ETV Bharat / politics

କେରଳରେ ହାଇଡ୍ରାମା: ବିରୋଧ ପ୍ରଦର୍ଶନ ବେଳେ ରାସ୍ତାରେ ଧାରଣାରେ ବସିଲେ ରାଜ୍ୟପାଳ, Z+ ସୁରକ୍ଷା ଦେଲା କେନ୍ଦ୍ର - Kerala Governor

Union Home Ministry extends Z+ security to Kerala Governor: ବିରୋଧ ପ୍ରଦର୍ଶନ ବେଳେ ରାସ୍ତାରେ ଧାରଣାରେ ବସିଲେ ରାଜ୍ୟପାଳ, ମିଳିବ Z+ ସୁରକ୍ଷା । ଅଧିକ ପଢନ୍ତୁ

କେରଳରେ ହାଇଡ୍ରାମା: ବିରୋଧ ପ୍ରଦର୍ଶନ ବେଳେ ରାସ୍ତାରେ ଧାରଣାରେ ବସିଲେ ରାଜ୍ୟପାଳ, Z+ ସୁରକ୍ଷା ଦେଲା କେନ୍ଦ୍ର

author img

By ETV Bharat Odisha Team

Published : Jan 27, 2024, 8:32 PM IST

ଥିରୁଅନନ୍ତପୁରମ: କେରଳରେ ରାଜ୍ୟପାଳ- ସରକାର ମଧ୍ୟରେ ତିକ୍ତତା ଏପରି ସ୍ଥିତିରେ ପହଞ୍ଚିଛି ଯେ, ରାଜ୍ୟପାଳ ଓ ରାଜଭବନର ସୁରକ୍ଷା ବଢାଇବା ପାଇଁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି । ଏବେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ Z-ପ୍ଲସର ବର୍ଗର ସୁରକ୍ଷା ମିଳିବାକୁ ଯାଉଛି । ଏହା ସହ ରାଜଭବନରେ ମଧ୍ୟ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଜି ରାଜ୍ୟପାଳଙ୍କ ଗସ୍ତ ସମୟରେ ସୃଷ୍ଟି ହୋଇଥିବା ନାଟକୀୟ ଘଟଣା ପରେ ଦିଲ୍ଲୀରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଗତ କିଛି ମାସ ହେବ ରାଜ୍ୟପାଳ ଖାନ ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ମଧ୍ୟରେ ବିବାଦ ଲାଗିରହିଛି । ତେବେ ଆଜି ରାଜ୍ୟପାଳ ଖାନ କୋଲାମ ଗସ୍ତ କରିବା ସମୟରେ ବାମଛାତ୍ର ସଂଗଠନ SFI ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯାଇଥିଲା । କିଛି ଛାତ୍ର ତାଙ୍କୁ ବିରୋଧ କରିବା ସହ ବିରୋଧରେ ନାରାବାଜୀ ମଧ୍ୟ କରିଥିଲେ । ଏହି ସମୟରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କାରରୁ ଓହ୍ଲାଇ ରାସ୍ତାକଡରେ ଧାରଣାରେ ବସିଥିଲେ ।

ତେବେ ରାଜ୍ୟପାଳ ପ୍ରାୟ 2 ଘଣ୍ଟା ଧରି ଧାରଣାରେ ବସିଥିଲେ । ଏହା ପରେ ପୋଲିସ 17 ପ୍ରଦର୍ଶନକାରୀ ଛାତ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ମାମଲା ରୁଜୁ ହେବା ପରେ ରାଜ୍ୟପାଳ ଧାରଣା ପ୍ରତ୍ୟାହାର କରିବା ସହ ରାଜଭବନ ଅଭିମୁଖେ ଗସ୍ତ କରିଥିଲେ । ତେବେ ଅତିରିକ୍ତ ସୁରକ୍ଷା ମିଳିବା ପ୍ରସଙ୍ଗରେ ମଧ୍ୟ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କେନ୍ଦ୍ରକୁ କୌଣସି ଅତିରିକ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ କହିନଥିଲେ । ସେ କେବଳ କେରଳ ପୋଲିସର ପ୍ରଶଂସା କରିଥିଲେ । ଏବେ ସୁରକ୍ଷା ବୃଦ୍ଧି କରାଯିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ନିଜସ୍ବ ନିଷ୍ପତ୍ତି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ କଲେ ମାକ୍ରୋନ, ପରସା ଯାଇଥିଲା ଭାରତର ପାରମ୍ପରିକ ଖାଦ୍ୟ

ଏହାପୂର୍ବରୁ ମଧ୍ୟ ଏହିପରି ସମାନ ଧରଣର ଘଟଣା କେରଳରେ ଦେଖିବାକୁ ମିଳିସାରିଛି । ପୂର୍ବରୁ ମଧ୍ୟ ରାଜ୍ୟପାଳଙ୍କ ଗସ୍ତ ସମୟରେ ଶାସକ ଦଳର ଛାତ୍ର ସଂଗଠନ ବିରୋଧ ଓ କଳାପତାକା ପ୍ରଦର୍ଶନ କରିବାର ଉଦାହରଣ ରହିଛି । ଏପିରିକି ରାଜ୍ୟପାଳଙ୍କ ଗାଡିକୁ ଧକ୍କା ମଧ୍ୟ ମରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ସିଧା ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବର୍ଷିଥିଲେ । ଏମାନେ ଶାସକ ଦଳ ପକ୍ଷରୁ ପଠାଯାଇଥିବା ଗୁଣ୍ଡା ବୋଲି ରାଜ୍ୟପାଳ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.