୍ଡିଆନ ଅନୁଗୋଳ ଶୈଳଶ୍ରୀକ୍ଷେତ୍ରଠାରେ ପ୍ରଭୁ ଜଗନ୍ନାଥଙ୍କ ଓ ମା' ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିବା ସହ ସଭାଘରଠାରେ ଅଭିଯୋଗ ଶୁଣିବା ସହ ମିଶ୍ରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଆଜି ସକାଳେ ପାଣ୍ଡିଆନ ଶୈଳଶ୍ରୀକ୍ଷେତ୍ର ଠାରେ ପ୍ରଭୁ ଜଗନ୍ନାଥଙ୍କ ଓ ମା' ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ପରେ ସଭାଘରଠାରେ ପହଞ୍ଚି ବିଭିନ୍ନ ବର୍ଗ, ବିଭିନ୍ନ ସମ୍ପ୍ରଦାୟ ଓ ସାଧାରଣ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଅଭିଯୋଗ ପାଇବା ପରେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି । ଏହି ଅବସରରେ ପାଣ୍ଡିଆନ କହିଛନ୍ତି, "ରାଜ୍ୟ ସରକାର ଜାଗା ମିଶନ ଭଳି ଐତିହାସିକ ପଦକ୍ଷେପ ନେଇ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି । ଯାହାକି ସାରା ବିଶ୍ୱରେ କେବଳ ନବୀନ ପଟ୍ଟନାୟକ କରି ପାରିଛନ୍ତି । ଅନ୍ୟ ରାଜ୍ୟରେ ଲୋକଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ କରାଯାଉଥିବା ବେଳେ ବିଜୁ ଜନତା ଦଳ ସରକାର ଲୋକଙ୍କ ସାଥିରେ ଥିବାରୁ ଜାଗା ମିଶନରେ ପଟ୍ଟା ପ୍ରଦାନ କରିଛି ।"

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, "ମହାପ୍ରଭୁଙ୍କ ଆର୍ଶୀବାଦ ଓ ଲୋକଙ୍କ ଭରସା ପରେ ମୁଖ୍ୟମନ୍ତ୍ରୀ ପୁଣିଥରେ ଶାସନ ଭାର ସମ୍ଭାଳିବେ । ଆଉ ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ବିଜୁଳି ଛାଡ଼ କରିବେ । ରାଜ୍ୟ ସରକାରଙ୍କ ଏଭଳି ଯୋଜନା ଦେଖି କେନ୍ଦ୍ର ଛାନିଆ ହେଲାଣି । ଦିନରେ ଲଣ୍ଠନ ଦେଖାଇ ସୋଲାର ସିଷ୍ଟମରେ ବିଦ୍ୟୁତ ଦେବେ ବୋଲି କହୁଛନ୍ତି । ନୂଆ ଓଡିଶା ତଥା ସଶକ୍ତ ଓଡ଼ିଶା ଗଠନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ହେବ । ଆଉ ଏଥିପାଇଁ ନବୀନ ପଟ୍ଟନାୟକ ଛାତ୍ରବୃତ୍ତିର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୯୮ ପ୍ରତିଶତ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି ।" ଏହାସହ ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ ଦୃଢୋକ୍ତି, 'ପ୍ରଥମ ପର୍ଯ୍ୟାୟରେ ୨୮ ଆସନରୁ ୨୪ ଆସନ ଜିତିବ ବିଜେଡି' - Lok Sabha Election 2024

ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଜେପିର ପୂର୍ବତନ ଷ୍ଟେଟ ଏକ୍ସିକ୍ୟୁଟିଭ୍‌ ମେମ୍ବର ତଥା ବିଜେପି ନ୍ୟାସନାଲ ରିସର୍ଚ୍ଚ ପଲିସି ମେମ୍ବର ସଂଘମିତ୍ରା ପ୍ରଧାନ ଓ କଂଗ୍ରେସର ବ୍ରହ୍ମଜ୍ୟୋତି ମିଶ୍ରଙ୍କ ସମେତ ବହୁ କର୍ମୀ ବିଜେଡିରେ ସାମିଲ ହେବା ସହ ଦଳକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ବିଜୁ ଜନତା ଦଳର ସୁପ୍ରିମୋଙ୍କ ଭିଜନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ସଂଘମିତ୍ରା କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.